Trigrahi Yog: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଧନ ବର୍ଷା କରିବେ ଶନି-ଶୁକ୍ର-ମଙ୍ଗଳ!
Advertisement
Article Detail0/zeeodisha/odisha2118947

Trigrahi Yog: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଧନ ବର୍ଷା କରିବେ ଶନି-ଶୁକ୍ର-ମଙ୍ଗଳ!

Trigrahi Yog in Kumbh Rashi:  ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଶୁକ୍ର ସେହି ରାଶିକୁ ମାର୍ଚ୍ଚ ୭ ତାରିଖରେ ଚଳନ କରିବେ। ଏବଂ ମଙ୍ଗଳ ମଧ୍ୟ ମାର୍ଚ୍ଚ ୧୫ ସକାଳ ୭ଟା ୪୦ ମିନିଟ୍ ସମୟରେ କୁମ୍ଭକୁ ପ୍ରବେଶ କରିବେ। ଗୋଟିଏ ରାଶିରେ ଶନି-ଶୁକ୍ର-ମଙ୍ଗଳଙ୍କ ଚଳନ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି । ତେବେ, ଏହି ତ୍ରିଗ୍ରାହୀ ଯୋଗ(Trigrahi Yog) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ଉପରେ ତ୍ରିଗ୍ରାହୀ ଯୋଗର ପ୍ରଭାବ ରହିବ।

Trigrahi Yog: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଧନ ବର୍ଷା କରିବେ ଶନି-ଶୁକ୍ର-ମଙ୍ଗଳ!

Trigrahi Yog in Kumbh Rashi: ବୌଦିକ ଜ୍ୟୋତିଶ ଶାସ୍ତ୍ରରେ ମାର୍ଚ୍ଚ ମାସକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କାହିଁକିନା ଏହି ମାସରେ ଏକାଧିକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରନ୍ତି । ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଶୁକ୍ର ସେହି ରାଶିକୁ ମାର୍ଚ୍ଚ ୭ ତାରିଖରେ ଚଳନ କରିବେ। ଏବଂ ମଙ୍ଗଳ ମଧ୍ୟ ମାର୍ଚ୍ଚ ୧୫ ସକାଳ ୭ଟା ୪୦ ମିନିଟ୍ ସମୟରେ କୁମ୍ଭକୁ ପ୍ରବେଶ କରିବେ। ଗୋଟିଏ ରାଶିରେ ଶନି-ଶୁକ୍ର-ମଙ୍ଗଳଙ୍କ ଚଳନ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି । ତେବେ, ଏହି ତ୍ରିଗ୍ରାହୀ ଯୋଗ(Trigrahi Yog) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ଉପରେ ତ୍ରିଗ୍ରାହୀ ଯୋଗର ପ୍ରଭାବ ରହିବ। 

ALSO READ: Today Horoscope: ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶି ବ୍ୟକ୍ତିଙ୍କର ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

କୋଟିପତି ହେବେ ଏହି ସବୁ ରାଶି:

ମେଷ ରାଶି: ତ୍ରିଗ୍ରାହୀ ଯୋଗ ଏହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ଆସନ୍ତାମାସରୁ ଏହି ରାଶିର ବ୍ୟକ୍ତି ବିଶେଷ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କ ପାଇଁ ଭଲ ଚାକିରି ଅଫର ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେଶ ଭଲ ହେବ। 

ବୃଷ ରାଶି: ଶନି-ଶୁକ୍ର-ମଙ୍ଗଳଙ୍କ କୃପା ଏହି ରାଶି ଉପରେ ରହିବ। ଏହି ଅବଧି ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମଳିବାର ସମ୍ଭାବନା ରହିଛି । ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନେ ଭଲ ଚାକିରି ପାଇବାର ସମ୍ଭାବନା ରହିଛି। ଆପଣ ହୁଏତ ନିଜ ପିଲାମାନଙ୍କ ଠାରୁ କିଛି ଭଲ ଖବର ପାଇପାରନ୍ତି। ସନ୍ତାନ ସୁଖ ପ୍ରାପ୍ତ ହେବାର ସମ୍ଭାବନା ରହିଛି। ବୈବାହିତ ଜୀବନ ସୁଖମୟ ହେବ।  ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ନୂଆ ଯୋଜନା ରଖିଛନ୍ତି। ତେବେ, ତାହାକୁ ଏବେ କାର୍ଯ୍ୟକାରୀ କରନ୍ତୁ, ଲାଭବାନ୍ ହେବେ।  ପରିବାର ଠାରୁ ପୂର୍ଣ୍ଣ ସମର୍ଥନ ପାଇବ । 

କୁମ୍ଭ ରାଶି:  ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କ୍ୟାରିୟରରେ ଅଗ୍ରଗତି କରିବେ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଅଟକି ରହିଥିବା ଧନ ଆପଣଙ୍କୁ ମିଳିବ। କିନ୍ତୁ ମନେ ରଖନ୍ତୁ ଯେ, ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନଚେତ୍ ଆପଣ ଚାପଗ୍ରସ୍ତ ଅନୁଭବ କରିବେ । ପୌତୃକ ସମ୍ପତ୍ତିରୁ ଲାଭ ପାଇବା ସହ ନୂଆ ଜମି କିଣିବାର ମଧ୍ୟ ସମ୍ଭାବନା ରହିଛି। 

କର୍କଟ ରାଶି: ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସମୟ ରହିଛି। ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆଗ୍ରହ ବଢିବ। ଏହା ବ୍ୟତୀତ ଆପଣଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ । ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଆଶାୟୀମାନେ ସଫଳତା ପାଇପାରିବେ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି। ପ୍ରଗତିର ରାସ୍ତା ଖୋଲିବ । ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)