ନୂଆଦିଲ୍ଲୀ: ଦିନକୁ ଦିନ କ୍ରମାଗାତ ଭାବେ ହ୍ରାସ ପାଇଛି ଜଙ୍ଗଲ। ଏହାର ପ୍ରଭାବରେ ପରିବେଶ ପ୍ରଦୂଷିତ ହୋଇଉଠିବା ହେବା ସହ ଜଳବାୟୁରେ ଦେଖାଗଲାଣି ପରିବର୍ତ୍ତନ। ପୃଥିବୀ ପୃଷ୍ଠରୁ ବଣ ଜଙ୍ଗଲ କମିବା କାରଣରୁ ଅନେକ ଜୀବ ଜନ୍ତୁ ଏବେ ଜନବସତି ମୁହାଁ ହେବାରେ ଲାଗିଲେଣି। ଅନେକ ସମୟରେ ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ମଣିଷ ମଧ୍ୟରେ ହେଉଥିବା ସଂଘର୍ଷ ଜନିତ ଖବର ଅନେକ ଗଣମାଧ୍ୟମରେ ପ୍ରସାରିତ ହେଉଛି  


COMMERCIAL BREAK
SCROLL TO CONTINUE READING

ଏପରି ଘଟଣା ପଛରେ ରହିଥିବା ମୁଖ୍ୟ ସଂକଟ ହେଉଛି ଖାଦ୍ୟ ସଂକଟ। ସଦ୍ୟ ଏହାର ଉଦାହରଣ ଦେଖିବାକୁ ପଡୋଶୀ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ। ପ୍ରାକୃତିକ ବାସସ୍ଥାନରେ ଖାଦ୍ୟର ଅଭାବ କାରଣରୁ ଏହି ଦେଶରେ ଏବେ ହାତୀପଲ ଘନ ଜଙ୍ଗଲ ଛାଡି କୁଢ କୁଢ ଅଳିଆ ଗଦାରେ ଆସି ପହଞ୍ଚିଲେଣି। ସେଠାରେ ନିଜର ଆବଶ୍ୟକତା ପୂରଣ ଲାଗି ଆବର୍ଜନା ଖାଇବାକୁ ବାଧ୍ୟ ଏହି ଜଙ୍ଗଲୀ ଜବ।  


ଇଣ୍ଟରନେଟରେ ଚହଳ ସୃଷ୍ଟି କରିଥିବା ଏହି ଫଟୋକୁ ଥର୍ମପ୍ଲାନ୍ ଟିଲାକ୍ସନ୍ ନାମକ ଫଟୋଗ୍ରାଫର ପୋଷ୍ଟ କରିଥିଲେ। ସେ ବନ୍ୟ ପଶୁଙ୍କ ଉପରେ ଗବେଷଣା କରନ୍ତି। ଏନେଇ ଫଟୋଗ୍ରାଫର ଥର୍ମାପ୍ଲାନ୍ କହିଛନ୍ତି ମାନବୀୟ ଭୁଲ ପଶୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ପ୍ଲାଷ୍ଟିକ ଖାଇବା ଦ୍ୱାରା ଜଙ୍ଗଲୀ ଜୀବଙ୍କ ମୃତ୍ୟୁ ହୋଇପାରେ। ପ୍ଲାଷ୍ଟିକ୍ ଏତେ ମାତ୍ରାରେ ଭଡୁଛି ବନ୍ୟଜନ୍ତୁ ବର୍ତ୍ତମାନ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି। 


ଏହି ଫଟୋଗ୍ରାଫର ଆହୁରି କହିଛନ୍ତି ହାତୀ ପ୍ରତି ଦିନ ଅତି କମରେ ୨୮-୩୦ କିଲୋମିଟର ବାଟ ଚାଲିଥାନ୍ତି। ଏହି ସମୟ ମଧ୍ୟରେ ସେମାନେ ବିଭିନ୍ନ ପ୍ରକାରର ଉଦ୍ଭିଦଜାତ ଖାଦ୍ୟ ଖାଇଥାନ୍ତି। ହେଲେ ପ୍ଲାଷ୍ଟିକ୍ ଖାଉଥିବା ଏହି ହାତୀଙ୍କ ଫଟୋ ଏବେ ଚିନ୍ତାର କାରଣ ପାଲଟିଛି। ଜଙ୍ଗଲରେ ପହଞ୍ଚିବା ପରେ ଆମ ବର୍ଜ୍ୟବସ୍ତୁ ଖାଇ ବନ୍ୟ ପ୍ରାଣୀଙ୍କ ଶରୀର ନଷ୍ଟ ହେଉଛି। 


ଭାରତୀୟ ବନସେବା ଅଧିକାରୀ ପ୍ରବୀଣ କସୱାନ ମଧ୍ୟ ଏହି ଚିତ୍ରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ଠାରୁ ଅଧିକ ଦୁଃଖଦ ଚିତ୍ର ହୋଇପାରିବ ନାହିଁ ବୋଲି ସେ ଲେଖିଛନ୍ତି।


 



ଜଙ୍ଗଲ ବିଭାଗ ଅଧିକାରୀ ମଧ୍ୟ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅନେକ ଲୋକ ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ହାତୀ ଏପରି ଅଳିଆ ଗଦାରେ ପ୍ଲାଷ୍ଟିକ ଖାଉଥିବା ଦେଖିବା ପରେ ପରିବେଶ ସୁରକ୍ଷା ନେଇ କାମ କରୁଥିବା ଲୋକ ଚିନ୍ତା ପ୍ରକଟ କରିଛନ୍ତି। ଏହି ବର୍ଜ୍ୟବସ୍ତୁ କେବଳ ହାତୀ ପେଟକୁ ଯାଉନାହିଁ ବରଂ ମଳ ଆକାରରେ ଜଙ୍ଗଲକୁ ଯାଉଛି। ଯାହା ଅନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି।


 


 



.