ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଭାରତୀୟ ଜୀବନ ବୀମା ନିଗମ ((Life Insurance Corporation of India-LIC) ରୁ ପଲିସି କରିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ନିଜର କୋଟି କୋଟି ପଲିସି ଧାରକଙ୍କୁ ମେସେଜ୍ କରି LIC ଆବଶ୍ୟକ ସୂଚନା ପ୍ରଦାନ କରିଛି । ବାସ୍ତବରେ, ପଲିସି ସହ ପାନ୍ କାର୍ଡ ଲିଙ୍କ୍ (PAN link with LIC policy) କରିବା ଆବଶ୍ୟକ । LIC ଏହାର ଅଫିସିଆଲ୍ ୱେବସାଇଟ୍ ରେ ମଧ୍ୟ ଏହି ସୂଚନା ପ୍ରଦାନ କରିଛି ।


COMMERCIAL BREAK
SCROLL TO CONTINUE READING

LIC କହିଛି ଯେ PML ଅନୁଯାୟୀ, ୫୦ ହଜାରରୁ ଅଧିକ ନଗଦ ଦେୟ ପାଇଁ ପାନ୍ ଆବଶ୍ୟକ, ତେଣୁ ପଲିସିଧାରୀମାନେ ତୁରନ୍ତ ସେମାନଙ୍କର LIC ପଲିସିକୁ ପାନ୍ କାର୍ଡ ସହିତ ଲିଙ୍କ୍ କରିବା ଉଚିତ୍ । କମ୍ପାନୀ କହିଛି ଯେ PAN କୁ ପଲିସି ସହିତ ଯୋଡିବାର ଅନେକ ଲାଭ ଅଛି ଏବଂ PAN କୁ ପଲିସି ସହିତ ଯୋଡିବାର ପ୍ରକ୍ରିୟା ବହୁତ ସରଳ ।


ଯଦି ଆପଣ ଏପର୍ଯ୍ୟନ୍ତ ପାନ୍ ସହିତ ପଲିସି ଲିଙ୍କ୍ କରିନାହାଁନ୍ତି, ତେବେ ଆପଣ ଏହାକୁ ଘରେ ବସି ଅନଲାଇନରେ କରିପାରିବେ । ଚାଲନ୍ତୁ ଜାଣିବା ଏହାର ପ୍ରକ୍ରିୟା…


୧. LIC ର ୱେବସାଇଟ (www.licindia.in) ରେ ପଲିସି ତାଲିକା ସହିତ PAN ବିବରଣୀ ପ୍ରଦାନ କରନ୍ତୁ ।


୨. ବର୍ତ୍ତମାନ ଆପଣଙ୍କର ମୋବାଇଲ୍ ନମ୍ବର ଦାଖଲ କରନ୍ତୁ । ସେହି ମୋବାଇଲ୍ ନମ୍ବରରେ LIC ରୁ ଏକ OTP ଆସିବ, ଏହାକୁ ଦାଖଲ କରନ୍ତୁ ।


୩. ଫର୍ମ ଦାଖଲ ପରେ ଆପଣ ସଫଳ ପଞ୍ଜୀକରଣ ଅନୁରୋଧର ମେସେଜ ପାଇବେ ।


୪. ବର୍ତ୍ତମାନ ଆପଣ ଜାଣିବେ ଯେ ଆପଣଙ୍କର ପାନ୍ ପଲିସି ସହିତ ଲିଙ୍କ୍ ହୋଇଯାଇଛି ।


ଘରେ ବସି ପଲିସି ସ୍ଥିତି କରନ୍ତୁ ଯାଞ୍ଚ 


୧. LIC ପଲିସିର ଅନଲାଇନ୍ ସ୍ଥିତି ଜାଣିବା ପାଇଁ ଆପଣଙ୍କୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ https://www.licindia.in/ କୁ ଯିବାକୁ ପଡିବ । ଏଠାରେ ସ୍ଥିତି ଜାଣିବା ପାଇଁ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ।


୨. ପଞ୍ଜୀକରଣ ପାଇଁ ଆପଣଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡିବ ନାହିଁ ।
ଏଥିପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମ ତାରିଖ, ନାମ, ପଲିସି ନମ୍ବର ଦାଖଲ କରିବାକୁ ପଡିବ । ଥରେ ପଞ୍ଜୀକୃତ ହୋଇଗଲେ, ଆପଣ ଯେକୌଣସି ସମୟରେ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ ।


୩. ଯଦି ଆପଣ କୌଣସି ସୂଚନା ଚାହୁଁଛନ୍ତି ତେବେ ଆପଣ 022 6827 6827 ରେ ମଧ୍ୟ କଲ କରିପାରିବେ । ଏହା ବ୍ୟତୀତ ଆପଣ 9222492224 ନମ୍ବରକୁ LICHELP <ପଲିସି ସଂଖ୍ୟା> ଲେଖି ଏକ ମେସେଜ ମଧ୍ୟ ପଠାଇ ପାରିବେ ।
ଏଥିରେ ମେସେଜ ପଠାଇବା ପାଇଁ ଆପଣଙ୍କ ଟଙ୍କା କଟିବ ନାହିଁ ।


ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: କୋରୋନା ଭ୍ୟାକ୍ସିନ ମାମଲାରେ ଇତିହାସ ରଚିଲା ଭାରତ


ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ଭାରତକୁ ନେଇ ଏହି ବଡ଼ ଦାବି କଲା ତାଲିବାନ


ଏହା ବି ପଢ଼ନ୍ତୁ:-ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ପେଟ୍ରୋଲ-ଡିଜେଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍


ଏହା ବି ପଢ଼ନ୍ତୁ:-କୃଷକଙ୍କ ପାଇଁ ଗୁଡ୍ ନ୍ୟୁଜ୍! ଏହି ଦିନ ଆସିବ ପିଏମ କିସାନ ଯୋଜନାର ଦଶମ କିସ୍ତି