ନୂଆଦିଲ୍ଲୀ: LIC Policy Payment Paytm: ଯଦି ଆପଣ ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ୍ LIC ରୁ କୌଣସି ପଲିସି କିଣି ରଖିଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଅଛି । ଆପଣ ପେଟିଏମ୍ (Paytm) ମାଧ୍ୟମରେ ପଲିସି ପ୍ରିମିୟମ୍ କିମ୍ବା ଯେକୌଣସି ପ୍ରକାରର ପଲିସି ସମ୍ବନ୍ଧୀୟ ଦେୟ ମଧ୍ୟ କରିପାରିବେ । LIC Paytm କୁ ନିଜର ସମସ୍ତ ଡିଜିଟାଲ୍ ପେମେଣ୍ଟ ସୁବିଧା ଦେବା ପାଇଁ ନିଯୁକ୍ତ କରିଛି । ଅନ୍ୟାନ୍ୟ ପେମେଣ୍ଟ ଗେଟୱେ ସହିତ ଚୁକ୍ତିନାମା ପରେ ଏବେ LIC ପେଟିଏମ୍ ସହିତ ଚୁକ୍ତି କରିଛି । କାରଣ ଏହାର ଅଧିକାଂଶ ପେମେଣ୍ଟ ଡିଜିଟାଲ୍ ମୋଡକୁ ଚାଲିଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀ ହେଲେ କୋରୋନା ସଂକ୍ରମିତ, ଟ୍ୱିଟ୍ କରି ଦେଲେ ସୂଚନା


Paytm-LIC ମଧ୍ୟରେ ଡିଜିଟାଲ୍ ପେମେଣ୍ଟ ଚୁକ୍ତି 


ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ସୂତ୍ର କହିଛି ଯେ ୧୭ଟି ପେମେଣ୍ଟ ଗେଟୱେ LIC ର ଡିଜିଟାଲ ପେମେଣ୍ଟ ସୁବିଧା ପାଇଁ ଟେଣ୍ଡର ପକାଇ ଥିଲେ । Paytm ର ମଲ୍ଟିପଲ୍ ପେମେଣ୍ଟ ସେବାରେ ଦୃଢ଼ ଉପସ୍ଥିତି ଏହାର ସପକ୍ଷରେ କାମ କରିଛି, ଅନ୍ୟପକ୍ଷେ ବାକି ପେମେଣ୍ଟ ଗେଟୱେଗୁଡ଼ିକ କେବଳ କିଛି ସେଗମେଣ୍ଟରେ ବଢ଼ିଥିଲେ, ଯେପରି UPI କିମ୍ବା କାର୍ଡ । ନୂତନ ଚୁକ୍ତିନାମାରୁ  ପେମେଣ୍ଟ ପ୍ରକ୍ରିୟା ଆହୁରି ସହଜ ହେବ, ଅଧିକ ଦେୟ ବିକଳ୍ପ ଉପଲବ୍ଧ ହେବ ଏବଂ ଅଧିକ ପ୍ଲେୟର୍ସ ଯେପରି ୱାଲେଟ୍ ଏବଂ ବ୍ୟାଙ୍କ ପରି ଏଥିରେ ସାମିଲ ହେବ ।


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗିଲା ଲକଡାଉନ୍


କୋରୋନା କାଳରେ ଦ୍ରୁତ ଗତିରେ ବଢ଼ିଛି ଡିଜିଟାଲ୍ ପେମେଣ୍ଟ


ରିପୋର୍ଟ ଅନୁଯାୟୀ, କୋରୋନା ମହାମାରୀ ସମୟରେ LIC ର ଡିଜିଟାଲ ପେମେଣ୍ଟରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ଏହି ଅବଧି ମଧ୍ୟରେ LIC ଡିଜିଟାଲ୍ ମୋଡ୍ ମାଧ୍ୟମରେ ୬୦,୦୦୦ କୋଟି ଟଙ୍କା ପ୍ରିମିୟମ ସଂଗ୍ରହ କରିଥିବାବେଳେ ଏଥିରେ ବ୍ୟାଙ୍କରୁ କରାଯାଇଥିବା ଦେୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ । ଏହା ପ୍ରାୟ ୮ କୋଟି ଟଙ୍କାର କାରବାର ହେବ, ଯାହା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।


ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ୧୨ଟି ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା


ଅଧିକ ପଢ଼ନ୍ତୁ:-ଏବେ ମାତ୍ର ୯ ଟଙ୍କାରେ କିଣି ପାରିବେ LPG ଗ୍ୟାସ୍ ସିଲିଣ୍ଡର! ଏପ୍ରିଲ ୩୦ ଯାଏ ସୁଯୋଗ, ଏହି ଉପାୟରେ ଉଠାନ୍ତୁ ଲାଭ


କେବଳ ପ୍ରିମିୟମ ନୁହେଁ, ସମସ୍ତ ପ୍ରକାର ପେମେଣ୍ଟ ସମ୍ଭବ ହେବ 


LIC କେବଳ Paytm ଠାରୁ ପ୍ରିମିୟମ୍ ପେମେଣ୍ଟ ନୁହେଁ ବରଂ ସମସ୍ତ ପ୍ରକାରର ସଂଗ୍ରହର ଡିଜିଟାଲ ଉପାୟରେ କରିବାର ମଧ୍ୟ ପ୍ରସ୍ତୁତ କରିଛି । ଯେଉଁଥିରେ ବୀମା ଏଜେଣ୍ଟମାନଙ୍କ ତରଫରୁ ରେମିଣ୍ଟସ କଲେକଶନ ମଧ୍ୟ ସାମିଲ ରହିଛି । ଅନ୍ୟପକ୍ଷେ ଯେଉଁମାନଙ୍କ ପାଖରେ LIC ପଲିସି ଅଛି, ସେମାନେ ପୂର୍ବରୁ ପେଟିଏମରୁ ମଧ୍ୟ ସେମାନଙ୍କର ପ୍ରିମିୟମ୍ ପୈଠ କରିପାରୁଥିଲେ । ଏହା ବ୍ୟତୀତ GooglePay, PhonePe ମାଧ୍ୟମରେ ମଧ୍ୟ କରାଯାଇପାରିବ ।