ରାହୁଲ ଗାନ୍ଧୀ ହେଲେ କୋରୋନା ସଂକ୍ରମିତ, ଟ୍ୱିଟ୍ କରି ଦେଲେ ସୂଚନା
Advertisement

ରାହୁଲ ଗାନ୍ଧୀ ହେଲେ କୋରୋନା ସଂକ୍ରମିତ, ଟ୍ୱିଟ୍ କରି ଦେଲେ ସୂଚନା

Rahul Gandhi Covid-19 Positive: କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । 

ରାହୁଲ ଗାନ୍ଧୀ ହେଲେ କୋରୋନା ସଂକ୍ରମିତ, ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ: Rahul Gandhi Covid-19 Positive: କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ସାମାନ୍ୟ ଲକ୍ଷଣ ଦେଖିବା ପରେ ମୁଁ କୋରୋନା ପରୀକ୍ଷା କରିଛି, ମୋର ରିପୋର୍ଟ ପଜିଟିଭ ଆସିଛି । ନିକଟ ଅତୀତରେ ଯେଉଁ ଲୋକମାନନେ ସମ୍ପର୍କରେ ଆସିଛନ୍ତି, ସମସ୍ତ କୋରୋନା ପ୍ରୋଟୋକଲ୍ ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ରାହୁଲ ଗାନ୍ଧୀ କୋରୋନୋ ସଂକ୍ରମିତ ହେବା ପରେ ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରାର୍ଥନା କରାଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତାଙ୍କ ଶୀଘ୍ର ସୁସ୍ଥ ହେବାର କାମନା କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗିଲା ଲକଡାଉନ୍

ଏଥି ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, ''ଆମେ ସମସ୍ତେ ଆପଣଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ । ଏହି ସଙ୍କଟ ସମୟରେ ଦେଶ ଆପଣଙ୍କ ମାର୍ଗଦର୍ଶନର ଆବଶ୍ୟକତା କରୁଛି । ଆପଣ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ । ଦେଶ ନିଜ ଜନନେତାଙ୍କୁ ଅପେକ୍ଷା କରୁଛି ।''