Lightning Strikes: ଗୁଜୁରାଟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ସମୟରେ ବଜ୍ରପାତ ଘଟିବା କାରଣରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଗୁଜରାଟର ବିଭିନ୍ନ ସହରରେ ଖରାପ ପାଗ ଏବଂ ବଜ୍ରପାତ ଯୋଗୁଁ ମୃତ୍ୟୁକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି। ରାଜ୍ୟ ଜରୁରୀକାଳୀନ ସଞ୍ଚାଳନ କେନ୍ଦ୍ର (SEOC) ର ଜଣେ ଅଧିକାରୀଙ୍କ କହିବାନୁସାରେ, ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ବର୍ଷା ଜନିତ ବଜ୍ରପାତରେ ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ଅଧିକାରୀଙ୍କ କହିବାନୁସାରେ ପ୍ରବଳ ବର୍ଷା ସମୟରେ ବଜ୍ରପାତ (Lightning Strikes) ଘଟିବାରୁ ଏହିସବୁ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି। SEOC ଅଧିକାରୀଙ୍କ ସୂଚନାନୁସାରେ,  ଦହୋଦ ଜିଲ୍ଲାରେ ୪ଜଣ, ଭରୁଚରେ ତିନି ଜଣ, ତାପିରେ ଦୁଇ ଜଣ ଏବଂ ଅହମ୍ମଦାବାଦ, ଅମରେଲି, ବନାସକାଣ୍ଠା, ବୋଟାଦ, ଖେଡା, ମେହସାନା, ପଞ୍ଚମହଲ, ସାବରକାଣ୍ଠା, ସୁରଟ, ସୁରେନ୍ଦ୍ରନଗର ଏବଂ ଦେବଭୋମୀ ଦ୍ୱାରକାରେ ଜଣ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ବା ଟ୍ୱିଟରରେ ଶାହା ଲେଖିଛନ୍ତି ଯେ ଗୁଜୁରାଟର ବିଭିନ୍ନ ସହରରେ ଖରାପ ପାଗ ଏବଂ ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖବର ମୋତେ ଗଭୀର ଦୁଃଖିତ କରିଛି।


ଏହି ଦୁଃଖଦ ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଅପୂରଣୀୟ କ୍ଷତି ପାଇଁ ମୁଁ ମୋର ଗଭୀର ସମବେଦନା ଜଣାଉଛି। ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି ଟ୍ୱିଟ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ (Home Minister)।


ଏବେ କେମିତି ରହିଛି ପାଣିପାଗ?
ସୋମବାର ଦିନ ରାଜ୍ୟରେ ବର୍ଷା କମିବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ (Indian Metrological Department) (IMD) କହିଛି। SEOC ଦ୍ୱାରା ସଂଗୃହିତ ତଥ୍ୟ ଅନୁଯାୟୀ ଗୁଜୁରାଟର ୨୫୨ ଟି ସ୍ଥାନ ମଧ୍ୟରୁ ୨୩୪ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସୁରଟ, ସୁରେନ୍ଦ୍ରନଗର, ଖେଡା, ତାପି, ଭରୁଚ ଏବଂ ଅମରେଲି ଜିଲ୍ଲାରେ ୧୬ ଘଣ୍ଟା ମଧ୍ୟରେ ୫୦ ରୁ ୧୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାସହ ଧନଜୀବନ ନଷ୍ଟ ହେବା ସହ ଫସଲରେ ମଧ୍ୟ ବହୁ କ୍ଷତି ଘଟିଥିବା ସୂଚନା ଦିଆଯାଇଛି।


ସେହିପରି ରାଜକୋଟରେ କେତେକ ସ୍ଥାନରେ କୁଆପଥର ବୃଷ୍ଟି ହୋଇଥିଲା। ଅଧିକାରୀ କହିଛନ୍ତି ଯେ ବର୍ଷା ହେତୁ ଫସଲର କ୍ଷତି ବ୍ୟତୀତ ସୌରାଷ୍ଟ୍ରର ମୋର୍ବି ଜିଲ୍ଲାର କାରଖାନା ବନ୍ଦ ହେତୁ ସେରାମିକ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଥିଲା। ଆଇଏମଡିର ଅହମ୍ମଦାବାଦ କେନ୍ଦ୍ରର ନିର୍ଦ୍ଦେଶକ ମନୋରାମା ମହାନ୍ତି କହିଛନ୍ତି ଯେ, ସୋମବାର ଦିନ ବର୍ଷା କମ୍ ରହିବ ଏବଂ ଦକ୍ଷିଣ ଗୁଜୁରାଟ (Lightening Death Gujarat) ଏବଂ ସୌରାଷ୍ଟ୍ରର କିଛି ଅଂଶରେ କେନ୍ଦ୍ରୀଭୂତ ହେବ।


Also Read: Weather Report: ହିମାଳୟରେ ଜୋରଦାର ତୁଷାରପାତ, ଜାଣନ୍ତୁ କେମିତି ରହିଛି ଦେଶରେ ଶୀତର ପ୍ରକୋପ


Also Read: Droupadi Murmu: ପାରାଦୀପରେ ମହାମହିମ ରାଷ୍ଟ୍ରପତି