ମଦ୍ୟପାନ କରୁଥିଲେ ସାବଧାନ! ଧରାପଡିଲେ ତଣ୍ଡ ଓ ଦଣ୍ଡ, ସରକାର ଆଣିଲେ କଠୋର ନିୟମ
ଦୀର୍ଘ ୯ ବର୍ଷର ଆନ୍ଦୋଳନ ପରେ ନୀତିଶ କୁମାର ସରକାର ଆନ୍ତରିକତାର ସହିତ ୧ ଏପ୍ରିଲ ୨୦୧୬ରେ ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ। ନିଷେଧାଦେଶକୁ ଛଅ ବର୍ଷ ପୁରିଲାଣି, କିନ୍ତୁ ରାଜ୍ୟରେ ମଦମୃତ୍ୟୁ ମାମଲା କମିବାର ନାଁ ନେଉନାହିଁ।
ପାଟନା: ମଦ୍ୟପଙ୍କ ପାଇଁ ବାଜିଲା ସତର୍କ ଘଣ୍ଟି। ଆଗକୁ ମଦ୍ୟପାନ କରିବାକୁ ଚାହୁଁଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ଧରାପଡିଲେ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିପାରେ। ଏପରି କି ଜେଲ ମଧ୍ୟ ଯାଇପାରନ୍ତି। ମଦ୍ୟପାନକୁ ନେଇ ବିହାର ସରକାର ଏଭଳି ନିୟମ ଆଣିଛନ୍ତି। ବିହାର ଡ୍ରାଏ ରାଜ୍ୟ ଭାବେ ଜଣାଶୁଣା। ମଦମୃତ୍ୟୁ ମାମଲା ହ୍ରାସ କରିବା ପାଇଁ ନୀତିଶ କୁମାର ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି।
ସୋମବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନୂଆ ଅବକାରୀ ପଲିସି (ସଂଶୋଧନ) ୨୦୨୨ ସହ ୧୪ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମାର୍ଚ୍ଚ ୨୮ରେ ବିହାର ବିଧାନସଭା ମଦ ନିଷେଧାଦେଶର ଉଲ୍ଲଂଘନ ପାଇଁ ଦଣ୍ଡବିଧାନକୁ ହ୍ରାସ କରିବା ପାଇଁ କଠୋର ମଦ୍ୟପାନ ନିଷେଧ ଆଇନରେ ଏକ ସଂଶୋଧନ ଆଣିଥିଲା। ବର୍ତ୍ତମାନ ପ୍ରଥମ ଥର ଉଲ୍ଲଂଘନକାରୀଙ୍କୁ ଏକ ମାସର ଦଣ୍ଡ ଭୋଗିବାକୁ ପଡିବ କିମ୍ବା ଜୋରିମାନା ସହିତ ଛାଡି ଦିଆଯିବ। ତେବେ ମଦ ଉତ୍ପାଦନ, ବିକ୍ରୟ, କ୍ରୟ, ବଣ୍ଟନ ଏବଂ ପରିବହନ ବନ୍ଦ କରିବାରେ ବିହାର ସରକାର ବିଫଳ ହୋଇ ଏପରି ନିୟମ ଆଣୁଥିବା ବିରୋଧମାନେ ଅଭିଯୋଗ କରିଛନ୍ତି।
Also Read: ଗୃହିଣୀଙ୍କ ବଢ଼ିଲା ଚିନ୍ତା! ମଦ୍ୟପଙ୍କୁ ଖୁସି ଖବର ଦେଲେ ରାଜ୍ୟ ସରକାର
କ୍ୟାବିନେଟ ବୈଠକ ପରେ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତି ଯେ, ନୂଆ ଅବକାରୀ ପଲିସିରେ ଯଦି ମଦ୍ୟପାନ କରି ପ୍ରଥମ ଥର ଧରାପଡନ୍ତି, ତେବେ ୨୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଯଦି ସେହି ବ୍ୟକ୍ତି ଜରିମାନା ଦେବାକୁ ବିଫଳ ହୁଅନ୍ତି, ତେବେ ତାଙ୍କୁ ୩୦ ଦିନ କାରାଗାରରେ ରଖାଯିବ। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଜରିମାନା ବିନା ୩୦ ଦିନ କାରାଦଣ୍ଡାଦେଶ ଦେଇପାରିବେ। ମଦ୍ୟପାନ କରି ଯଦି ଦ୍ୱିତୀୟ ଥର ଧରା ପଡିଲେ ଅଭିଯୁକ୍ତଙ୍କୁ ଜରିମାନା ଆଦାୟ ନକରି ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ।
ସୂଚନାଯୋଗ୍ୟ, ଦୀର୍ଘ ୯ ବର୍ଷର ଆନ୍ଦୋଳନ ପରେ ନୀତିଶ କୁମାର ସରକାର ଆନ୍ତରିକତାର ସହିତ ୧ ଏପ୍ରିଲ ୨୦୧୬ରେ ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ। ନିଷେଧାଦେଶକୁ ଛଅ ବର୍ଷ ପୁରିଲାଣି, କିନ୍ତୁ ରାଜ୍ୟରେ ମଦମୃତ୍ୟୁ ମାମଲା କମିବାର ନାଁ ନେଉନାହିଁ। ଗତ ହୋଲିରେ ବିହାରର ତିନୋଟି ଜିଲ୍ଲାରେ ତିରିଶ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଗତବର୍ଷ ଦୀପାବଳିରେ ଆଉ ଚାଳିଶ ଜଣଙ୍କର ମୃତ୍ୟୁ ହୋଇଥିଲା। ଚଳିତ ଜାନୁଆରୀରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ନାଲନ୍ଦାରେ ରେ ୧୩ ଜଣ ମୃତ୍ୟୁ ବରଣ କରିଥିଲେ। ସେପଟେ କିନ୍ତୁ ପ୍ରଶାସନ ଏଗୁଡିକୁ ମଦମୃତ୍ୟୁ ନୁହେଁ ବୋଲି କହିଛନ୍ତି।