ପଡୋଶୀ ରାଜ୍ୟମାନଙ୍କ ସହିତ MRPରେ ଥିବା ପାର୍ଥକ୍ୟକୁ ହ୍ରାସ କରିବା ଏବଂ କମ ଦାମରେ ଗ୍ରହକଙ୍କୁ ଉଚ୍ଚମାନର FMFL ଯୋଗାଇ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନୂତନ ଏକ୍ସାଇଜ୍ ପଲିସିରେ କୁହାଯାଇଛି। ତେବେ ଇଣ୍ଡିଆନ୍ ମେଡ୍ ବିଦେଶୀ ଲିକୋର (IMFL) ବା ଭାରତରେ ତିଆରି ବିଦେଶୀ ମଦ ଏବଂ ବିୟର ପାଇଁ ଏକ୍ସାଇଜ୍ ଡ୍ୟୁଟି ଅପରିବର୍ତ୍ତିତ ରହିଛି।
Trending Photos
ଭୁବନେଶ୍ୱର: ରାଜ୍ୟ ସରକାର ମଦ୍ୟପଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। କିନ୍ତୁ ଏହା ଗୃହିଣୀଙ୍କ ଚିନ୍ତା ବଢାଇ ଦେଇଛି। ଓଡିଶାରେ ବିଦେଶୀ ନିର୍ମିତ ବିଦେଶୀ ଲିକୋର (FMFL) ବା ମଦ ଶସ୍ତା ହୋଇଛି। ୨୦୨୨-୨୩ ବର୍ଷ ପାଇଁ ରାଜ୍ୟ ସରକାର ଏହାର ନୂତନ ଏକ୍ସାଇଜ୍ ପଲିସିରେ ଏହି ଉତ୍ପାଦଗୁଡିକ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିବାରୁ ମଦ ଶସ୍ତା ହୋଇଛି। ପଡୋଶୀ ରାଜ୍ୟମାନଙ୍କ ସହିତ MRPରେ ଥିବା ପାର୍ଥକ୍ୟକୁ ହ୍ରାସ କରିବା ଏବଂ କମ ଦାମରେ ଗ୍ରହକଙ୍କୁ ଉଚ୍ଚମାନର FMFL ଯୋଗାଇ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନୂତନ ଏକ୍ସାଇଜ୍ ପଲିସିରେ କୁହାଯାଇଛି। ତେବେ ଇଣ୍ଡିଆନ୍ ମେଡ୍ ବିଦେଶୀ ଲିକୋର (IMFL) ବା ଭାରତରେ ତିଆରି ବିଦେଶୀ ମଦ ଏବଂ ବିୟର ପାଇଁ ଏକ୍ସାଇଜ୍ ଡ୍ୟୁଟି ଅପରିବର୍ତ୍ତିତ ରହିଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ, ଓଡିଶାରେ ବିଭିନ୍ନ FMFL ଉପରେ ଏକ୍ସାଇଜ୍ ଡ୍ୟୁଟି ୧୫ରୁ ୨୦ ପ୍ରତିଶତ ହ୍ରାସ ହୋଇଥିବାବେଳେ ମଦ (Wine) କ୍ଷେତ୍ରରେ ଏହା ୧୦ରୁ ୧୫ପ୍ରତିଶତକୁ ହ୍ରାସ କରାଯାଇଛି। ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ ବିଭିନ୍ନ ବ୍ରାଣ୍ଡର FMFL ଏବଂ ୱାଇନର ଖୁଚୁରା ମୂଲ୍ୟ ୧୦ରୁ ୧୫ ପ୍ରତିଶତ ହ୍ରାସ ପାଇଛି। ଛତିଶଗଡ ଏବଂ ପଶ୍ଚିମବଙ୍ଗ ପରି ପଡୋଶୀ ରାଜ୍ୟ ତୁଳନାରେ ଓଡିଶାରେ ପ୍ରିମିୟମ ବ୍ରାଣ୍ଡ ଉପରେ ଅଧିକ ଏକ୍ସାଇଜ୍ ଡ୍ୟୁଟି ଥିବାରୁ ରାଜ୍ୟ ଅନେକ କ୍ଷତି ସହିଛି ବୋଲି ଏକ୍ସାଇଜ୍ ବିଭାଗର ଅଧିକାରୀମାନେ କହିଛନ୍ତି। ଏଠାରେ ଅଧିକ ମୂଲ୍ୟ ଥିବାରୁ ଓଡ଼ିଶାର ଲୋକମାନେ ପଡୋଶୀ ରାଜ୍ୟରୁ FMFL ଏବଂ ମଦ କିଣିବାକୁ ପସନ୍ଦ କରୁଥିଲେ।
Also Read: ମଦ୍ୟପଙ୍କୁ ଆଶ୍ୱସ୍ତି; ମଦ ଆଇନରେ ସଂଶୋଧନ, ସରକାର କଲେ ଏହି ବଡ଼ ପରିବର୍ତ୍ତନ
ଅବଶ୍ୟ ଲାଇସେନ୍ସ ଫି, MGQ (ସର୍ବନିମ୍ନ ସୁନିଶ୍ଚିତ ପରିମାଣ) ଏବଂ ଉତ୍ପାଦକ, ଯୋଗାଣକାରୀ ତଥା ଖୁଚୁରା ବ୍ୟବସାୟୀଙ୍କ ପାଇଁ ଆବେଦନ ଶୁଳ୍କରେ ନାମମାତ୍ର ବୃଦ୍ଧି ଘଟିଛି। ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ପରି ଚାରିଟି ପୌରସଂସ୍ଥାରେ ଉତ୍ସାହଜନକ ପ୍ରତିକ୍ରିୟା ପରେ ଆହୁରି କିଛି ପ୍ରିମିୟମ୍ ‘Off’ ଦୋକାନ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ low alcoholic drinksକୁ ପ୍ରତ୍ସାହିତ କରିବା ପାଇଁ ମାଇକ୍ରୋବ୍ରେୱେରୀ ନୀତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରେଷ୍ଟୁରାଣ୍ଟ ‘ON’ ଲାଇସେନ୍ସ ବିନା ଷ୍ଟାଣ୍ଡାଲୋନ୍ ମାଇକ୍ରୋବ୍ରେୱେରୀ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ବିଶିଷ୍ଟ ଏକ ପୃଥକ ଲାଇସେନ୍ସ ଫି ସ୍ଲାବ୍ ପ୍ରଚଳନ କରାଯାଇଛି। ସେହିଭଳି, ଅସ୍ଥାୟୀ ବାର୍ ଲାଇସେନ୍ସ ପାଇଁ ଦେୟ ହ୍ରାସ କରାଯାଇଛି। ‘ON’ ଦୋକାନଗୁଡ଼ିକରେ ଅତିରିକ୍ତ ବାର୍ ପାଇଁ ଦେୟ ମଧ୍ୟ ସ୍ଥିର ହୋଇଛି।
ସରକାରଙ୍କ 5T ଆକ୍ସନ ପ୍ଲାନ ଅନୁଯାୟୀ ଅନୁମତି / ପାସ୍ / ଲାଇସେନ୍ସ / ଦେୟ ପ୍ରସଙ୍ଗ ଭଳି ବିଭିନ୍ନ ପ୍ରକ୍ରିୟାର ସ୍ୱୟଂଚାଳିତତା ଉପରେ ଗୁରୁତ୍ୱ ଦିଆଯିବ। ଏହା ବ୍ୟତୀତ ନୂତନ ଏକ୍ସାଇଜ୍ ନୀତି ଘୋଷଣା କରିଛି ଯେ, ଅବକାରୀ ବିଭାଗ ଉନ୍ନତ ଗୁପ୍ତଚର, ଉନ୍ନତ ଭିତ୍ତିଭୂମି ଏବଂ ସମ୍ବଳ, କର୍ମଚାରୀ ନିଯୁକ୍ତି ତଥା ମନିଟରିଂ ଏବଂ ତଦାରଖ ପାଇଁ ଟେକ୍ନୋଲୋଜିର ବ୍ୟବହାର ହେବ। ଚଳିତ ବର୍ଷର ନୀତିରେ ଅନଭିଜ୍ଞ ଯୋଗାଣକାରୀ କିମ୍ବା ବ୍ରାଣ୍ଡକୁ ଓଡ଼ିଶା ବଜାରରେ ପ୍ରବେଶକୁ ସୀମିତ ରଖାଯିବ। ବ୍ରାଣ୍ଡ ପଞ୍ଜିକରଣ ପାଇଁ କେତେକ ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରିତ କରାଯିବ। ଏହା ବ୍ୟତୀତ ଭଗବାନ / ବିଶିଷ୍ଟ ବ୍ୟକ୍ତିତ୍ୱର (ଜୀବନ୍ତ କିମ୍ବା ମୃତ) ନାମରେ ଚାଲୁଥିବା ମଦ ଦୋକାନକୁ କୌଣସି ଲାଇସେନ୍ସ ଦିଆଯିବ ନାହିଁ।
Also Read: ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୩ ପ୍ରତିଶତ ମହଙ୍ଗା ଭତ୍ତା
ପୂର୍ବପରି କାଉଣ୍ଟର ବ୍ୟତୀତ ମଦର ହୋମ ଡେଲିଭରୀ ଜାରି ରହିବ । ପ୍ରତ୍ୟେକ ବୋତଲରେ FMFL, IMFL, Wine, ବିୟର ଏବଂ ଦେଶ ମଦ ଉପରେ MRP ରହିବ। MRP ଠାରୁ ଅଧିକ ମୂଲ୍ୟରେ ମଦ ବିକ୍ରି କରାଯାଇ ପାରିବନାହିଁ। ବିକ୍ରେତାମାନଙ୍କୁ ସମସ୍ତ ଗ୍ରାହକଙ୍କୁ ନଗଦ ମେମୋ ବା ବିଲ୍ ପ୍ରଦାନ କରିବାକୁ କୁହାଯାଇଛି। ଯଦି ଏଥିରେ ବିକ୍ରେତା ଖିଲାପ କରନ୍ତୁ ତେବେ ତାଙ୍କୁ ଜରିମାନାରେ ଦଣ୍ଡିତ କରାଯିବ ବୋଲି ନୂତନ ଅବକାରୀ ବା ଏକ୍ସସାଇଜ୍ ପିଲିସି (Odisha excise policy) ରେ ଉଲ୍ଲେଖ ରହଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ଏହି ନୀତି ମଦ୍ୟପଙ୍କୁ ପ୍ରତ୍ସାହିତ କରିବ ଏବଂ ପାରିବାରିକ କଳର ସୃଷ୍ଟିର କାରଣ ହୋଇପାରେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।