ନୂଆଦିଲ୍ଲୀ: LPG Gas Cylinder Subsidy: ଘରୋଇ ଏଲପିଜି ସିଲିଣ୍ଡର ଉପରେ ସବସିଡି (Domestic LPG Cylinders Subsidy) ପୁଣି ଥରେ ଆରମ୍ଭ ହୋଇଛି । ଏହା ସହିତ ଏହାର ରାଶି ମଧ୍ୟ ଲୋକଙ୍କ ଆକାଉଣ୍ଟକୁ ପଠାଇବା ଆରମ୍ଭ ହୋଇଛି । ଯେଉଁଥିପାଇଁ ଲୋକମାନେ ବହୁତ ରିହାତି ପାଇଛନ୍ତି । ସେପଟେ ଗ୍ରାହକଙ୍କ ଆକାଉଣ୍ଟରେ LPG ସିଲିଣ୍ଡରର ଅଲଗା ଅଲଗା ସବସିଡି ରାଶି ପହଞ୍ଚିଛି । ଯାହାକୁ ନେଇ ସେମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । କାହାର ଆକାଉଣ୍ଟରେ ଅଧିକ ଆସିଥିବା ବେଳେ କାହାର ଆକାଉଣ୍ଟରେ କମ୍ ଅର୍ଥ ରାଶି ଆସିଛି, କିନ୍ତୁ ଲୋକଙ୍କ ମନରେ ପ୍ରଶ୍ନ ମଧ୍ୟ ଉଠୁଛି ଯେ ଏହି ଅନ୍ତର କାହିଁକି ଦେଖାଦେଉଛି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଅଗଷ୍ଟ ମାସରୁ ଗ୍ୟାସ ସବସିଡି (LPG Gas Cylinder Subsidy) ମିଳୁ ନଥିଲା । ଯେଉଁଥିପାଇଁ ଲୋକମାନେ ନିଜ ସହରର ଗ୍ୟାସ ଏଜେନ୍ସିରେ ମଧ୍ୟ ଅଭିଯୋଗ କରୁଥିଲେ । ଅନ୍ୟପଟେ ସବସିଡି ସେମାନଙ୍କ ଆକାଉଣ୍ଟରେ ପହଞ୍ଚିବା ପରେ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । କାରଣ କାହାର ଆକାଉଣ୍ଟରେ ୭୯.୨୬ ଟଙ୍କା ତ କାହାର ଆକାଉଣ୍ଟରେ ୧୫୮.୫୨ ଟଙ୍କା କିମ୍ବା ୨୩୭.୭୮ ଟଙ୍କା ଆସିଛି । ଯାହା ଉପରେ ଗ୍ୟାସ ଏଜେନ୍ସିଗୁଡିକ କହିଛି ଯେ ସେପରି କୌଣସି ଅଭିଯୋଗ ଆସିନାହିଁ । ଏହା ମଧ୍ୟ କୁହାଯାଇଛି ଯେ ଏହି ବିଷୟରେ ପୂର୍ବରୁ ଅଭିଯୋଗ ଗ୍ରହଣ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଅଭିଯୋଗ ଆସୁନାହିଁ । ଏଥିସହିତ ଲୋକମାନେ ସିଲିଣ୍ଡର ପିଛା ୭୯.୨୬ ଟଙ୍କା ସବସିଡି ପାଉଛନ୍ତି ।


ଏହି ପ୍ରସଙ୍ଗରେ ଭାରତୀୟ ତୈଳ ନିଗମର କ୍ଷେତ୍ର ପରିଚାଳକ ରାହୁଲ ଦୀକ୍ଷିତ କହିଛନ୍ତି ଯେ, ସବସିଡି ପରିମାଣରେ କୌଣସି ପାର୍ଥକ୍ୟ ହୋଇପାରିବ ନାହିଁ । ଲୋକମାନେ ସିଲିଣ୍ଡର ପିଛା ୭୯.୨୬ ଟଙ୍କା ସବସିଡି ପାଉଛନ୍ତି । ଯାହା ବୈଷୟିକ କାରଣରୁ ଅଗଷ୍ଟରୁ ଆକାଉଣ୍ଟକୁ ଯାଉନଥିଲା । ଆହୁରି ମଧ୍ୟ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ଉପଭୋକ୍ତା ଯେତେ ସଂଖ୍ୟକ ସିଲିଣ୍ଡର ବ୍ୟବହାର କରିଛନ୍ତି ସେହି ଅନୁଯାୟୀ ଆକାଉଣ୍ଟ ଅର୍ଥ ରାଶିକୁ ପଠାଯାଉଛି । ଯେଉଁମାନେ ଏହି ଅବଧିରେ ଅଧିକ ସିଲିଣ୍ଡର ବ୍ୟବହାର କରିଛନ୍ତି ସେମାନଙ୍କୁ ଅଧିକ ଓ ଯେଉଁମାନେ କମ୍ କରିଛନ୍ତି ସେମାନଙ୍କୁ ସେହି ଅନୁଯାୟୀ ରାଶି ପଠାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନେ ଚଳିତ ବର୍ଷ ପୂରା ୧୨ଟା ସିଲିଣ୍ଡର ବ୍ୟବହାର କରିସାରିଛନ୍ତି ସେମାନେ ସବସିଡି ରାଶି ପାଇବେ ନାହିଁ ।


ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଉପହାର! ୧୮ ମାସ ଧରି ଅଟକି ଥିବା DA ବକେୟା ଉପରେ ଆସିଲା ବଡ଼ ଖବର


ଏହା ବି ପଢ଼ନ୍ତୁ:-ଦ୍ୱିତୀୟ ଟି-20 ମ୍ୟାଚରେ କଟିବ ଏହି ଭାରତୀୟ ଖେଳାଳିଙ୍କ ପତା! ଶେଷ ମ୍ୟାଚରେ ପ୍ରମାଣିତ ହୋଇଥିଲେ ଭିଲେନ୍


ଏହା ବି ପଢ଼ନ୍ତୁ:-ମୋଦି ସରକାରଙ୍କ ନିଷ୍ପତ୍ତି ପରେ ମଧ୍ୟ ଜାରି ରହିବ କୃଷକ ଆନ୍ଦୋଳନ, ଜାଣନ୍ତୁ କ'ଣ କହିଲେ ରାକେଶ ଟିକାୟତ


ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୫୯ ସଂକ୍ରମିତ


ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍