BPCL ର LPG ଗ୍ରାହକଙ୍କୁ ମିଳିବା ଜାରି ରହିବ ସବସିଡି, ତିଆରି କଲା ଏକ ଅଲଗା ପ୍ଲାଟଫର୍ମ
Advertisement

BPCL ର LPG ଗ୍ରାହକଙ୍କୁ ମିଳିବା ଜାରି ରହିବ ସବସିଡି, ତିଆରି କଲା ଏକ ଅଲଗା ପ୍ଲାଟଫର୍ମ

ଏକ ନୂତନ ପ୍ଲାଟଫର୍ମର ସୃଷ୍ଟିରୁ ସବସିଡିଯୁକ୍ତ LPG ପରିଚାଳନାକୁ ଅଲଗା ଭାବେ ଚଳାଇବାରେ ସାହାଯ୍ୟ ମିଳିବ । 

BPCL ର LPG ଗ୍ରାହକଙ୍କୁ ମିଳିବା ଜାରି ରହିବ ସବସିଡି, ତିଆରି କଲା ଏକ ଅଲଗା ପ୍ଲାଟଫର୍ମ

ନୂଆଦିଲ୍ଲୀ: LPG Gas Cylinder Subsidy: ନିବେଶ ପାଇଁ ପ୍ରକ୍ରିୟା ଚାଲିଥିବା ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (BPCL) ଏହାର ରନ୍ଧନ ଗ୍ୟାସ ଅପରେସନ ପାଇଁ ଏକ ପୃଥକ ପ୍ଲାଟଫର୍ମ ସୃଷ୍ଟି କରିଛି । ଯାହା ସରକାରଙ୍କ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଯୋଜନା (LPG cylinder scheme) ଚଳାଇବ । ଏହି ପ୍ଲାଟଫର୍ମ ମାଧ୍ୟମରେ ସବସିଡି ରାଶି ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ । ବିକ୍ରୟ ପ୍ରକ୍ରିୟା ସମାପ୍ତ ହେବା ପରେ ଏକ ନୂତନ ପ୍ଲାଟଫର୍ମ ନିର୍ମାଣ କରିବା ଆବଶ୍ୟକ ଥିଲା ଯାହା ଦ୍ୱାରା ସବସିଡି ସ୍କିମ୍ ଚାଲୁ ରଖିବାରେ ନୂତନ ମାଲିକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହି ନୂତନ ପ୍ଲାଟଫର୍ମ ମାଧ୍ୟମରେ ସରକାର BPCL ର ଘରୋଇକରଣ ପରେ ମଧ୍ୟ ଏଲପିଜି ଗ୍ରାହକ (LPG Consumers) ଙ୍କୁ ସବସିଡି ଟ୍ରାନ୍ସଫର ଜାରି ରଖିବାକୁ ସକ୍ଷମ ହେବେ ।

ସରକାର ବିପିସିଏଲ୍ (BPCL) ର ୫୨.୯୭ ପ୍ରତିଶତ ଅଂଶଧନକୁ ଏକ ରଣନୀତିକ ନିବେଶକଙ୍କୁ ବିକ୍ରି କରୁଛନ୍ତି । BPCL ର ପରିଚାଳନା ନୂତନ ଘରୋଇ କ୍ଷେତ୍ର ମାଲିକଙ୍କ ହାତରେ ଯିବା ପରେ ସବସିଡିଯୁକ୍ତ ରନ୍ଧନ ଗ୍ୟାସ ଯୋଜନା କିପରି କାର୍ଯ୍ୟ କରିବ ସେନେଇ ସମ୍ଭାବ୍ୟ ନିବେଶକଙ୍କ ମଧ୍ୟରେ ଆଶଙ୍କା ରହିଛି । ଯଦି କମ୍ପାନୀଗୁଡିକ ସବସିଡିର ଭାର ନିଜେ ନିଅନ୍ତି, ତେବେ ଏହା ଦ୍ୱାରା BPCL କୁ ମୂଲ୍ୟାଙ୍କନରେ ସଂଶୋଧନ କରିବାକୁ ହେବ ।

ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ BPCL ଏଲପିଜି ଗ୍ରାହକଙ୍କୁ ବିକ୍ରୟ ପରେ ମଧ୍ୟ ସବସିଡି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ବ୍ୟବସ୍ଥା, ଯେଉଁଠାରେ ତୈଳ କମ୍ପାନୀଗୁଡିକ ସବସିଡି ରାଶି ପ୍ରଦାନ କରନ୍ତି ଓ ସରକାର ଏହି ରାଶି ପୈଠ କରନ୍ତି, ତାହା ଆଗାମୀ ସମୟରେ ମଧ୍ୟ ଜାରି ରହିବ ।

ଏକ ନୂତନ ପ୍ଲାଟଫର୍ମର ସୃଷ୍ଟିରୁ ସବସିଡିଯୁକ୍ତ LPG ପରିଚାଳନାକୁ ଅଲଗା ଭାବେ ଚଳାଇବାରେ ସାହାଯ୍ୟ ମିଳିବ । ଏହି ପ୍ଲାଟଫର୍ମ ନୂତନ ମାଲିକଙ୍କ ସହ ବିନା କୌଣସି ଭୁଲ ବୁଝାମଣାରେ ଲାଭାର୍ଥୀଙ୍କ ଚିହ୍ନଟ ଓ ସବସିଡି ଟ୍ରାନ୍ସଫର କରିବାରେ ସାହାଯ୍ୟ କରିବ । ରିଲାଏନ୍ସ, ନାଇରା ଏନର୍ଜି ପରି ଘରୋଇ ତୈଳ କମ୍ପାନୀଗୁଡ଼ିକୁ ଏଲପିଜି ପାଇଁ ସରକାର କୌଣସି ସବସିଡି ସହାୟତା ପ୍ରଦାନ କରୁନାହାଁନ୍ତି । ଏପରି ପରିସ୍ଥିତିରେ ଯଦି ଏହି କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡର ବିକ୍ରି କରନ୍ତି, ତେବେ ଏହି ବିକ୍ରୟ କେବଳ ବଜାର ମୂଲ୍ୟରେ ହେବ ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲିୟମ ସବସିଡି ଭାବରେ ସରକାର ୧୨,୯୯୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଏହା ପୂର୍ବ ଆର୍ଥିକ ବର୍ଷରେ ଏହି ଆବଣ୍ଟନ ୪୦,୦୦୦ କୋଟି ଟଙ୍କା ଥିଲା । ବିପିସିଏଲ ବିଷୟରେ ସରକାର ଖୁବ୍ ଶୀଘ୍ର ସମ୍ଭାବ୍ୟ ନିବେଶକଙ୍କ ଠାରୁ ମୂଲ୍ୟ ବିଡ୍ ଆମନ୍ତ୍ରଣ କରିବେ । ବେଦାନ୍ତ ଗ୍ରୁପ୍ ବ୍ୟତୀତ ଦୁଇଟି ଆମେରିକୀୟ ପାଣ୍ଠି- ଆପୋଲୋ ଗ୍ଲୋବାଲ୍ ଏବଂ ଆଇ ସ୍କ୍ୱାର୍ଡ କ୍ୟାପିଟାଲ୍ ବିପିସିଏଲ ପାଇଁ ସେମାନଙ୍କର ଏକ୍ସପ୍ରେସନ୍ ଅଫ୍ ଇଣ୍ଟର୍ସ ଦାଖଲ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବଦଳିଯିବ ଆପଣଙ୍କର ATM ଓ କ୍ରେଡିଟ୍ କାର୍ଡ ସହ ଜଡ଼ିତ ନିୟମ, ନ ଜାଣିଲେ ବଡ଼ ଅସୁବିଧାରେ ପଡ଼ିପାରନ୍ତି ଆପଣ

ଅଧିକ ପଢ଼ନ୍ତୁ:-ପଞ୍ଜଶୀର ଆକ୍ରମଣରେ ପାକିସ୍ତାନର ହସ୍ତକ୍ଷେପକୁ ଯାଞ୍ଚ କରୁଛି ଇରାନ, ଇମ୍ରାନ ସରକାରଙ୍କୁ ମଧ୍ୟ ଦେଲା କଡ଼ା ଚେତାବନୀ

ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୩୬୯ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍