ନୂଆଦିଲ୍ଲୀ: LPG Gas Cylinder Price Hike:ଘରୋଇ ଏଲପିଜି ସିଲିଣ୍ଡର (LPG Gas Cylinder) ପୁଣି ଥରେ ମହଙ୍ଗା ହୋଇଛି । ଅଣ-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର (non-subsidised LPG cylinders) ର ମୂଲ୍ୟ ଅକ୍ଟୋବର ୬ ଅର୍ଥାତ ବୁଧବାର ଦିନ ପୁଣି ଥରେ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଅକ୍ଟୋବର ୧ରେ କେବଳ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର (19 kg commercial cylinders) ର ମୂଲ୍ୟ ବୃଦ୍ଧି କରାଯାଇଥିଲା । ତୈଳ କମ୍ପାନୀଗୁଡିକ ଅଣ-ସବସିଡିଯୁକ୍ତ  ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ  ୧୫ ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ରୁ ୮୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି ।


COMMERCIAL BREAK
SCROLL TO CONTINUE READING

ସେହିପରି କୋଲକାତାରେ ଅଣ-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର (non-subsidised LPG cylinders) ର ନୂଆ ମୂଲ୍ୟ ୯୨୬ ଟଙ୍କା, ମୁମ୍ବାଇରେ ୮୯୯.୫୦ ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ୯୧୫.୫୦ ଟଙ୍କା ରହିଛି । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ସିଲିଣ୍ଡର ପିଛା ୯୨୬ ଟଙ୍କା ଦେବାକୁ ପଡ଼ିବ । ଏହା ପୂର୍ବରୁ ସେପ୍ଟେମ୍ୱର ମାସରେ ତୈଳ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଥିଲେ ।


ସୂଚନାଯୋଗ୍ୟ, ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ଓ ୧୫ ତାରିଖରେ LPG ର ମୂଲ୍ୟ ସମୀକ୍ଷା କରନ୍ତି । ଗତ ମାସ ଅର୍ଥାତ ସେପ୍ଟେମ୍ୱର ମାସରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟିଥିଲା । ସେପ୍ଟେମ୍ବର ୧ରେ ଏଲପିଜି ସିଲିଣ୍ଡର ମୂଲ୍ୟ (LPG Gas Cylinder Price) ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏହାପୂର୍ବରୁ ଅଗଷ୍ଟ ୧୮ରେ ପେଟ୍ରୋଲିୟମ କମ୍ପାନୀ ଗ୍ୟାସ ସିଲିଣ୍ଡରର ମୂଲ୍ୟ (LPG Gas Cylinder Price) ୨୫ ଟଙ୍କା ବୃଦ୍ଧି କରିଥିଲେ । କେବଳ ଏତିକି ନୁହେଁ, ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା । ଏହାର ମୂଲ୍ୟ ସିଲିଣ୍ଡର ପିଛା ୭୫ ଟଙ୍କା ବୃଦ୍ଧି କରାଯାଇଥିଲା । 


ଆପଣଙ୍କୁ କହି ରଖୁଛୁ ଯେ ଜୁଲାଇ ଓ ଅଗଷ୍ଟରେ ମୂଲ୍ୟ ବୃଦ୍ଧି କରାଯାଇଥିଲା । ମେ ଓ ଜୁନ୍ ମାସରେ ଘରୋଇ ସିଲିଣ୍ଡର ମୂଲ୍ୟ (LPG Gas Cylinder Price) ରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଚଳିତ ବର୍ଷ ଜାନୁଆରୀରେ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କା ହୋଇଯାଇଥିଲା । ଫେବୃଆରୀ ୧୫ ରେ ଏହାର ମୂଲ୍ୟ ୭୬୯ ଟଙ୍କାକୁ ପହଞ୍ଚିଥିଲା । ଏହା ପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କାକୁ ବୃଦ୍ଧି ପାଇଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କାରେ ପହଞ୍ଚିଥିଲା ।


ଏପରି ଚେକ୍ କରନ୍ତୁ LPG ମୂଲ୍ୟ


ଏଲପିଜି ସିଲିଣ୍ଡରର ମୂଲ୍ୟ ଚେକ୍ କରିବାକୁ ହେଲେ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ । ଏଠାରେ କମ୍ପାନୀଗୁଡିକ ପ୍ରତି ମାସରେ ନୂତନ ଦର ପ୍ରଦାନ କରନ୍ତି । (https://iocl.com/Products/IndaneGas.aspx) ଏହି ଲିଙ୍କରେ ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଯାଞ୍ଚ କରିପାରିବେ ।


ଅଧିକ ପଢ଼ନ୍ତୁ:-ମହାମେଣ୍ଟରେ ଫାଟ! ଉପନିର୍ବାଚନରେ RJD ବିରୋଧରେ ପ୍ରାର୍ଥୀ ଓହ୍ଲାଇବ ​​କଂଗ୍ରେସ


ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ମିଳିଲା ବଡ଼ ସଫଳତା, ଜାଣନ୍ତୁ କ'ଣ ରହିଛି କଂଗ୍ରେସର ସ୍ଥିତି


ଅଧିକ ପଢ଼ନ୍ତୁ:-ନିଜ ଲୋକସଭା ଆସନରେ ହିଁ ଅସୁବିଧାର ସାମ୍ନା କରୁଛନ୍ତି ରାହୁଲ! ୱାୟନାଡରୁ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା