ଆସିଯାଇଛି ସେପ୍ଟେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ`ଣ ରହିଛି ରେଟ୍
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜୁଲାଇ ମାସରେ ୧୪ କିଲୋଗ୍ରାମ ଏଲପିଜି (LPG) ସିଲିଣ୍ଡରର ମୂଲ୍ୟ ୪ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଜୁନ୍ ମାସରେ ୧୧.୫୦ ଟଙ୍କା ମହଙ୍ଗା ହୋଇଥିଲା ।
ନୂଆଦିଲ୍ଲୀ: ଅଗଷ୍ଟ ପରେ ସେପ୍ଟେମ୍ବର ମାସରେ ମଧ୍ୟ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟକୁ (LPG Gas Cylinder Price) ନେଇ ବଡ଼ ଆଶ୍ୱସ୍ତି ମିଳିଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକ (HPCL, BPCL, IOC) ଏଲପିଜି (LPG) ରନ୍ଧନ ଗ୍ୟାସ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଦିଲ୍ଲୀର ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୯୪ ଟଙ୍କା ରହିଛି । ଅନ୍ୟାନ୍ୟ ସହରରେ ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ସ୍ଥିର ରହିଛି । ତଥାପି ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି । IOC ୱେବସାଇଟରେ ଦିଆଯାଇଥିବା ମୂଲ୍ୟ ଅନୁଯାୟୀ, ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୨ ଟଙ୍କା ଶସ୍ତା ହୋଇଛି ।
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜୁଲାଇ ମାସରେ ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୪ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଜୁନ୍ ମାସରେ ୧୧.୫୦ ଟଙ୍କା ମହଙ୍ଗା ହୋଇଥିଲା । ଅନ୍ୟପକ୍ଷେ ମେ ମାସରେ ଏହା ୧୬୨.୫୦ ଟଙ୍କା ଶସ୍ତା ହୋଇଥିଲା ।
ଅଧିକ ପଢ଼ନ୍ତୁ:-ଟଳମଳ ଅର୍ଥବ୍ୟବସ୍ଥା: ଆୟ ତୁଳନାରେ ବ୍ୟୟ ଅଧିକ କରୁଛନ୍ତି ମୋଦି ସରକାର, ନିଅଣ୍ଟ ଆକାଶଛୁଆଁ
ଚେକ୍ କରନ୍ତୁ ନୂତନ ମୂଲ୍ୟ:- ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନୀ IOCର ୱେବସାଇଟରେ ଦିଆଯାଇଥିବା ମୂଲ୍ୟ ଅନୁଯାୟୀ ଦିଲ୍ଲୀରେ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି । ଅର୍ଥାତ ପୂର୍ବ ମାସରେ ଅର୍ଥାତ୍ ଅଗଷ୍ଟରେ ଯାହା ଦାମ ଥିଲା, ତାହା ରହିଛି । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୯୪ ଟଙ୍କା ସ୍ଥିର ରହିଛି । ସେହିପରି ମୁମ୍ବାଇରେ ବିନା ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୯୪ ଟଙ୍କା ରହିଛି । ତେବେ ଚେନ୍ନାଇରେ ଏହାର ମୂଲ୍ୟ ସିଲିଣ୍ଡର ପିଛା ୫୦ ପଇସା ହ୍ରାସ ପାଇ ବର୍ତ୍ତମାନ ୬୧୦ ଟଙ୍କା ହୋଇଛି । ଏଥି ସହିତ କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୫୦ ପଇସା ବୃଦ୍ଧି ପାଇଛି ।