ନୂଆଦିଲ୍ଲୀ: BPCL privatization: ବର୍ତ୍ତମାନ ଠାରୁ ପ୍ରାୟ ୨୦ ବର୍ଷ ପୂର୍ବେ ସରକାର ଏଲପିଜି (LPG) ସମ୍ବନ୍ଧରେ ଏକ ଆଦେଶ ଦେଇଥିଲା ଯେ ଦେଶରେ ଉତ୍ପାଦିତ ଏଲପିଜି ଯୋଗାଣ କେବଳ ସରକାରୀ ତୈଳ କମ୍ପାନୀରେ ସୀମିତ ରହିବ । ଏହି ଆଦେଶ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (BPCL) ର ଘରୋଇକରଣ ପରେ ସବସିଡିଯୁକ୍ତ ଏଲପିଜି (LPG Subsidy) ର ବିକ୍ରି ଜାରି ରଖିବାର ରିହାତି ଦେଉଥିବା ଯୋଜନା ଆଗରେ ବାଧକ ହୋଇ ଠିଆ ହୋଇଛି । ଏବେ ପ୍ରଶ୍ନ ହେଉଛି ବିପିସିଏଲର ଘରୋଇକରଣ (BPCL Privatisation) ପରେ ମଧ୍ୟ ସେ ସବସିଡିଯୁକ୍ତ ଗ୍ୟାସ ଯୋଗାଇବ କି ନାହିଁ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଏଣିକି ଏହି ୪୪ଟି ଟ୍ରେନରେ ବିନା ରିଜର୍ଭେସନରେ କରିପାରିବେ ଯାତ୍ରା, ଦେଖନ୍ତୁ ଲିଷ୍ଟ୍


ସରକାର ଲୋଡିଥିଲେ ଆଇନଗତ ମତାମତ 


ସରକାରୀ ଅଧିକାରୀଙ୍କ ଅନୁଯାୟୀ, ଘରୋଇକରଣ ପରେ ବିପିସିଏଲକୁ ONGC ଓ GAIL ଭଳି କମ୍ପାନୀ ଦ୍ୱାରା ଉତ୍ପାଦିତ LPG ର ଆବଣ୍ଟନ ଠିକ୍ ହେବ କି ନାହିଁ ତାହା ଜାଣିବା ପାଇଁ ଆଇନଗତ ମତାମତ ନିଆଯାଇଛି । ଆପଣଙ୍କୁ କହି ରଖୁଛୁ ଯେ BPCL ପାଖରେ ବର୍ତ୍ତମାନ ୮.୪ କୋଟିରୁ ଅଧିକ ଘରୋଇ LPG ଗ୍ରାହକ ଅଛନ୍ତି । ସେଥିମଧ୍ୟରୁ ୨.୧ କୋଟି ଉଜ୍ଜ୍ୱଳା ଗ୍ରାହକ ଅଛନ୍ତି । ଏଥିପାଇଁ କମ୍ପାନୀର ନିଜସ୍ୱ ତୈଳ ବିଶୋଧନ ୟୁନିଟ୍ ଗୁଡିକର LPG ଉତ୍ପାଦନ ଯଥେଷ୍ଟ ନୁହେଁ ।


ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୭୦୦ରୁ ଉର୍ଦ୍ଧ୍ୱ ଲୋକ


ରନ୍ଧନ ଗ୍ୟାସ ନିୟନ୍ତ୍ରଣ ଆଦେଶ


BPCL ଅନ୍ୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପରି ତେଲ ଓ ପ୍ରାକୃତିକ ଗ୍ୟାସ୍ କର୍ପୋରେସନ୍ (ONGC) ଓ GAIL ଲିମିଟେଡ୍ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍  (Reliance Industries Limited) ପରି ଘରୋଇ କମ୍ପାନୀଗୁଡିକରୁ LPG କ୍ରୟ କରେ । LPG (ରେଗୁଲେସନ୍ ଅଫ୍ ସପ୍ଲାଏ ଓ ବଣ୍ଟନ) ଆଦେଶ ୨୦୨୦, ଯାହାକୁ LPG ନିୟନ୍ତ୍ରଣ ଆଦେଶ, ୨୦୦୦ ଭାବରେ ଜଣାଶୁଣା, କେବଳ ସରକାରୀ ମାଲିକାନା ତୈଳ ମାର୍କେଟିଂ କମ୍ପାନୀ - ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC), ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (HPCL) ଏବଂ BPCL କୁ ସ୍ୱଦେଶୀ ଉତ୍ପାଦିତ LPG ବିକ୍ରୟ ପାଇଁ ପ୍ରାବଧାନ କରିଥାଏ ।


ଅଧିକ ପଢ଼ନ୍ତୁ:-ଆଜି ପୁଣି ପେଟ୍ରୋଲ ଦରରେ ବୃଦ୍ଧି, କିନ୍ତୁ ଶସ୍ତା ହେଲା ଡିଜେଲ


ONGC ଓ GAIL ର BPCL ଉପରେ ପ୍ରତିବନ୍ଧକ 


ଏହି ଆଦେଶ ONGC ଓ GAIL ପରି କମ୍ପାନୀଗୁଡିକ ଦ୍ୱାରା ଉତ୍ପାଦିତ LPG ଘରୋଇ କମ୍ପାନୀଗୁଡିକୁ ଯୋଗାଣରୁ ବାରଣ କରେ । ଘରୋଇ କ୍ଷେତ୍ର ଏଲପିଜି ବିକ୍ରେତାମାନଙ୍କୁ ଆମଦାନୀ ହୋଇଥିବା ଗ୍ୟାସ ବ୍ୟବହାର କରିବାକୁ ପଡ଼ିଥାଏ । ଦେଶରେ ଏଲପିଜି ଅଭାବକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ଆଦେଶ, ୨୦୦୦ ଜାରି କରାଯାଇଥିଲା । ଅଧିକାରୀ କହିଛନ୍ତି ଯେ ଥରେ BPCL ଘରୋଇକରଣ ହୋଇଗଲେ, ଏହି ଆଦେଶ ONGC ଓ GAIL କୁ BPCL କୁ LPG ବିକ୍ରୟ କରିବା ଉପରେ ରୋକ ଲଗାଇଦେବ । ସେଥିପାଇଁ ସରକାର ଏହି ପ୍ରସଙ୍ଗରେ ଆଇନଗତ ମତାମତ ଲୋଡିଛନ୍ତି ।