ଲକ୍ଷ୍ନୌ: ଏଠାରେ ଅବସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଆପତ୍ତିଜନକ ପୋଷ୍ଟର ଲଗାଯାଇ ଥିବାର ଖବର ମିଳିଛି। ଯାହାକୁ ନେଇ ନାରାଜ ହୋଇଉଠିଛି ଅଖିଳ ଭାରତୀୟ ବିଦ୍ୟାର୍ଥ ପରିଷଦ।  


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ନୌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ( Lucknow Central University) ପରିସରରେ ଲଗାଯାଇଥିବା ବିବାଦୀୟ ପୋଷ୍ଟର ମାଧ୍ୟରେ କୁହାଯାଇଛି ଯଦି ଏଠାରେ ମନ୍ଦିର (Temple) ରହିଛି ତାହେଲେ ଏଠାରେ ଏକ ମସଜିଦ (Mosque) ମଧ୍ୟ ନିର୍ମାଣ କରାଯିବା ଆବଶ୍ୟକ। ଗୋଟିଏ ପଟେ ଅଖିଳ ଭାରତୀୟ ବିଦ୍ୟାର୍ଥ ପରିଷଦ (Akhil Bharatiya Vidyarthi Parishad) ଏବିଭିପି (ABVP) ଏହି ପ୍ରସଙ୍ଗରେ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ଅନ୍ୟପଟେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ (Students Federation of India) ଏସଏଫଆଇ (SFI) ଏଠାରେ ଅବସ୍ଥିତ ଥିବା ମନ୍ଦିର ହଟାଇବା କଥା କହିଛି। 


Also Read: ହିନ୍ଦୁ ଦେବାଦେବୀଙ୍କ ଉପରେ ବୟାନ ଦେଇ ବିବାଦରେ AMU ପ୍ରଫେସର; ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ


ଏସଏଫଆଇ ପକ୍ଷରୁ ଅଭିଯୋଗ ଆଣି କୁହାଯାଇଛି ଲକ୍ଷ୍ନୌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରଶାସନ (Lucknow Central University Administration) ଏହି ଶିକ୍ଷାନୁଷ୍ଠାନ ପରିସରକୁ ଭଗୱାକରଣ (Saffronization) କରିବାକୁ ଚାହୁଁଛି। ଏଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କାର୍ଯ୍ୟାଳୟ (RSS Office) ଖୋଲିବାକୁ ପ୍ରୟାସ କରାଯାଉଛି। ବିଶ୍ୱ ବିଦ୍ୟାଳୟ ପରିସରରେ ଗୋଶାଳା ନୁହେଁ ପ୍ରୟୋଗଶାଳା ଆବଶ୍ୟକ। 


Also Read: ଗଣମାଧ୍ୟମ ପ୍ରଶ୍ନର ଜବାବ ଦେବା ବଦଳରେ ତାତି ଉଠିଲେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଛାତ୍ର


ଏଭଳି ପୋଷ୍ଟର ଲଗାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଏବିଭିପି। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି ଧର୍ମ ପ୍ରତ୍ୟେକ ଛାତ୍ର ଲାଗି ସ୍ୱତନ୍ତ୍ର ବିଷୟ। ଯାହାକୁ ଚୟନ କରିବାର ଅଧିକାର କେବେଳ ସେହି ଛାତ୍ରର ରହିଛି।