ହିନ୍ଦୁ ଦେବାଦେବୀଙ୍କ ଉପରେ ବୟାନ ଦେଇ ବିବାଦରେ AMU ପ୍ରଫେସର; ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ
Advertisement

ହିନ୍ଦୁ ଦେବାଦେବୀଙ୍କ ଉପରେ ବୟାନ ଦେଇ ବିବାଦରେ AMU ପ୍ରଫେସର; ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ

କୌଣସି ନା କୌଣସି କାରଣକୁ ନେଇ ବିଭିନ୍ନ ସମୟରେ ବିବାଦ ଘେରରେ ରହିଛି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ।

ହିନ୍ଦୁ ଦେବାଦେବୀଙ୍କ ଉପରେ ବୟାନ ଦେଇ ବିବାଦରେ AMU ପ୍ରଫେସର; ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଭିନ୍ନ କାରଣକୁ ନେଇ ବିବାଦରେ ରହୁଛି ଉତ୍ତର ପ୍ରଦେଶସ୍ଥିତ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ। ସାମ୍ପ୍ରତିକ ବିବାଦ ଏକ ଶ୍ରେଣୀରେ ପଢାଯାଇଥିବା ବିଷୟ ସହିତ ଜଡିତ। ବାସ୍ତବରେ ଏହି ବିଶ୍ୱ ବିଦ୍ୟାଳୟର ଆସିଷ୍ଟାଣ୍ଡ ପ୍ରଫେସର ଡ.ଜିତେନ୍ଦ୍ର କୁମାର ଯୌନ ଅପରାଧ ସହ ଜଡିତ ଏକ ଶ୍ରେଣୀରେ ହିନ୍ଦୁ ଦେବତା ଏବଂ ଦେବୀଙ୍କ ବାବଦରେ ଉଲ୍ଲେଖ କରିଥିଲେ। ଏହି ଶ୍ରେଣୀରେ ତାଙ୍କ ଦ୍ୱାରା ବ୍ୟବହୃତ Power Point Presentation (PPT) ସହ ଜଡ଼ିତ ଏକ ଫଟୋ ବହୁତ ଭାଇରାଲ୍ ହୋଇଥିଲା ଏବଂ ପରେ ଏହି ପ୍ରସଙ୍ଗ ବିବାଦ ପାଲଟି ଯାଇଥିଲା। 

ଏହି ମାମଲାରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପ୍ରଶାସନ (Aligarh Muslim University Administration) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଫେସର ଜିତେନ୍ଦ୍ର କୁମାରଙ୍କୁ (Dr.Jitendra Kumar) ନିଲମ୍ବିତ କରିଛନ୍ତି। ଏହା ସହିତ ମାମଲାର ଯାଞ୍ଚ ପାଇଁ ଏକ ୨ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି। ବିବାଦ ବଢୁଥିବା ଦେଖି ପ୍ରଫେସର ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିଛନ୍ତି। ମାଚ୍ର ତାଙ୍କର କ୍ଷମା ପ୍ରାର୍ଥନା ଦ୍ୱାରା କୌଣସି ଲାଭ ହୋଇନାହିଁ।

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (Aligarh Muslim University) ଫୋରେନେସିକ ମେଡ଼ିସିନ ବିଭାଗରେ (Forensic Medicine Department) ଘଟିଯାଇଛି ଏହି ଘଟଣା। ଗତ ଅପ୍ରେଲ ୫ ତାରିଖରେ ବିଭାଗୀୟ ଆସିଷ୍ଟାଣ୍ଟ ପ୍ରଫେସର ଡ.ଜିତେନ୍ଦ୍ର କୁମାର ଯୌନ ଅପରାଧ ପ୍ରସଙ୍ଗରେ ନିଜର ପକ୍ଷ ରଖିଥିଲେ। ଏହି ସମୟରେ ସେ ବଳାତ୍କାରର ପୌରାଣିକ ସନ୍ଦର୍ଭ ଉପରେ ଏକ Slide Show ସୋ ଉପସ୍ଥାପନ କରିଥିଲେ। ଏଥିରେ ସେ ହିନ୍ଦୁ ଦେବଦେବୀଙ୍କ ଉପରେ ମନ୍ତବ୍ୟ ଦେଇଥିଲେ। ମାତ୍ର ଏହି ସମୟରେ ସେ ଭଗବାନ ବ୍ରହ୍ମାଙ୍କ ଝିଅ ସହିତ ସମ୍ପର୍କ ବିଷୟରେ କହିଥିଲେ ଏବଂ ଏହା ଉପରେ ସେ ଏକ PPT ମଧ୍ୟ ପ୍ରସ୍ତୁତ କରିଥିଲେ।

Also Read: ଗଣମାଧ୍ୟମ ପ୍ରଶ୍ନର ଜବାବ ଦେବା ବଦଳରେ ତାତି ଉଠିଲେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଛାତ୍ର

 

ନିଜର PPT ଉପସ୍ଥାପନ କରିବା ବେଳେ  ସେ ଭଗବାନ ଇନ୍ଦ୍ର ଓ ବିଷ୍ଣୁଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଗୌତମ ଋଷିଙ୍କୁ ଧୋକା ଦେଇ ତାଙ୍କ ପତ୍ନୀ ସହ ଇନ୍ଦ୍ରଙ୍କୁ ସମ୍ବନ୍ଧ, ତୁଳସୀ ବିବାହ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ। ସେ ରାଜା ଜଳନ୍ଧରଙ୍କ ପତ୍ନୀଙ୍କ ସହ ଭଗବାନ ବିଷ୍ଣୁଙ୍କ ସମ୍ପର୍କକୁ ଯୋଡିଥିଲେ। ଯେତେବେଳେ ସେ ଏହି ସନ୍ଦର୍ଭକୁ ବଳାତ୍କାର ସହିତ ଯୋଡ଼ି ଏହାକୁ ଉପସ୍ଥାପିତ କରିଥିଲେ ସେହି ସମୟରେ ଛାତ୍ରଛାତ୍ରୀ ହଙ୍ଗମା କରିଥିଲେ।

ବୁଧବାର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଅବଦୁଲ ହମିଦ କହିଛନ୍ତି ଯେ ଜବାହରଲାଲ ନେହେରୁ ମେଡିକାଲ କଲେଜ ଫରେନସିକ୍ ମେଡିସିନ୍ ବିଭାଗ ସହକାରୀ ପ୍ରଫେସର ଡ.ଜିତେନ୍ଦ୍ର କୁମାର ଅତୀତରେ ତାଙ୍କର ଏକ ଶ୍ରେଣୀ ବକ୍ତୃତା ସମୟରେ ଭାରତୀୟ ପୁରାଣରେ ବଳାତ୍କାର ସମ୍ପର୍କରେ କିଛି ସୂଚନା ଦେଇଥିବାର ଅଭିଯୋଗ ହୋଇଛି ଯାହା ଦ୍ୱାରା କିଛି ହିନ୍ଦୁ ଛାତ୍ରଛାତ୍ରୀଙ୍କ ଧାର୍ମିକ ଭାବନା ଆହତ ହୋଇଛି।

ହିନ୍ଦୁ ଦେବାଦେବୀଙ୍କ ଉପରେ ପ୍ରଫେସର ରଖିଥିବା ମନ୍ତବ୍ୟକୁ ନେଇ ବୁଧବାର ପରିସ୍ଥିତି ବିଗିଡ଼ି ଯାଇଥିଲା। ପ୍ରଫେସର ଜିତେନ୍ଦ୍ର କୁମାର  ହିନ୍ଦୁ ଦେବାଦେବୀଙ୍କ ଉପରେ ଏଭଳି ବୟାନ ରଖି ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାପୂର୍ବରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏପରି କାମ ହୋଇଥିବାର ଅଭିଯୋଗ ହୋଇଛି। ସେଠାରେ ପ୍ରଭୁ ରାମଙ୍କ ଫଟୋ ଉପରେ ନିଜ ଏବଂ ମାତା ସୀତାଙ୍କ ଫଟୋ ଉପରେ ତାଙ୍କ ପତ୍ନୀଙ୍କ ଫଟୋ ରଖି ଏହାକୁ ପ୍ରଦର୍ଶିତ କରିଥିଲେ। ଏହାକୁ ନେଇ ବହୁ ଅସନ୍ତୋଷ ଦେଖାଦେଇଥିଲା।

କୌଣସି ନା କୌଣସି କାରଣକୁ ନେଇ ବିଭିନ୍ନ ସମୟରେ ବିବାଦ ଘେରରେ ରହିଛି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ। କେତେବେଳେ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋ ଆଉ କେତେବେଳେ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ ନେଇ ବିତର୍କ ମଧ୍ୟ ହୋଇଥାଏ। ଏହି ବିଶ୍ୱବିଦ୍ୟାଳୟ ଏବଂ ବିବାଦ ମଧ୍ୟରେ ଏକ ପୁରୁଣା ସମ୍ପର୍କ ରହିଛି। CAA-NRC ସମୟରେ ଏଠାରେ ବହୁତ ଆନ୍ଦୋଳନ ହୋଇଥିଲା। ଏହା ବ୍ୟତୀତ ଏଠାକୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଯାତ୍ରାକୁ ନେଇ ବହୁ ବିରୋଧ କରାଯାଇଥିଲା।