Maharashtra Vidhan Sabha Chunav:  ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥର କଂଗ୍ରେସ ୨୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହା ପୂର୍ବରୁ କଂଗ୍ରେସ ନିଜର ପ୍ରଥମ ତାଲିକାରେ ୪୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଉଭୟ ତାଲିକା କୁ ମିଶାଇ କଂଗ୍ରେସ ଏପର୍ଯ୍ୟନ୍ତ ମୋଟ ୭୧ ଜଣଙ୍କ ନାମ ଘୋଷଣା କରିଛି। ଆସନ୍ତୁ ଜାଣିବା କାହାକୁ କେଉଁଠୁ ମିଳିଲା ଟିକେଟ।

 

କଂଗ୍ରେସ ନାଗପୁର ଦକ୍ଷିଣରୁ ଗିରିଶ ପାଣ୍ଡବ, ୱାର୍ଦ୍ଧାରୁ ଶେଖର ସିନ୍ଦେ ଏବଂ ୟବତମାଲରୁ ଅନିଲ ମଙ୍ଗୁଲକରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ମୁମ୍ବାଇର ୩ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ରହିଛି କାନ୍ଦିଭାଲି, ଚାର୍କୋପ ଓ ସିନ୍ କୋଲିୱାଡା। କାନ୍ଦିଭାଲି ପୂର୍ବରୁ କାଲୁ ବଢ଼େଲିଆଙ୍କୁ ପ୍ରାର୍ଥୀ କରାଯାଇଛି। ଯଶବନ୍ତ ଜୟ ପ୍ରକାଶ ସିଂହ ଚାରକୋପ ଆସନରୁ ପ୍ରାର୍ଥୀ ହୋଇଛନ୍ତି। 

 


ଏହି ଆସନଗୁଡ଼ିକ ଉପରେ ମଧ୍ୟ ହୋଇଛି ଘୋଷଣା 

ଏହାବ୍ୟତୀତ ଗଣେଶ କୁମାର ଯାଦବଙ୍କୁ ସିଏନ କୋଲିଓ୍ଵାଡା ଆସନରୁ କଂଗ୍ରେସ ପ୍ରାର୍ଥୀ କରିଛି। ଦ୍ବିତୀୟ ତାଲିକାରେ ଦଳ ଭୁଜବଳରୁ ରାଜେଶ ତୁକାରାମ, ଜଳଗାଓଁରୁ ସ୍ୱାତୀ ୱାକେକର, ସାନୱନେରରୁ ଅନୁଜା ସୁନୀଲ କେଦାର, ଭଣ୍ଡାରାରୁ ପୂଜା ଠକ୍କର, ରାଲେଗାଓଁରୁ ବସନ୍ତ ପୁରକେ, କାମାଥିରୁ ସୁରେଶ ଭାୱର, ଅର୍ଜୁନୀରୁ ଦିଲ୍ଲୀପ ବନସୋଦ ଓ ବସାଇରୁ ବିଜୟ ପାଟିଲଙ୍କୁ ପ୍ରାର୍ଥୀ କରିଛି।