ମହାତ୍ମା ଗାନ୍ଧୀଙ୍କ ଅଣ-ନାତୁଣୀଙ୍କୁ ୭ ବର୍ଷ ଜେଲ୍, ଏହି ଅପରାଧରେ ହେଲେ ଦୋଷୀ ସାବ୍ୟସ୍ତ
ମହାତ୍ମା ଗାନ୍ଧୀଙ୍କ (Mahatma Gandhi) ଅଣ-ନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ (Ashish Lata Ramgobin) ଏକ ଠକେଇ ଓ ଜାଲିଆତି ମାମଲାରେ ତାଙ୍କ ଭୂମିକା ପାଇଁ ଡର୍ବାନ୍ କୋର୍ଟ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଡର୍ବାନ୍: ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ମହାତ୍ମା ଗାନ୍ଧୀଙ୍କ (Mahatma Gandhi) ଅଣ-ନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ (Ashish Lata Ramgobin) ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ତାଙ୍କୁ ୬.୨ ନିୟୁତ ରାଣ୍ଡ (ଆଫ୍ରିକୀୟ ମୁଦ୍ରା) ଅର୍ଥାତ୍ ପ୍ରାୟ ୩.୨୨ କୋଟି ଟଙ୍କର ଠକେଇ ଓ ଜାଲିଆତି ମାମଲାରେ (Fraud and forgery case) ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆଶିଷ ଲତା ରାମଗୋବିନ୍
Zee News ର ଅନୁବନ୍ଧିତ ୱେବସାଇଟ୍ WION ଅନୁଯାୟୀ, ୫୬ ବର୍ଷୀୟା ଆଶିଷ ଲତା ରାମଗୋବିନ୍ (Ashish Lata Ramgobin) ବ୍ୟବସାୟୀ ଏସ.ଆର ମହାରାଜଙ୍କୁ (SR Maharaj) ଠକିଥିବା ଅଭିଯୋଗ ହୋଇଛି । ଭାରତରେ ଉପସ୍ଥିତ ଥିବା ଏକ ସାମଗ୍ରୀ ପାଇଁ ଆମଦାନୀ ଓ କଷ୍ଟମ୍ସ ଡ୍ୟୁଟି ଭାବରେ SR ମହାରାଜ ତାଙ୍କୁ ୬.୨ ନିୟୁତ ରାଣ୍ଡ (ଆଫ୍ରିକୀୟ ମୁଦ୍ରା) ପ୍ରଦାନ କରିଥିଲେ । ସେହି ଲାଭରେ ଅଂଶୀଦାର ଦେବା ବିଷୟରେ ଆଶିଷ ଲତା ରାମଗୋବିନ୍ କହିଥିଲେ ।
ଆଶିଷ ଲତା ରାମଗୋବିନ୍ କିଏ?
ଆଶିଷ ଲତା ରାମଗୋବିନ୍ (Ashish Lata Ramgobin) ଜଣାଶୁଣା ଆକ୍ଟିବିଷ୍ଟ ଏଲା ଗାନ୍ଧୀଙ୍କ ଓ ସ୍ୱର୍ଗତ ମେୱା ରାମଗୋବିନ୍ଦ ଝିଅ । ଯିଏ ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟକାଳ ସମୟରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ଫିନିକ୍ସ ସେଟେଲମେଣ୍ଟକୁ ପୁନର୍ଜୀବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଅଧିକ ପଢ଼ନ୍ତୁ: IPL 2021 କୁ ନେଇ ଆସିଲା ଏକ ବଡ ଅପଡେଟ୍, ଏହି ଦିନ ହୋଇପାରେ ଫାଇନାଲ୍ ମ୍ୟାଚ୍
ଲତା ଏହିପରି ନିବେଶକଙ୍କୁ ପ୍ରତାରଣା କରିଥିଲେ
୨୦୧୫ ରେ, ଲତା ରାମଗୋବିନଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ସମୟରେ ଜାତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (NPA) ବ୍ରିଗେଡିୟର୍ ହଙ୍ଗୱାନି ମୁଲୁଦଜୀ କହିଥିଲେ ଯେ ଆଶିଷ ଲତା ରାମଗୋବିନ୍ ସମ୍ଭାବ୍ୟ ନିବେଶକଙ୍କୁ ଜାଲ୍ ଇନଭଏସ୍ ଓ ଡକ୍ୟୁମେଣ୍ଟ୍ ଦେଇଥିବା ଅଭିଯୋଗ ହୋଇଛି । ଯାହା ମାଧ୍ୟମରେ ସେ ନିବେଶକମାନଙ୍କୁ କହୁଥିଲେ ଯେ ଭାରତରୁ ତିନୋଟି କଣ୍ଟେନର ଲାଇଲନ୍ ପଠାଯାଉଛି ।
ଅଧିକ ପଢ଼ନ୍ତୁ: BSNL ର ଶସ୍ତା ପ୍ଲାନ! ମାତ୍ର ୪୯ ଟଙ୍କାରେ କରନ୍ତୁ ମାସସାରା କଲିଂ, ମିଳିବ ଇଣ୍ଟରନେଟ ଡାଟା
ସୋମବାର ଏନପିଏ ମୁଖପାତ୍ର ନତାଶା କର କହିଛନ୍ତି ଯେ ଲତା ରାମଗୋବିନ୍ କହିଥିଲେ ଯେ ଆମଦାନୀ ମୂଲ୍ୟ ଓ କଷ୍ଟମ ଡ୍ୟୁଟି ଦେବା ପାଇଁ ସେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ବନ୍ଦରରେ ସାମଗ୍ରୀ ସଫା କରିବା ପାଇଁ ତାଙ୍କୁ ଟଙ୍କା ଦରକାର । ଏହା ପରେ ଲତା ରାମଗୋବିନ୍ ମହାରାଜଙ୍କୁ କହିଥିଲେ ଯେ ତାଙ୍କୁ ୬.୨ ନିୟୁତ ରାଣ୍ଡ ଆବଶ୍ୟକ । ସେମାନଙ୍କୁ ବୁଝାଇବା ପାଇଁ ଏହା ସହ ସମ୍ପୃକ୍ତ ଡକ୍ୟୁମେଣ୍ଟଗୁଡିକ ମଧ୍ୟ ଦେଖାଇଥିଲେ । ଯେଉଁଥିରେ ସାମଗ୍ରୀ କ୍ରୟ ସମ୍ବନ୍ଧୀୟ ଦଲିଲଗୁଡ଼ିକ ରହିଥିଲା । ଏକ ମାସ ପରେ ପୁନର୍ବାର ଲତା ରାମଗୋବିନ୍ SR ମହାରାଜଙ୍କୁ ଆଉ ଏକ ଡକ୍ୟୁମେଣ୍ଟ୍ ପଠାଇଲେ, ଯାହାକି ନେଟକେୟାର ଚ୍ୟାଲେଞ୍ଜ ଥିଲା, ଯାହା ଦର୍ଶାଇଥିଲା ଯେ ସାମଗ୍ରୀ ବିତରଣ କରାଯାଇଛି ଓ ଦେୟ ଦିଆଯାଇ ନାହିଁ ।