BSNL ଏହାର ଗ୍ରାହକମାନଙ୍କ ପାଇଁ ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ଯେଉଁଥିରେ ଉପଭୋକ୍ତାଙ୍କୁ ଡାଟା ସହିତ ମାସସାରା କଲିଂର ସୁବିଧା ମଧ୍ୟ ଦିଆଯାଏ ।
Trending Photos
ଭାରତର ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସଏନଏଲ ଏହାର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ରିଚାର୍ଜ ପ୍ଲାନ ପ୍ରଦାନ କରିବା ଜାରି ରଖିଛି । ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ, BSNL ଏହାର ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ପ୍ରଦାନ କରେ । ଯେଉଁଥିରେ ଉପଭୋକ୍ତାଙ୍କୁ ଡାଟା ସହିତ କଲିଂ କରିବାର ସୁବିଧା ମଧ୍ୟ ଦେଇଥାଏ । ଏହି ରିଚାର୍ଜ ପ୍ଲାନର ମୂଲ୍ୟ ମାତ୍ର ୫୦ ରୁ କମ୍ ଅଟେ । ଜାଣନ୍ତୁ ଏହି ପ୍ରିପେଡ୍ ରିଚାର୍ଜ ବିଷୟରେ..
BSNL ର ୪୯ ଟଙ୍କା ରିଚାର୍ଜ ପ୍ଲାନ
BSNL ର ଏହା ବହୁତ ଶସ୍ତା ରିଚାର୍ଜ ପ୍ଲାନ । ଯାହାର ମୂଲ୍ୟ ମାତ୍ର ୪୯ ଟଙ୍କା । ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତାଙ୍କୁ ୨୮ ଦିନର ବୈଧତା ଦିଆଯାଏ । ଏହି ରିଚାର୍ଜ ପ୍ଲାନରେ, ଉପଭୋକ୍ତାଙ୍କୁ ୧୦୦ ମିନିଟର ଟକ୍ ଟାଇମ୍ ଓ ୨୮ ଦିନର ବୈଧତା ସହିତ ୨ ଜିବି ଡାଟା ମଧ୍ୟ ମିଳିଥାଏ ।
ଏହା ସହିତ ଏଥିରେ ବ୍ୟବହାରକାରୀଙ୍କୁ ୧୦୦ ଟି SMS ପଠାଇବାର ସୁବିଧା ମଧ୍ୟ ମିଳିଥାଏ । ପ୍ଲାନରେ ଦିଆଯାଇଥିବା ଟକ୍ ଟାଇମରେ ଉପଭୋକ୍ତା ଅନ୍ୟ କୌଣସି ନେଟୱାର୍କକୁ କଲ କରିବା ପାଇଁ ବ୍ୟବହାର କରିପାରିବେ ।
ଅଧିକ ପଢ଼ନ୍ତୁ: ଗ୍ଲେନ୍ ମ୍ୟାକ୍ସୱେଲ ଖୁବ୍ ଶୀଘ୍ର ହେବେ ଭାରତର ଜ୍ୱାଇଁ, ଏହି 'ଇଣ୍ଡିଆନ ଗର୍ଲ'କୁ କରିବେ ବିବାହ
Jio ୧୨୯ ଟଙ୍କା ପ୍ଲାନ
ରିଲାଏନ୍ସ ଜିଓର ଏହି ସମାନ ସୁବିଧାର ପ୍ଲାନ ୧୨୯ ଟଙ୍କାରେ ରହିଛି । ଯେଉଁଥିରେ ୨୮ ଦିନର ବୈଧତା ଉପଭୋକ୍ତାଙ୍କୁ ଦିଆଯାଏ । ୨୮ ଦିନର ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ୨ ଜିବି ଡାଟା ଓ ୩୦୦ SMS ମିଳିଥାଏ ।
ଏଥିରେ ଟକ୍ ଟାଇମ୍ ମିନିଟ୍ ପରିବର୍ତ୍ତେ ସମଗ୍ର ନେଟୱାର୍କକୁ ୨୮ ଦିନ ପାଇଁ ଅସୀମିତ କଲିଂ ସୁବିଧା ଯୋଗାଇ ଦିଆଯାଉଛି । ଏହା ସହିତ ଉପଭୋକ୍ତା ଏଥିରେ ଥିବା ଜିଓ ଆପ୍ସର ମାଗଣା ସବସ୍କ୍ରିପସନ୍ ମଧ୍ୟ ପାଇଥା’ନ୍ତି ।
ଅଧିକ ପଢ଼ନ୍ତୁ: Bank Privatisation: ବର୍ତ୍ତମାନ ଏହି ୩ ଟି ସରକାରୀ ବ୍ୟାଙ୍କ ହୋଇଯିବ ପ୍ରାଇଭେଟ୍!
Vi ର ୧୪୯ ଟଙ୍କା ପ୍ଲାନ
ଏହି ଭୋଡାଫୋନ୍-ଆଇଡିଆ ୧୪୯ ଟଙ୍କା ପ୍ଲାନରେ ଉପଭୋକ୍ତାଙ୍କୁ ୨୮ ଦିନର ବୈଧତା ଦିଆଯାଉଛି । ଏଥିରେ ଉପଭୋକ୍ତାଙ୍କୁ ୨ ଜିବି ଡାଟା ସହିତ ଅସୀମିତ କଲିଂର ସୁବିଧା ଦିଆଯାଇଛି । ଆହୁରି ମଧ୍ୟ ଉପଭୋକ୍ତା ୨୮ ଦିନ ମଧ୍ୟରେ ୩୦୦ SMS ପାଇଥା’ନ୍ତି । ଏହା ବ୍ୟତୀତ ଭି ମୁଭିଜ୍ ଓ ଟିଭି ବେସିକର ମାଗଣା ସବସ୍କ୍ରିପସନ୍ ମଧ୍ୟ ଏହି ପ୍ଲାନରେ ଉପଭୋକ୍ତାଙ୍କୁ ଦିଆଯାଉଛି ।