IPL 2021 କୁ ନେଇ ଆସିଲା ଏକ ବଡ ଅପଡେଟ୍, ଏହି ଦିନ ହୋଇପାରେ ଫାଇନାଲ୍ ମ୍ୟାଚ୍
Advertisement

IPL 2021 କୁ ନେଇ ଆସିଲା ଏକ ବଡ ଅପଡେଟ୍, ଏହି ଦିନ ହୋଇପାରେ ଫାଇନାଲ୍ ମ୍ୟାଚ୍

UAE ରେ ଆଇପିଏଲର ଅବଶିଷ୍ଟ ୩୧ ଟି ମ୍ୟାଚ୍ ଆୟୋଜନ କରିବାକୁ ଅନୁମୋଦନ ଦିଆଯାଇଛି । ମେ' ମାସରେ କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବିସିସିଆଇକୁ ଏହି ଟୁର୍ଣ୍ଣାମେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡିଥିଲା ।

 

IPL 2021

ନୂଆଦିଲ୍ଲୀ: ୟୁଏଇରେ ଆଇପିଏଲର (IPL) ଅବଶିଷ୍ଟ ୩୧ ଟି ମ୍ୟାଚ୍ ଆୟୋଜନ ପାଇଁ ଅନୁମୋଦନ ଦିଆଯାଇଛି । ମେ' ମାସରେ କୋରୋନା ସଂକ୍ରମଣ (Coronavirus) ବୃଦ୍ଧି ଯୋଗୁଁ ବିସିସିଆଇକୁ (BCCI) ଏହି ଟୁର୍ଣ୍ଣାମେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡିଥିଲା । ସୂଚନା ଅନୁଯାୟୀ ଆଇପିଏଲ୍ ୨୦୨୧ ସେପ୍ଟେମ୍ବର ୧୯ ରୁ ପୁଣି ଥରେ ଆରମ୍ଭ ହେବ ଓ ଏହାର ଫାଇନାଲ୍ ମ୍ୟାଚ୍ (IPL final match) ୧୫ ଅକ୍ଟୋବର ଅର୍ଥାତ ଦଶହରା ଦିନ ଖେଳାଯିବ ।

ଏହି ଦିନ ଅନୁଷ୍ଠିତ ହୋଇପାରେ ଫାଇନାଲ ମ୍ୟାଚ୍ 
ANI ସହ କଥାବାର୍ତ୍ତା କରି ବିସିସିଆଇର (BCCI) ଜଣେ ଅଧିକାରୀ କହିଛନ୍ତି ଯେ ୟୁଏଇ ବୋର୍ଡ ସହିତ ବିସିସିଆଇର ବୈଠକ ଭଲ ଥିଲା । ଗତ ସପ୍ତାହରେ ୟୁଏଇରେ (UAE) ଆଇପିଏଲର ଅବଶିଷ୍ଟ ୩୧ ଟି ମ୍ୟାଚ୍ ଆୟୋଜନ କରିବାକୁ ଅନୁମୋଦନ ଦିଆଯାଇଛି । ଆଇପିଏଲ୍ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ ଓ ଏହାର ଫାଇନାଲ୍ ମ୍ୟାଚ୍ (IPL final match) ୧୫ ଅକ୍ଟୋବରରେ ଖେଳାଯିବ । ଆଇପିଏଲର ଅବଶିଷ୍ଟ ସମସ୍ତ ମ୍ୟାଚ୍ ଶାରଜା, ଦୁବାଇ ଓ ଆବୁଧାବିରେ ଖେଳାଯିବ ।

ଅଧିକ ପଢ଼ନ୍ତୁ: ନଭେମ୍ବର ପର୍ଯ୍ୟନ୍ତ ୮୦ କୋଟି ଲୋକଙ୍କୁ ମାଗଣାରେ ମିଳିବ ରାସନ: ପିଏମ ମୋଦି

ଆଇପିଏଲ୍ କେବଳ ୨୫ ଦିନ ଧରି ଚାଲିବ
ବିସିସିଆଇ ଅଧିକାରୀ କହିଛନ୍ତି, 'ଅଧିକାଂଶ ବିଦେଶୀ ଖେଳାଳି ଆଇପିଏଲର ଅବଶିଷ୍ଟ ୩୧ ଟି ମ୍ୟାଚ୍ ଖେଳିପାରିବେ । ଯଦି କିଛି ଖେଳାଳି ଖେଳନ୍ତି ନାହିଁ, ତାହା ଉପରେ ନିଷ୍ପତ୍ତି ନିଆଯିବ । IPL କେବଳ ୨୫ ଦିନ ଚାଲିବ ବୋଲି ଖବର ରହିଛି । ଏହି ସମୟରେ ୮ ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ହୋଇପାରେ । ଆଇପିଏଲକୁ ସଫଳତା ପୂର୍ବକ ଶେଷ କରିବା ପାଇଁ ବିସିସିଆଇ ବହୁତ କଠିନ ପରିଶ୍ରମ କରୁଛି । 

ଅଧିକ ପଢ଼ନ୍ତୁ: ୫୦୦ ଟଙ୍କାର ପୁରୁଣା ନୋଟ୍ ବଦଳରେ ମିଳିବ ୧୦ ହଜାର ଟଙ୍କା, କେବଳ କରିବାକୁ ହେବ ଏହା

ଦର୍ଶକମାନେ ଆସିବାକୁ ମିଳିପାରେ ମଞ୍ଜୁରୀ
ଗଲ୍ଫ ନ୍ୟୁଜ୍ ଅନୁଯାୟୀ ଦର୍ଶକମାନେ ଷ୍ଟାଡିୟମକୁ ଆସିବାକୁ ଅନୁମୋଦନ ମିଳିପାରେ । ବିସିସିଆଇ ଓ ଏମିରେଟ୍ସ କ୍ରିକେଟ୍ ବୋର୍ଡ ମଧ୍ୟରେ ଏହି ବିଷୟରେ ଆଲୋଚନା ହୋଇଛି । ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ୩୧ ଟି ମ୍ୟାଚ୍ ୟୁଏଇର ଦୁବାଇ, ଆବୁଧାବି ଓ ଶାରଜାରେ ଖେଳାଯିବ । ସୂଚନା ଅନୁଯାୟୀ, ଦୁବାଇ କ୍ରୀଡ଼ା ପରିଷଦ ଷ୍ଟାଡିୟମରେ ୩୦% ଦର୍ଶକଙ୍କ ଆଗମନକୁ ଅନୁମୋଦନ କରିଛି । ୟୁଏଇର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟାକୁ କୋରୋନା ଟିକାକରଣ କରାଯାଇଛି । ଏପରି ପରିସ୍ଥିତିରେ ଆଇପିଏଲ୍ ସମୟରେ ଦର୍ଶକମାନେ ଷ୍ଟାଡିୟମକୁ ଆସିବାକୁ ଅନୁମୋଦନ ପାଇପାରନ୍ତି ।