Mamata Banerjee: `ମୋର ମୁଣ୍ଡ କାଟ କରି ଦିଅ`, ଏପରି କାହିଁକି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ?
West Bengal Politics: ମହଙ୍ଗା ଭତ୍ତା ପ୍ରଦାନ ପ୍ରସଙ୍ଗରେ ବିରୋଧୀ ଦଳ ସମର୍ଥିତ ବିରୋଧକୁ ନେଇ ତାତି ଉଠିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
West Bengal CM On DA Protest: ମହଙ୍ଗା ଭତ୍ତା ପ୍ରଦାନକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି। ଗୋଟିଏ ପଟେ ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳୁଥିବା ଭଳି ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି। ଏନେଇ ହେଉଥିବା ବିରୋଧ ପ୍ରଦର୍ଶନକୁ ବିରୋଧୀ ବିଜେପି, କଂଗ୍ରେସ ଏବଂ ବାମ ଦଳ ସମର୍ଥନ କରୁଛନ୍ତି। ମହଙ୍ଗା ଭତ୍ତା ପ୍ରଦାନ ପ୍ରସଙ୍ଗରେ ବିରୋଧୀ ଦଳ ସମର୍ଥିତ ବିରୋଧକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟାର୍ଗେଟ କରିଛନ୍ତି। ଏହା ଉପରେ ଜବାବ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ପାଖରେ ସରକାରୀ କର୍ମଚାରୀଙ୍କୁ ଅଧିକ ଅର୍ଥ ଦେବାକୁ ଅର୍ଥ ନାହିଁ। ସେମାନେ ଅଧିକ ମାଗୁଛନ୍ତି, ମୁଁ ଆଉ କେତେ ଦେଇପାରିବି ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ।
ମହଙ୍ଗା ଭତ୍ତା ପ୍ରଦାନ ପ୍ରସଙ୍ଗରେ ବିରୋଧୀ ଦଳ ସମର୍ଥିତ ବିରୋଧକୁ ନେଇ ତାତି ଉଠିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଆମ ସରକାର ପକ୍ଷରେ ଅଧିକ ମହଙ୍ଗା ଭତ୍ତା ପ୍ରଦାନ କରିବା ସମ୍ଭବ ନୁହେଁ। ଆମ ପାଖରେ ଆଉ ଅଧିକ ଟଙ୍କା ନାହିଁ। ଆମେ ଅତିରିକ୍ତ ୩ ପ୍ରତିଶତ ମହଙ୍ଗା ଭତ୍ତା ଦେଇଛୁ। ଯଦି ଆପଣ ଏହାକୁ ନେଇ ଖୁସି ନୁହଁନ୍ତି, ତାହେଲେ ଆପଣ ମୋ ମୁଣ୍ଡ କାଟି ପାରିବ। ଆପଣ ଆଉ କେତେ ଅଧିକ ମହଙ୍ଗା ଭତ୍ତା ଚାହୁଁଛନ୍ତି? "
ଗତ ଫେବୃଆରୀ ୧୫ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାରେ ୨୦୨୩-୨୪ ବର୍ଷ ପାଇଁ ରାଜ୍ୟ ବଜେଟ ଆଗତ କରିଥିଲେ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ମାର୍ଚ୍ଚରୁ ଶିକ୍ଷକ ଏବଂ ପେନସନଭୋଗୀଙ୍କ ସମେତ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଅତିରିକ୍ତ ୫ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ମୂଳ ବେତନର ୩ ପ୍ରତିଶତ ମହଙ୍ଗା ଭତ୍ତା ଆକାରରେ ପ୍ରଦାନ କରାଯାଉଛି। ବଜେଟ୍ ଘୋଷଣାର ଅର୍ଥ ହେଉଛି ଯେ ମାର୍ଚ୍ଚରୁ ଶିକ୍ଷକ ଏବଂ ପେନସନଭୋଗୀଙ୍କ ସମେତ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଅତିରିକ୍ତ ୩ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଅଭିଭାଷଣରେ ବିରୋଧୀ ବିଜେପି ଏବଂ ବାମପନ୍ଥୀଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଭଳି ମହଙ୍ଗା ଭତ୍ତା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରିବାକୁ ଉଭୟ ଦଳ ସମର୍ଥନ କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପଚାରିଛନ୍ତି ଯେ, "କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦରମା ମାପ ଭିନ୍ନ ଭିନ୍ନ। ଏବେ ବିଜେପି, କଂଗ୍ରେସ ଏବଂ ସିପିଏମ୍ ଏକାଠି ହୋଇଛନ୍ତି। କେଉଁ ସରକାର ବେତନ ସହିତ ଏତେ ଛୁଟି ପ୍ରଦାନ କରୁଛନ୍ତି?"
ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ, "ମୁଁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ୧.୭୯ ଲକ୍ଷ କୋଟି ଟଙ୍କାର ମହଙ୍ଗା ଭତ୍ତା ପ୍ରଦାନ କରିଛି। ଆମେ ୪୦ ଦିନର ଛୁଟି ସହିତ ଦରମା ପ୍ରଦାନ କରୁଛୁ। ଆପଣ କେନ୍ଦ୍ର ସରକାରଙ୍କ ସହ କାହିଁକି ତୁଳନା କରୁଛନ୍ତି? ଆମେ ମାଗଣା ଚାଉଳ ଦେଉଛୁ, ହେଲେ ଦେଖନ୍ତୁ ରନ୍ଧନ ଗ୍ୟାସ ମୂଲ୍ୟ କେତେ? ନିର୍ବାଚନର ଗୋଟିଏ ଦିନ ପରେ ସେମାନେ ମୂଲ୍ୟ ବୃଦ୍ଧି କରିଥିଲେ। ଏହି ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଉ କଣ କରିବାକୁ ହେବ? "