Manipur Landslide: ପୂର୍ବତ୍ତୋର ରାଜ୍ୟ ମଣିପୁରରେ ହୋଇଥିବା ଭୂସ୍ଖଳନରେ ୪୦ ଜଣରୁ ଅଧିକ ଲୋକ ନିଖୋଜ ହୋଇଥିବା ବେଳେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୭-୮ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ୭-୮ ମୃତକ ଏବଂ ୧୨-୧୩ ଜଣ ଅନ୍ୟ ଲୋକ ଅଛନ୍ତି। ଗତ ବୁଧବାର ରାତିରେ ମଣିପୁର ନୋନୀ ଜିଲ୍ଲାର ତୁପୁଲ ରେଳ ଷ୍ଟେସନ ନିକଟରେ ହୋଇଥିଲା ଏହି ଭୂସ୍ଖଳନ।   


COMMERCIAL BREAK
SCROLL TO CONTINUE READING

ଯେଉଁଠି ନିର୍ମାଣାଧୀନ ଜିରିବାମ ଠାରୁ ରାଜଧାନୀ ଇମ୍ଫାଲ ଅଭିମୁଖେ ଯାଉଥିବା ରେଳ ଲାଇନ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ୧୦୭ ଟେରିଟୋରିଆଲ ଆର୍ମି  ଅଧିନସ୍ଥ ଏକ କମ୍ପାନୀ ମଧ୍ୟ ଏହି ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି।



ଭୂସ୍ଖଳନ ସମ୍ପର୍କରେ ଖବର ମିଳିବା ପରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ପ୍ରାୟ ୨୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ରେଳବାଇ ଏବଂ ଆସାମ ରାଇଫଲ୍ସ ଉଦ୍ଧାରକାରୀ ଦଳ କ୍ରମାଗତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭-୮ ମୃତଦେହ ଉଦ୍ଧାର କରିଛି।


ଭୂସ୍ଖଳନ କାରଣରୁ ନିଖୋଜ ହୋଇଥିବା ଲୋକଙ୍କ ମଧ୍ୟରେ ୨୦ ଜଣ ଟେରିଟୋରିଆଲ୍ ଆର୍ମି ସୈନିକଙ୍କ ବ୍ୟତୀତ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଏବଂ ଅଧିକାରୀ ଅଛନ୍ତି। ଏହି ଘଟଣାରେ ୩ ଜଣ ସ୍ଥାନୀୟ ନାଗରିକ ନିଖୋଜ ହୋଇଥିବାର ଖବର ମିଳିଛି। ଲଗାତାର ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସୁରକ୍ଷିତ ସ୍ଥାନରେ ରହିବାକୁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି। 


Also Read: ପ୍ରବଳ ବର୍ଷା ପରେ ପାଣିରେ ନଡ଼ା ଭଳି ଭାସିଗଲା ପୋଲ