ପ୍ରବଳ ବର୍ଷା ପରେ ପାଣିରେ ନଡ଼ା ଭଳି ଭାସିଗଲା ପୋଲ
Advertisement
Article Detail0/zeeodisha/odisha1215029

ପ୍ରବଳ ବର୍ଷା ପରେ ପାଣିରେ ନଡ଼ା ଭଳି ଭାସିଗଲା ପୋଲ

ପ୍ରବଳ ବର୍ଷା ହେବା ପରେ ପୋଲ ନଡ଼ା ଭଳି ଭାସିଯାଇଥିଲା।

ପ୍ରବଳ ବର୍ଷା ପରେ ପାଣିରେ ନଡ଼ା ଭଳି ଭାସିଗଲା ପୋଲ

Bridge Washed Away after Heavy Rain: ପ୍ରବଳ ବର୍ଷା ପରେ ପାଣିରେ ନଡ଼ା ଭଳି ଭାସିଗଲା ପୋଲ। ପୂର୍ବୋତ୍ତର ରାଜ୍ୟ ମେଘାଳୟର ପଶ୍ଚିମ-ଦକ୍ଷିଣ ଗାରୋ ହିଲ୍ସ ଜିଲ୍ଲା ସୀମାରେ ଘଟିଯାଇଛି ଏହି ଘଟଣା। ପୋଲ ଭାସିଯିବାର ଭିଡି଼ଓ ସୋସିଆଲ ମିଡିଆ ମାଧ୍ୟମରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ପ୍ରବଳ ବର୍ଷା ପରେ ପୋଲ ଭାସି ଯାଇଥିବା ନେଇ ସ୍ପଷ୍ଟ କରିଛି ମେଘାଳୟ ପୋଲିସ।

ପୂର୍ବୋତ୍ତର ରାଜ୍ୟ ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଏବଂ ଦକ୍ଷିଣ ଗାରୋ ହିଲ୍ସ ଜିଲ୍ଲା ସୀମାରେ ଅବସ୍ଥିତ ଏହି ପୋଲ ଜିଜିକା ଅଞ୍ଚଳକୁ ମୋଗୁଆ ସହ ଯୋଡୁଥିଲା। ପ୍ରବଳ ବର୍ଷା ହେବା ପରେ ରାଜ୍ୟରେ ବିଭିନ୍ନ ନଦୀରେ ଆସିଥିବା ବନ୍ୟା କାରଣରୁ ଏହି କାଠ ନିର୍ମିତ ପୋଲ ନଡ଼ା ଭଳି ଭାସିଯାଇଥିଲା। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ପୋଲ ଭାସି ଯାଉଥିବାର ଭିଡିଓ ରେକର୍ଡିଂ କରିଥିଲେ। ଯାହା ସୋସିଆଲ ମିଡିଆ ମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି।

  
ଗତ ଗୁରୁବାର ଦିନ ଗାରୋ ହିଲ୍ସ ଜିଲ୍ଲାର ଦୁଇଟି ଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି। ଏହି ଘଟଣାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହା ସହ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ଦକ୍ଷିଣ ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ବେଟିସିଂ ଅଞ୍ଚଳରେ ଦ୍ୱିତୀୟ ଘଟଣା ଘଟିଥିଲା ​​ଯେଉଁଥିରେ ଅଢେଇ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା।

ଦେଶରେ ମୌସୁମୀ ଋତୁ ଆରମ୍ଭ ହୋଇଯାଇଛି। ଆସାମ, ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟ ଆଦି ପୂର୍ବୋତ୍ତରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ପର୍କରେ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଜୁନ ୧୦-୧୧ ତାରିଖରେ ମେଘାଳୟରେ ପ୍ରବଳ ବର୍ଷା ୨୦୪.୫ ମିଲିମିଟର କିମ୍ବା ଏହା ଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆଗାମୀ କିଛି ଦିନ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଗତ ମାସରେ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ କ୍ଷୟକ୍ଷତି ହୋଇଥିଲା। 

Also Read: Shocking News: ଲୁହା ନିର୍ମିତ ପୋଲ ଉଠାଇନେଲେ ଚୋର

Also Read: ଉଦଘାଟନ ପୂର୍ବରୁ ପାଣିରେ ଭାସିଗଲା ୯ କୋଟି ମୂଲ୍ୟର ପୋଲ