ସମୁଦ୍ରର ଏପରି ସ୍ଥାନ; ଯେଉଁଠି ବୁଡ଼ିଯିବ ହିମାଳୟ ପାହାଡ଼ର ସର୍ବୋଚ୍ଚ ଶୃଙ୍ଗ Mount Everest
ମାରିୟାନା ଟ୍ରେଞ୍ଚ ଏବଂ ମାଉଣ୍ଟ ଏଭରେଷ୍ଟ ଉଚ୍ଚତା ମଧ୍ୟରେ ରହିଥିବା ବ୍ୟବଧାନ ହେଉଛି ୨୧୮୫.୧୪ ମିଟର।
ନୂଆଦିଲ୍ଲୀ: ଉପରୋକ୍ତ ଶିରୋନାମା ପଢି ଆପମ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ହେଲେ ସମୁଦ୍ରରେ ମଧ୍ୟ ଏପରି ସ୍ଥାନ ମଦଜୁଦ ରହିଛି। ଯେଉଁଠି ବିଶ୍ୱରୁ ସବୁଠାରୁ ଉଚ୍ଚତମ ପର୍ବତ କୁହାଯାଉଥିବା ହିମାଳୟ ପର୍ବତଶ୍ରେଣୀର ସର୍ବୋଚ୍ଚ ଶିଖରକୁ ଯଦି ସେଠାରେ ରଖି ଦିଆଯାଏ ତାହଲେ ଏହା ସମ୍ପୂର୍ଣ୍ଣ ବୁଡିଯିବ।
ଆକାରରେ ବିଶ୍ୱର ବୃହତ୍ତମ ମହାସାଗର ( Biggest Ocean of World) ଭାବେ ଜଣାଶୁଣା ପ୍ରଶାନ୍ତ ମହାସାଗରରେ (Pacific Ocean) ରହିଛି ଏପରି ସ୍ଥାନ ରହିଛି। ଏହା ବିଶ୍ୱର ସବୁଠାରୁ ଗଭୀର ସ୍ଥାନ ଭାବେ ଜଣାଶୁଣା। ଏହି ସ୍ଥାନ ମାରିୟାନା ଟ୍ରେଞ୍ଚ (Mariana Trench) ନାମରେ ଜଣାଶୁଣା। ସମୁଦ୍ର ପତ୍ତନରୁ ଏହାର ଗଭୀରତା ହେଉଛି ୧୧ ହଜାର ୩୪ ମିଟର।
ଏହା କୁହାଯାଏ ଯଦି ଏଠାରେ ବିଶ୍ୱରୁ ସବୁଠାରୁ ଉଚ୍ଚତମ ପର୍ବତ (Highest Mountain of the World) ଭାବେ ଜଣାଶୁଣା ହିମାଳୟ ପର୍ବତଶ୍ରେଣୀର (Himalayan Mountain Range) ସର୍ବୋଚ୍ଚ ଶିଖର (Highest Peak) ମାଉଣ୍ଟ ଏଭରେଷ୍ଟକୁ (Mount Everest) ରଖି ଦିଆଯାଏ ତାହଲେ ଏହା ସମ୍ପୂର୍ଣ୍ଣ ବୁଡିଯିବ। ଅର୍ଥାତ ଏହି ପର୍ବତ ଶୃଙ୍ଗ ସମ୍ପୂର୍ଣ୍ଣ ବୁଡି଼ଯିବା ପରେ ଏହା ଉପରେ ସମୁଦ୍ର ପାଣି ପ୍ରବାହିତ ହେବ। ସମୁଦ୍ର ପତ୍ତନରୁ ଏହି ପର୍ବତ ଶୃଙ୍ଗର ଉଚ୍ଚତା ହେଉଛି ୮୮୪୮.୮୬ ମିଟର।
Also Read: ବୁଡ଼ିଯିବ ମୁମ୍ବାଇ!
ଉଭୟ ମାରିୟାନା ଟ୍ରେଞ୍ଚ ଏବଂ ମାଉଣ୍ଟ ଏଭରେଷ୍ଟ ଉଚ୍ଚତା ମଧ୍ୟରେ ରହିଥିବା ବ୍ୟବଧାନ ହେଉଛି ୨୧୮୫.୧୪ ମିଟର। ଯଦି ମାରିୟାନା ଟ୍ରେଞ୍ଚ ଠାରେ ମାଉଣ୍ଟ ଏଭରେଷ୍ଟକୁ ରଖାଯାଏ ତାହେଲେ ଏହା ଉପରେ ୨ କିମି ଉଚ୍ଚତାରେ ସମୁଦ୍ର ପାଣି ପ୍ରବାହିତ ହେବ।
Also Read: ବୁଡ଼ିଯିବ ବାଲେଶ୍ୱର, ଭଦ୍ରକ, ପୁରୀ!
ଦକ୍ଷିଣ-ପୂର୍ବ ଏସୀୟ ଦେଶ (South-East Asean Nation) ଫିଲିପାଇନ୍ସ (Philippines) ପୂର୍ବ ଉପକୂଳରେ, ପ୍ରଶାନ୍ତ ମହାସାଗରର ପଶ୍ଚିମ ଏବଂ ମାରିଆନା ଦ୍ୱୀପପୁଞ୍ଜ (Mariana Island) ଠାରୁ ହାରାହାରି ୧୨୪ ମାଇଲ ପାଖାପାଖି ୨୦୦ କିମି ପୂର୍ବରେ ଅବସ୍ଥିତ ମାରିଆନା ଟ୍ରେଞ୍ଚ। ଯାହାର ଲମ୍ବ ହେଉଛି ୧୫୦୦ ମାଇଲ ଅର୍ଥାତ ୨୫୫୦ କିମି ଏବଂ ଏହାର ଚଉଡା ହେଉଛି ହାରାହାରି ୪୩ ମାଇଲ୍ ଅର୍ଥାତ ୬୯ କିମି।
Also Read: NASA ଦେଲା ଚେତାବନୀ; ସମୁଦ୍ରରେ ବୁଡିଯିବ ଭାରତର ଏହି ୧୨ ଟି ସହର
ମାଉଣ୍ଟ ଏଭରେଷ୍ଟ ଉପରେ ଚଢିବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର। ଏପର୍ଯ୍ୟନ୍ତ ଏହି କାର୍ଯ୍ୟ କରିବାକୁ ପ୍ରୟାସ କରିଥିବା ଅନେକ ଲୋକ ପ୍ରାଣ ହରାଇଛନ୍ତି। ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ଦୁନିଆର ସର୍ବୋଚ୍ଚ ଶିଖରରେ ପହଞ୍ଚି ପାରିଛନ୍ତି। ସେହିପରି ସମଗ୍ର ବିଶ୍ୱରେ କେବଳ ଏପରି ଦୁଇ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିଶ୍ୱର ସବୁଠାରୁ ଗଭୀରତମ ସ୍ଥାନ ମାରିଆନା ଟ୍ରେଞ୍ଚର ଗଭୀରତାରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି। ଏହି କାର୍ଯ୍ୟ ୧୯୬୦ ମସିହାର କରାଯାଇଥିଲା ଯେତେବେଳେ ଅବସରପ୍ରାପ୍ତ ଆମେରିକୀୟ ଲେଫ୍ଟନାଣ୍ଟ ଡନ୍ ୱାଲ୍ ଏବଂ ତାଙ୍କ ସ୍ୱିସ୍ ସହକର୍ମୀ ଜ୍ୟାକ୍ ପିକାର୍ଡ ପ୍ରାୟ ସମୁଦ୍ର ପତ୍ତନରୁ ୧୦ ହଜାର ୭୯୦ ମିଟର ଗଭୀରତା ପର୍ଯ୍ୟନ୍ତ ଏକ ବୁଡ଼ାଜାହାଜ ଯୋଗେ ଯାଇଥିଲେ। ସେବେଠାରୁ ଏହି ମହାସାଗରର ସବୁଠାରୁ ଗଭୀରତମ ସ୍ଥାନରେ କେହି ପହଞ୍ଚି ପାରିନାହାଁନ୍ତି।