ବୁଡ଼ିଯିବ ମୁମ୍ବାଇ !
Advertisement

ବୁଡ଼ିଯିବ ମୁମ୍ବାଇ !

ସମୁଦ୍ର ଜଳସ୍ତର ବୃଦ୍ଧି ପାଇଁ ୨୦୫୦ ସୁଦ୍ଧା ବିଶ୍ୱର ଦେଢ ଆରବ ଜନସଂଖ୍ୟା ହେବେ ପ୍ରଭାବିତ

ସୌଜନ୍ୟ: ସୋସିଆଲ ମିଡିଆ
ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ସମୁଦ୍ରର ବଢୁଥିବା ଜଳସ୍ତର ଯୋଗୁ ୨୦୫୦ ସୁଦ୍ଧା ପୂର୍ବାନୁମାନ ସଂଖ୍ୟାରୁ ତିନି ଗୁଣରୁ ଅଧିକ ଜନସଂଖ୍ୟା ହୋଇପାରନ୍ତି ପ୍ରଭାବିତ । ଏହି କାରଣରୁ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯିବାର ସମ୍ଭାବନା ରହିଛି ।
ଏହି ତଥ୍ୟ ନ୍ୟୁଜର୍ସିର ବିଜ୍ଞାନ ସଙ୍ଗଠନ କ୍ଲାଇମେଟ୍ ସେଣ୍ଟ୍ରାଲ ପକ୍ଷରୁ ଦିଆଯାଇଛି । ଏହି ପରୀକ୍ଷାରେ ଭବିଷ୍ୟର ଜନସଂଖ୍ୟା ବୃଦ୍ଧି ତଥା ତଟୀୟ କ୍ଷୟ ସାମିଲ ନଥିଲା । ଭୂମିର ଉଚ୍ଚତା ଗଣନା ପାଇଁ ସାଟେଲାଇଟ୍ ରିଡିଂ ଆଧାରରେ ଏକ ଉପାୟ ବିକଶିତ କରାଯାଇଛି । ଏଠାରେ ବହୃତ୍ତମ କ୍ଷେତ୍ରରେ ସମୁଦ୍ର ସ୍ତରର ପ୍ରଭାବ ଆକଳନ କରିବା ଭଲ ଉପାୟ ବୋଲି ରିପୋର୍ଟରେ ଦର୍ଶାଯାଇଛି । ନୂଆ ପରୀକ୍ଷା ଅନୁଯାଇ ଦେଢ ଆରବ ଲୋକ ୨୦୫୦ ସୁଦ୍ଧା ଉଚ୍ଚ ଜୁଆର କବଳରେ ଆସିପାରନ୍ତି । ପରୀକ୍ଷାର ନୂଆ ସମ୍ଭାବନା ଅନୁସାରେ, ଅନେକ ଦ୍ୱୀପରେ ନିର୍ମିତ ମୁମ୍ବାଇର ବୁଡିଯିବାର ବିପଦ ରହିଛି । ବିଶେଷ ଭାବେ ସହରର ତଳିଆ ଅଞ୍ଚଳ ଅଧିକ ସମ୍ବେଦନଶୀଳ ରହିଛି । ଏପରି ସ୍ଥିତି ଉପୁଜିଲେ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡିପାରେ । ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର୍ ମାଇଗ୍ରେସନ ପ୍ରମୁଖ ଡୀନ ଲୋନେସ୍କୋଙ୍କ କହିବା ଅନୁଯାୟୀ, 'ଏହି ପରୀକ୍ଷାର ନିଷ୍କର୍ସ ଏହା ହେଉଛି ଯେ, ନାଗରିକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଦେବା ଜରୁରୀ । ଆମେ ଜାଣିଛୁ ଯେ ଏହି ଦିନ ପାଖେଇ ଆସୁଛି । ଏହିପରି ସ୍ଥିତି ଅନେକ ସ୍ଥାନରେ ଦେଖିବାକୁ ମିଳିଥିବା ଡୀନ ଲୋନେସ୍କୋ କହିଛନ୍ତି ।