close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବୁଡ଼ିଯିବ ବାଲେଶ୍ୱର, ଭଦ୍ରକ, ପୁରୀ !

ମାଡ଼ି ଆସିବ ସମୁଦ୍ର, ରଚିବ ମୃତ୍ୟୁର ତାଣ୍ଡବ । ୨୦୫୦ ସୁଦ୍ଧା ସମୁଦ୍ର ଗର୍ଭରେ ଲୀନ ହେବ ମୁମ୍ବାଇ ସହ ଓଡ଼ିଶାର କିଛି ସହର । ପ୍ରଭାବିତ ହେବ ବାଲେଶ୍ୱର, ଭଦ୍ରକ, ପୁରୀ, ଜଗତସିଂହପୁର ଓ ଗଞ୍ଜାମ

ବୁଡ଼ିଯିବ ବାଲେଶ୍ୱର, ଭଦ୍ରକ, ପୁରୀ !
ସୌଜନ୍ୟ: ସୋସିଆଲ ମିଡିଆ

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ମାଡ଼ି ଆସୁଛି ସମୁଦ୍ର, ରଚିବ ମହାପ୍ରଳୟ । ୨୦୫୦ ସୁଦ୍ଧା ଦେଶର କେତେକ ଉପକୂଳବର୍ତ୍ତୀ ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି । ନେଚର କମ୍ୟୁନିକେସନ ଜର୍ନଲ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଏମିତି କିଛି ଭୟାନକ ସତ୍ୟ ସାମ୍ନାକୁ ଆସୁଛି । ଯାହାକି ଭାରତ ସହ ଏସିଆ ମହାଦେଶର ବାଙ୍ଗାଲାଦେଶ, ଇଣ୍ଡୋନେସିଆର କିଛି ଅଂଶ ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହେବ । ଭାରତର ସ୍ୱପ୍ନର ସହର ମୁମ୍ବାଇ ଭିତରକୁ ମାଡ଼ି ଆସିବ ଆରବ ସାଗର । ଯାହାକି ମୁମ୍ବାଇର ଦକ୍ଷିଣ ଅଂଶଗୁଡଡ଼ିକ ଅଧିକ ପ୍ରଭାବିତ ହେବା ନେଇ ଜଣାପଡ଼ିଛି । ସେହିପରି ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ପୁରୀ, ଜଗତସିଂହପୁର  ଓ ଗଞ୍ଜାମ ଆଦି ଜିଲ୍ଲା ଅନ୍ତର୍ଗତ ଉପକୂଳ ଓଡ଼ିଶା ପ୍ରତି ବିପଦ ରହିଥିବା ରିସର୍ଚ୍ଚରୁ ଜଣାପଡ଼ିଛି । ଯାହାକି ବାଲେଶ୍ୱରରେ ସର୍ବାଧିକ କ୍ଷତି ହୋଇପାରେ ବୋଲି ଆକଳନ ହୋଇଛି । ତେବେ ଗ୍ଲୋବାଲ ୱାର୍ମଂ କାରଣରୁ ୨୦୫୦ ମସିହା ପରେ ପ୍ରତିବର୍ଷ ସମୁଦ୍ର ପତ୍ତନ ବୃଦ୍ଧି ପାଇବ ବୋଲି ଜଣାପଡିଛି । ଏହି ଆକଳନ ଅନୁଯାୟୀ, ୨୦୫୦ ସୁଦ୍ଧା ୩୦ କୋଟି ଲୋକ ବସବାସ କରୁଥିବା ଅଞ୍ଚଳକୁ ବନ୍ୟା ମାଡ଼ି ଆସିବ । ୨୧୦୦ ମସିହା ସୁଦ୍ଧା ବର୍ତ୍ତମାନ ୨୦ କୋଟି ଲୋକ ବସବାସ କରୁଥିବା ଅଞ୍ଚଳ ତଳେ ସମାଧି ନେଇଯିବ । ତେବେ ସବୁଠାରୁ ଭୟଙ୍କର କଥା ହେଉଛି, ବିଶ୍ୱର ସମୁଦ୍ର ପତ୍ତନ ସ୍ତର ଯେତିକି ବୋଲି ବିଶ୍ୱାସ କରାଯାଉଥିଲା, ଏବେ ତାର ମାତ୍ରା ଅଧିକ ରହିଛି ।