ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲ ପରେ ବିସ୍ଫୋରଣରେ ଥରି ଉଠିଛି ମଧ୍ୟଏସୀୟ ଦେଶ କାଜାଖାସ୍ତାନର ତରାଜ ସହର। ଏଠାରେ ଅବସ୍ଥିତ ଏକ ସୈନ୍ୟ ଶିବିର ନିକଟରେ ହୋଇଥିବା ବିସ୍ଫୋରଣରେ କିଛି ଲୋକ ଆହତ ହୋଇଥିବା ନେଇ କୁହାଯାଉଛି। ଏ ଘଟଣାରେ ପ୍ରକୃତରେ କେତେ ସଂଖ୍ୟକ ଲୋକ ଆହତ ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।   


COMMERCIAL BREAK
SCROLL TO CONTINUE READING

ଦେଶର ତରାଜ ସହରରେ (Taraz City) ବିସ୍ଫୋରଣ ହୋଇଥିବା ନେଇ ସ୍ପଷ୍ଟ କରିଛି କାଜାଖାସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ (Kazakhstan Defense Ministry)। ଏନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସହରରେ ଅବସ୍ଥିତ ଜାମ୍ବ୍ୟାଲ୍ ଅଞ୍ଚଳର (Jambyl Region of Kazakhstan) ବାୟଜାକ ଜିଲ୍ଲା (Bayzak District) ଠାରେ ଅବସ୍ଥିତ ସୈନ୍ୟ ଶିବିର ଗୋଦାମ ଠାରେ ଏହି ବିସ୍ଫୋରଣ ହୋଇଥିଲା।


ଏ ଘଟଣାର ତଦନ୍ତ କରିବା ପାଇଁ ଦେଶର ଉପ ପ୍ରତିରକ୍ଷା ମନ୍ତ୍ରୀ ରୁସଲାନ୍ ଶପେକ୍ବାଏଭଙ୍କ (Ruslan Shpekbaev) ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ସୈନ୍ୟ ଶିବିରରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ। ନିଆଁ ଲାଗିବା ପଛରେ କାରଣ କ'ଣ ରହିଛି ସେନେଇ ତଦନ୍ତ କରାଯାଉଛି। 


ଗୁରୁବାର ସନ୍ଧ୍ୟାରେ ହୋଇଥିବା ଏହି ବିସ୍ଫୋରଣ ଲାଗି ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ (ISIS Terror Group)। ଏହା ସହିତ ଆଫଗାନିସ୍ତାନ (Afghanistan) ରାଜଧାନୀ କାବୁଲ (Kabul) ସହରରେ ଅବସ୍ଥିତ ହମିଦ କରଜାଇ ଆନ୍ତର୍ଜାତୀୟ ବିମାନବନ୍ଦର (Hamid Karzai International Airport) ପରିସରରେ ହୋଇଥିବା ବିସ୍ଫୋରଣରେ ଏହି ଆତଙ୍କୀ ଗୋଷ୍ଠୀ ସାମିଲ ରହିଥିବା ନେଇ ଖବର ମିଳିଛି। 


Also Read: ବିସ୍ଫୋରଣରେ କମ୍ପିଉଠିଲା Kabul Airport; ୧୩ ମୃତ, ୩୦ ଆହତ


ଗୋଟିଏ ଦିନରେ ଦୁଇ ଦୁଇଟି ପୃଥକ ସ୍ଥାନରେ ବିସ୍ଫୋରଣ କରି ଉପସ୍ଥିତି ଜାହିର କରିଛି ଆତଙ୍କୀ ସଙ୍ଗଠନ ଆଇଏସଆଇଏସ। କାବୁଲ ବିମାନ ବନ୍ଦର ପରିସରରେ ହୋଇଥିବା ବିସ୍ଫୋରଣରେ  ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ୫୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଆମେରିକୀୟ ସୈନ୍ୟ ରହିଥିବା ଜଣାପଡି଼ଛି।