ବିସ୍ଫୋରଣରେ କମ୍ପିଉଠିଲା Kabul Airport; ୧୩ ମୃତ, ୩୦ ଆହତ
Advertisement
Article Detail0/zeeodisha/odisha973467

ବିସ୍ଫୋରଣରେ କମ୍ପିଉଠିଲା Kabul Airport; ୧୩ ମୃତ, ୩୦ ଆହତ

ବିସ୍ଫୋରଣ ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ (ISIS) ସମ୍ପୃକ୍ତ ରହିଥିବାର ଖବର ମିଳିଛି। 

ବିସ୍ଫୋରଣରେ କମ୍ପିଉଠିଲା Kabul Airport; ୧୩ ମୃତ, ୩୦ ଆହତ

କାବୁଲ: ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାନ ଚାଲିଯିବା ପରେ ବିପର୍ଯ୍ୟସ୍ଥ ହୋଇପଡିଛି। ସାମ୍ପତ୍ରିକ ସମୟରେ ସାରା ବିଶ୍ୱ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଆଫଗାନ ସଂକଟ ଦିନକୁ ଦିନ ଆହୁରି ବିପଦପୂର୍ଣ୍ଣ ହୋଇଉଠୁଛି। ନିଜର ଜୀବନ ବଞ୍ଚାଇବାକୁ ଯାଇ ଘର ଦ୍ୱାର ଦେଶ ଛାଡି ଦେଇ ଅନ୍ୟ ଦେଶକୁ ପଳାୟନ କରିବାରେ ଲାଗିଛନ୍ତି ଆଫଗାନ ନାଗରିକ। ହେଲେ ଏହା ଦ୍ୱାରା ସୃଷ୍ଟି ହେଉଥିବା ବିଭିନ୍ନ ଅପ୍ରତ୍ୟାଶିତ ଘଟଣା କାରଣରୁ ସ୍ଥିତି ସଙ୍ଗୀନ ହୋଇପଡୁଛି।

ସଦ୍ୟ ମିଳିଥିବା ଖବର ଅନୁସାରେ ଆଫଗାନିସ୍ତାନ (Afghanistan) ରାଜଧାନୀ କାବୁଲ (Kabul) ସହରରେ ଅବସ୍ଥିତ ହମିଦ କରଜାଇ ଆନ୍ତର୍ଜାତୀୟ ବିମାନବନ୍ଦର (Hamid Karzai International Airport) ପରିସରରେ ହୋଇଥିବା ବିସ୍ଫୋଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଆମେରିକୀୟ ସୈନ୍ୟ ରହିଥିବା ଜଣାପଡି଼ଛି। ବିସ୍ଫୋରଣ ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ (ISIS) ସମ୍ପୃକ୍ତ ରହିଥିବାର ଖବର ମିଳିଛି। 

Also Read: Afghan Crisis: Iran ଠାରେ ପହଞ୍ଚିଲା ଅପହୃତ Ukraine ବିମାନ

କାବୁଲ ବିମାନ ବନ୍ଦର ଠାରେ ଲଗାତାର ଭାବେ ଦୁଇ ଥର ବିସ୍ଫୋରଣ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଆମେରିକା ପ୍ରତିରକ୍ଷା ବିଭାଗ (US Department of Defense) ମୁଖପାତ୍ର ଆବେ ଗାଟେ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଏହି ଘଟଣାକରେ ପ୍ରକୃତରେ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। 

କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ହେବା ନେଇ ପୂର୍ବାନୁମାନ କରିବା ସହ ଗତକାଲି ଆମେରିକା ପକ୍ଷରୁ ଏନେଇ ଚେତାବନୀ ଜାରି କରାଯାଇଥିଲା। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ସମୟରେ ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ରଙ୍କ ନିକଟରେ ଗୁଳିମାଡ଼ ହୋଇଥିବା ନେଇ ଖବର ମିଳିଛି।  

Also Read: Taliban ବିଜୟରେ ଉତଫୁଲ୍ଲିତ Hamas; Afghan Crisis ପାଇଁ ବିଭାଜିତ Palestine

ସାମ୍ଭାବ୍ୟ ବିସ୍ଫୋରଣକୁ ନେଇ ଆଫଗାନିସ୍ତାନ ଠାରେ ଫସି ରହିଥିବା ଦେଶର ନାଗରିକଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ଚେତାବନୀରେ ଆମେରିକା ପକ୍ଷରୁ କୁହାଯାଇଥିଲା କାବୁଲ ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡି଼ଛି। ସେଠାରେ ରହିଯାଇଥିବା ଆମେରିକୀୟ ନାଗରିକ ଯଥାସମ୍ଭବ ସେଭଳି ସ୍ଥାନରୁ ଦୂରରେ ରୁହନ୍ତି। ଏପରିକି ଦେଶର ପ୍ରତିରକ୍ଷା ବିଭାଗ ମୁଖପାତ୍ରଙ୍କ ଠାରୁ ଦୂରରେ ରହିବାକୁ ଆମେରିକୀୟ ନାଗରିକଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରାଯାଇଥିଲା। 

Also Read: ଖୋଲିଲା ଗୁମର; କାହିଁକି Taliban ବିରୋଧି ଲଢେଇ ହାରିଗଲା Afghan Army

କାବୁଲ ବିମାନ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ଆହୁରି ବିସ୍ଫୋରଣ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଫ୍ରାନ୍ସ। ଆଫଗାନିସ୍ତାନରେ ଅବସ୍ଥାପିତ ଫରାସୀ ରାଷ୍ଟ୍ରଦୂତ କହିଛନ୍ତି ଆଫଗାନିସ୍ତାନର ସ୍ଥିତି ଚିନ୍ତାଜନକ ରହିଛି। ବିସ୍ଫୋରଣ କାରଣରୁ କାବୁଲ ବିମାନ ବନ୍ଦର ପରିସରରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଅପେକ୍ଷା କରିଥିବା ବିଭିନ୍ନ ଦେଶର ନାଗରିକଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି।