ନୂଆଦିଲ୍ଲୀ: 22 YouTube Channels Blocked in India: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ (I&B Ministry) ୫ ଏପ୍ରିଲ ୨୦୨୨ ତାରିଖ ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ ସମ୍ବନ୍ଧ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ନେଇ ଅପପ୍ରଚାର କରୁଥିବା ଅଭିଯୋଗରେ ୨୨ଟି ୟୁଟ୍ୟୁବ୍ ଚ୍ୟାନେଲ (YouTube Channels) ଏବଂ କିଛି ସୋସିଆଲ ମିଡିଆ (Social Media) ହ୍ୟାଣ୍ଡେଲକୁ ବ୍ଲକ୍ କରି ଦେଇଛନ୍ତି। ମନ୍ତ୍ରାଳୟ ଆଇଟି ନିୟମ ୨୦୨୧ ଅନୁସାରେ ପ୍ରଥମଥର ୟୁଟ୍ୟୁବ୍ ସମାଚାର ଚ୍ୟାନେଲ (YouTube based news channels) କୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟାନ୍ ହୋଇଥିବା YouTube ଚ୍ୟାନେଲ ଦର୍ଶକଙ୍କୁ ଭୁଆଁ ବୁଲାଇବାକୁ ଟିଭି ସମାଚାର ଚ୍ୟାନେଲଗୁଡ଼ିକର ଲୋଗୋ ଏବଂ ଜାଲ୍ ଥମ୍ବନେଲ୍ ବ୍ୟବହାର କରୁଥିଲା। ମନ୍ତ୍ରାଳୟ ଅନୁସାରେ, ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍ସ ଅଧିକରୁ ଅଧିକ ଲୋକଙ୍କୁ ଭୁଆଁ ବୁଲାଇବାକୁ କିଛି ଟିଭି ନ୍ୟୁଜ୍ ଚ୍ୟାନେଲର ଟେମ୍ପଲେଟ୍ ଏବଂ ଲୋଗୋ ସମେତ ନ୍ୟୁଜ୍ ଆଙ୍କରଙ୍କ ଚିତ୍ର ମଧ୍ୟ ବ୍ୟବହାର କରୁଥିଲେ।


COMMERCIAL BREAK
SCROLL TO CONTINUE READING

ପ୍ରେସ୍ ଇନଫର୍ମେସନ ବ୍ୟୁରୋ (PIB) ଆଜି ୨୨ଟି YouTube ଚ୍ୟାନେଲ , ଗୋଟିଏ ଫେସବୁକ୍ ଆକାଉଣ୍ଟ, ୩ଟି ଟ୍ୱିଟର ଆକାଉଣ୍ଟ ଏବଂ ଗୋଟିଏ ୱେବସାଇଟକୁ ବ୍ଲକ୍ କରିବା ନେଇ ଏକ ନୋଟିସ ଜାରି କରିଛନ୍ତି, ଯେଉଁମାନେ ଲଗାତାର ଭାରତ ବିରୋଧରେ ଫେକ୍ ନ୍ୟୁଜ୍ ଚଳାଇବାରେ ଲାଗିଥିଲେ। ଏହି ଚ୍ୟାନେଲଗୁଡ଼ିକର ଭିୟୁଅରଶିପ୍ ଥିଲା ୨୬୦ କୋଟି। ମନ୍ତ୍ରାଳୟର କହିବା କଥା, ଏହି ୟୁଟ୍ୟୁବ୍ ଚ୍ୟାନେଲ ଭାରତ ବିରୋଧରେ ଲଗାତାର ଅପପ୍ରଚାର କରିବାରେ ଲିପ୍ତ ଥିଲେ। ଅନ୍ୟ ଦେଶ ସହ ଚାଲିଥିବା ଯୁଦ୍ଧରେ ଭାରତ ଭାଗ ନେଉଥିବା ଭଳି ମିଥ୍ୟା ଖବର ଚଳାଉଥିଲେ। ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ ସମ୍ପର୍କକୁ ନେଇ ଅପପ୍ରଚାର କରୁଥିବା ଏହି ଚ୍ୟାନେଲଗୁଡ଼ିକର ରିପୋର୍ଟ ସବୁ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରାଯାଉଥିଲା।


ମୋଦି ସରକାର (Modi Government) ଦ୍ୱାରା ଆଇଟି ନିୟମ ୨୦୨୧ ଅନୁସାରେ୧୮ଟି ଭାରତୀୟ YouTube ଚ୍ୟାନେଲକୁ ବ୍ଲକ୍ କରାଯାଇଛି, ଯେଉଁଥିରେ ୪ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ସାମିଲ ଅଛି। ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ଭାରତ ବିରୋଧରେ ଅପପ୍ରଚାର କରିବା ଦିଗରେ ବ୍ୟବହାର କରାଯାଉଥିଲା, ଯେଉଁଥିରେ ଭାରତୀୟ ସଶସ୍ତ୍ର ବାହିନୀ ଏବଂ ଜମ୍ମୁ-କାଶ୍ମୀରକୁ ନେଇ ମିଥ୍ୟା ଖବର ପରିବେଷଣ କରାଯାଉଥିଲା। ବ୍ଲକ୍ କରାଯାଇଥିବା ସୋସିଆଲ ମିଡିଆ ଆକାଉଣ୍ଟକୁ ପାକିସ୍ତାନରୁ ସଞ୍ଚାଳିତ କରାଯାଉଥିଲା। ପ୍ରେସ ବିଜ୍ଞପ୍ତିରେ କୁହାଗଲା ଯେ, ''ଏହା ଦେଖା ଯାଇଛି ଯେ, ଏହି ଭାରତୀୟ YouTube ଚ୍ୟାନେଲଗୁଡ଼ିକ ଦ୍ୱାରା ୟୁକ୍ରେନ୍ ଏବଂ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ଭୂମିକାକୁ ନେଇ ଭ୍ରମାତ୍ମକ ଖବର ପରିବେଷଣ କରାଗଲା। ଏହାଦ୍ୱାରା ଭାରତର ବୈଦେଶିକ ନୀତି ପ୍ରଭାବିତ ହେବା ଆଶଙ୍କା ରହିଛି।''


ମନ୍ତ୍ରାଳୟର ତଥ୍ୟ ମୁତାବକ, ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍ସ ଅଧିକରୁ ଅଧିକ ଲୋକଙ୍କୁ ଭ୍ରମିତ କରିବାକୁ କିଛି ଟିଭି ନ୍ୟୁଜ୍ ଚ୍ୟାନେଲର ଟେମ୍ପଲେଟ୍ ଏବଂ ଲୋଗୋ ସମେତ ନ୍ୟୁଜ୍ ଆଙ୍କରଙ୍କ ଚିତ୍ରକୁ ମଧ୍ୟ ବ୍ୟବହାର କରୁଥିଲେ। କେନ୍ଦ୍ର ସରକାର ଯେଉଁ ଚ୍ୟାନେଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହାତକୁ ନେଇଛନ୍ତି, ସେଥିରେ ଏଆରପି ନ୍ୟୁଜ୍, ଏଓପି ନ୍ୟୁଜ୍, ଏଲଡିସି ନ୍ୟୁଜ୍, ସରକାରୀ ବାବୁ, ଏସଏସ ଜୋନ ହିନ୍ଦୀ, ଅନଲାଇନ ଖବର ଏବଂ ନ୍ୟୁଜ୍ 23 ହିନ୍ଦୀ ସାମିଲ ଅଛି। ଏହାଛଡ଼ା ଗୁଲାମ ନବୀ ମଦନୀ, ଦୁନିଆ ମେରୀ ଆଗେ ଏବଂ ହକିକତ ଟିଭି' ନାମକ ପାକିସ୍ତାନୀ ଟ୍ୱିଟର ଆକାଉଣ୍ଟ ମଧ୍ୟ ସାମିଲ ଅଛି।


ଏହା ବି ପଢ଼ନ୍ତୁ:-ଭାରତରେ ଏହି ମାସରେ ଆସିବ କୋରୋନାର ଚତୁର୍ଥ ଲହର, ଏହି ୨ ଲକ୍ଷଣ ଉପରେ ରଖନ୍ତୁ ତୀକ୍ଷ୍ଣ ନଜର!


ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧରେ ଭାରତକୁ ଲାଗିଲା ବଡ଼ ଝଟକା! ସରକାରଙ୍କ ବଢ଼ିଲା ଏତେ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ


ଏହା ବି ପଢ଼ନ୍ତୁ:-ବନ୍ଦ ହୋଇଯିବ ମାଗଣା ଯୋଜନା! ଖରାପ ହେବାରେ ଲାଗିଛି ରାଜ୍ୟଗୁଡ଼ିକର ଅବସ୍ଥା


କେନ୍ଦ୍ର ସରକାର କହିଛନ୍ତି, ''ଭାରତ ସରକାର ଏକ ପ୍ରାମାଣିକ, ବିଶ୍ୱାସଯୋଗ୍ୟ ଏବଂ ସୁରକ୍ଷିତ ଅନଲାଇନ୍ ସମାଚାର ମିଡିଆ ବାତାବରଣ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ। ଭାରତର ସମ୍ପ୍ରଭୂତା ଏବଂ ଅଖଣ୍ଡତା, ରାଷ୍ଟ୍ରୀ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ହେଉଥିବା ଯେ କୌଣସି ପ୍ରୟାସକୁ ସଫଳ ହେବାକୁ ଦିଆଯିବ ନାହିଁ।''