Centre increases MSP for rabi crops: ରବି ସିଜନ୍ ୨୦୨୫-୨୬ ପାଇଁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ୬ଟି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି ଘୋଷଣା କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉତ୍ତମ ମୂଲ୍ୟ ନିଶ୍ଚିତ କରାଯାଇଛି, ଯାହା କୃଷି କ୍ଷେତ୍ରକୁ ଉତ୍ସାହିତ କରିବ। ଘୋଷିତ ସର୍ବନିମ୍ନ ସହାୟତା ମୂଲ୍ୟ ଫସଲରେ (MSP) ମୁଖ୍ୟତଃ ଗହମ, ବାର୍ଲି, ଚଣା, ମସୁର ଡାଲି, ସୋରିଷ ଓ କେଶର ଆଦି ସାମିଲ ଅଛି।


COMMERCIAL BREAK
SCROLL TO CONTINUE READING

୨୦୨୫-୨୬ ପାଇଁ କେନ୍ଦ୍ର ସରକାର ଏହି ଫସଲ ଉପରେ MSP ବୃଦ୍ଧି କରିଛନ୍ତି:
ଗହମ- ୨୨୭୫ ରୁ ୨୪୨୫ ଟଙ୍କା
ବାର୍ଲି- ୧୮୫୯ ରୁ ୧୯୮୦ ଟଙ୍କା
ଚଣା- ୫୪୪୦ ରୁ ୫୬୫୦ ଟଙ୍କା
ମସୁର- ୬୪୨୫ ରୁ ୬୭୦୦ ଟଙ୍କା
ରାପସିଡ୍ / ସୋରିଷ - ୫୬୫୦ ରୁ ୫୯୫୦ ଟଙ୍କା
କେଶର- ୫୮୦୦ ରୁ ୫୯୪୦ ଟଙ୍କା



ଏହା  MSP ବୃଦ୍ଧି  ଚାଷୀଙ୍କ ପାଇଁ ଆରମ ଦାୟକ ନିଷ୍ପତ୍ତି ଭାବରେ ବିବେଚନା କରାଯାଉଛି। ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ରବି ଫସଲ ମୌସୁମୀ ବର୍ଷା ଶେଷ ହେବା ପରେ ଶୀତଦିନେ ବୁଣାଯାଏ ଓ ଗ୍ରୀଷ୍ମ ସମୟରେ ଅମଳ ହୁଏ,ଏହି ରବି ଫସଲ ଅକ୍ଟୋବରରୁ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥାଏ। ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ଏହି ଫସଲ ଚାଷ କରୁଥିବା ଚାଷୀଙ୍କୁ ଅନେକ ଆରାମ ପ୍ରଦାନ କରିବ। ଏହି ଫସଲଗୁଡିକ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ବିହାର ଭଳି ରାଜ୍ୟରେ ବହୁ ପରିମାଣରେ ଚାଷ କରାଯାଏ।


କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବହୁ ପୁରୁଣା ସେତୁ ଥିବା ମାଲଭିଆ ବ୍ରିଜକୁ ଏକ ନୂତନ ଢାଞ୍ଚାରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ୧୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ। ଟ୍ରାଫିକ୍ କ୍ଷମତା ଦୃଷ୍ଟିରୁ ଏହା ବିଶ୍ୱର ବୃହତ୍ତମ ସେତୁ ମଧ୍ୟରେ ଗଣାଯିବ। ଏହା ୨,୬୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ।