ନୂଆଦିଲ୍ଲୀ: କୋରୋନା ମହାମାରୀ(COVID-19 Epidemic) ସମୟରେ ଦେଶରେ କୋଟି କୋଟି ଲୋକ ଚାକିରି ହରାଇଛନ୍ତି । ଦରମା ଅଭାବରୁ କୋଟି କୋଟି ଲୋକ ଜୀବିକା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ରର ମୋଦି ସରକାର(Modi Govt) ଏହି ସମସ୍ତ ବେକାରଙ୍କ ପାଇଁ ଆଶ୍ୱସ୍ତି ଖବର ଆଣିଛନ୍ତି । କୋରୋନା କାଳରେ ଯଦି କେହି ବେକାର ହେଉଛନ୍ତି । ତେବେ ତାଙ୍କୁ ବେକାରୀ ଭତ୍ତା(Unemployment Allowance) ମିଳିବ । ଆସନ୍ତୁ ଜାଣିବା  ଆପଣ କିପରି ଏହି ଯୋଜନାର ଲାଭ ଉଠାଇବାକୁ ସମର୍ଥ ହେବେ...


COMMERCIAL BREAK
SCROLL TO CONTINUE READING

ଏହି ଯୋଜନାର ଲାଭ ସେହି ଲୋକଙ୍କୁ ମିଳିବ ଯେଉଁମାନେ ଶ୍ରମିକ କର୍ମଚାରୀ ରାଜ୍ୟ ବୀମା ନିଗମ(ESIC) ଅଧୀନରେ ପଞ୍ଜିକୃତ ହୋଇଛନ୍ତି । ଶ୍ରମିକମାନଙ୍କୁ ଲାଭ ଦେବା ପାଇଁ ଅଟଳ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନ(Atal Insured Persons Welfare Scheme), ଯାହାର ସଞ୍ଚାଳନ ESIC ଦ୍ୱାରା କରାଯାଇଥାଏ । ଏହାକୁ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି କଲ୍ୟାଣ ଯୋଜନା ଅଧୀନରେ ବେକାରୀ ଭତ୍ତା ଉପଲବ୍ଧ ରହିଛି ।


ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କ ସ୍ୱାର୍ଥରେ ମୋଦି ସରକାର ନେଲେ ୪ଟି ବଡ଼ ନିଷ୍ପତ୍ତି, ଜାଣି ନିଅନ୍ତୁ ନହେଲେ ଉଠାଇ ପାରିବେନି ଲାଭ


ଏହା ହେଉଛି ସର୍ତ୍ତ: ଏହି ଟଙ୍କା କେବଳ ସେହି ଶ୍ରମିକଙ୍କୁ ମିଳିବ, ଯେଉଁମାନେ ଅତି କମରେ ଗତ ଦୁଇ ବର୍ଷ ଧରି ESI ଯୋଜନା ସହିତ ଜଡିତ ଅଛନ୍ତି । ଏହାର ଅର୍ଥ ହେଉଛି କେବଳ ସେହି ଶ୍ରମିକମାନେ ଯେଉଁମାନେ ୧ ଏପ୍ରିଲ ୨୦୧୮ ରୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହି ସ୍କିମ୍ ସହିତ ଜଡ଼ିତ ଅଛନ୍ତି । ଏହି ସମୟରେ ୧ ଅକ୍ଟୋବର ୨୦୧୯ ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ସର୍ବନିମ୍ନ ୭୮ ଦିନର କାର୍ଯ୍ୟ ଦିନ ଆବଶ୍ୟକ ରହିଛି ।


ତିନିମାସ ପାଇଁ ଅଧା ବେତନ ଦିଆଯିବ: ବେକାର ବ୍ୟକ୍ତି ଏହି ଭତ୍ତାର ଲାଭ ସର୍ବାଧିକ ୯୦ ଦିନ (ତିନିମାସ) ପାଇ ଉଠାଇ ପାରିବେ । ସେ ତିନିମାସ ପାଇଁ ହାରାହାରି ବେତନର ୫୦ ପ୍ରତିଶତ ଦାବି କରିପାରିବେ । ପୂର୍ବରୁ ଏହି ସୀମା ୨୫ ପ୍ରତିଶତ ଥିଲା । ଅନ୍ୟ ଏକ ନିୟମ ପରିବର୍ତ୍ତନ କରାଯାଇଛି । ଏହା ପୂର୍ବରୁ ବେକାର ହେବାର ୯୦ ଦିନ ପରେ ଏହା ଲାଭ ମିଳୁଥିଲା । ବର୍ତ୍ତମାନ ଏହାକୁ ୩୦ ଦିନକୁ ହ୍ରାସ କରାଯାଇଛି । ଶ୍ରମ ଓ ରୋଜଗାର ମନ୍ତ୍ରୀ( Labor and Employment Minister) ସାନ୍ତୋଷ ଗଙ୍ଗୱାର(Santosh Gangwar) ଏହି ସୂଚନା ଦେଇଛନ୍ତି ।


କେଉଁ ଲୋକଙ୍କୁ ESIC ଯୋଜନାର ଲାଭ ମିଳିଥାଏ  ?: ସୂଚନା ପାଇଁ ଆପଣଙ୍କୁ କହି ରଖୁଛୁ ଯେ, ଏକ ସୀମା ପର୍ଯ୍ୟନ୍ତ ରୋଜଗାର କରୁଥିବା ଶ୍ରମିକମାନଙ୍କ ପାଇଁ ESI ଯୋଜନା ଉପଲବ୍ଧ ରହିଛି । ଯେଉଁ ଫ୍ୟାକ୍ଟ୍ରିରେ ୧୦ରୁ ଅଧିକ ଶ୍ରମିକ କାର୍ଯ୍ୟ କରନ୍ତି, ଏହି ଯୋଜନା ସେଠାରେ ଲାଗୁ କରାଯାଇଥାଏ । ଯଦି ସେମାନଙ୍କର ଦରମା ୨୧ ହଜାର ପର୍ଯ୍ୟନ୍ତ ଥାଏ ତେବେ ଏହି ଯୋଜନା ପ୍ରଯୁଜ୍ୟ ହେବ । ଦେଶର ପ୍ରାୟ ୩.୫ କୋଟି ପରିବାର ୟୁନିଟ୍ ESI ଅଧୀନରେ ଅଛି । ଯେଉଁ କାରଣରୁ ପ୍ରାୟ ୧୩.୫ କୋଟି ଲୋକ ନଗଦ ଏବଂ ଚିକିତ୍ସା ସୁବିଧା ପାଇଥାନ୍ତି ।


ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !


ଶ୍ରମିକମାନେ ନିଜେ କରିପାରିବେ ଦାବି: ବୋର୍ଡର ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ନିଯୁକ୍ତିଦାତାଙ୍କୁ ଶ୍ରମିକଙ୍କ ଦାବି କରିବାର କୌଣସି ଆବଶ୍ୟକତା ନାହିଁ । ବୈଠକର ଏଜେଣ୍ଡା ଅନୁଯାୟୀ, ଏହି ଦାବି ସିଧାସଳଖ ESICର ଶାଖା କାର୍ଯ୍ୟାଳୟରେ ଦାଖଲ କରାଯାଇପାରିବ । ଆଉ ଏହି ଦାବି କେବଳ ଶାଖା କାର୍ଯ୍ୟାଳୟ ସ୍ତରରେ ନିଯୁକ୍ତିଦାତା ମାଧ୍ୟମରେ ଯାଞ୍ଚ କରାଯିବ । ଏହା ପରେ ଦାବି ପରିମାଣ ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ପଠାଯିବ ।