New  President  of  UAE:  ଶନିବାର  ନୂତନ ୟୁଏଇ ରାଷ୍ଟ୍ରପତି  ଭାବେ  ନିଯୁକ୍ତ ହୋଇଛନ୍ତି  ଆବୁଧାବି  କ୍ରାଉନ  ପ୍ରିନ୍ସ  ମହମ୍ମଦ  ବିନ୍  ଜାଏଦ  ଅଲ  ନାହ୍ୟାନ।  ଶୁକ୍ରବାର ଦେଶର ରାଷ୍ଟ୍ରପତି ତଥା ଆବୁଧାବି  ଶାସକ ଶେଖ ଖଲିଫା  ବିନ୍  ଜାଏଦ  ଅଲ ନାହ୍ୟାନଙ୍କ ଦେହାନ୍ତ ହେବା ପରେ ତାଙ୍କୁ ନୂତନ ରାଷ୍ଟ୍ରପତି  ଭାବେ  ନିଯୁକ୍ତ  କରାଯାଇଛି। ଶେଖ ଖଲିଫାଙ୍କ ପରେ ମହମ୍ମଦ  ବିନ୍  ତୃତୀୟ ୟୁଏଇ ରାଷ୍ଟ୍ରପତି  ଭାବେ  ନିଯୁକ୍ତ ହୋଇଛନ୍ତି।   


COMMERCIAL BREAK
SCROLL TO CONTINUE READING

ଶେଖ  ମହମ୍ମଦ ହେଉଛନ୍ତି  ସଂଯୁକ୍ତ ଆରବ ଅମିରାତ (United   Arab  Emirates)  ୟୁଏଇ (UAE) ସଶସ୍ତ୍ର ବଳର ସର୍ବୋଚ୍ଚ  କମାଣ୍ଡର।  ତାଙ୍କୁ ଦେଶର ସଂଘୀୟ ସର୍ବୋଚ୍ଚ ପରିଷଦ ଦ୍ୱାରା ନିଯୁକ୍ତ କରାଯାଇଛି।  ନିର୍ବାଚନ ଲଢିବା ଆଗରୁ ସେ  ୫ ବର୍ଷ ପର୍ଯ୍ୟନ୍ତ  ୟୁଏଇ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ।  


ମେ ୧୩  ତାରିଖ ଶୁକ୍ରବାର ପୂର୍ବତନ ୟୁଏଇ ରାଷ୍ଟ୍ରପତି  ତଥା ଆବୁଧାବି  ଶାସକ ଶେଖ ଖଲିଫା  ବିନ୍  ଜାଏଦ  ଅଲ ନାହ୍ୟାନଙ୍କ ୭୩  ବର୍ଷରେ ଦେହାନ୍ତ ହୋଇଥିଲା।  ଗତ ୨୦୦୪  ନଭେମ୍ବର ୩  ତାରିଖରେ  ସେ ଏହି  ପଦଭାର ଗ୍ରହଣ  କରିଥିଲେ।  ବିଗତ କିଛି ମାସ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ  ରହିବାରୁ  ତାଙ୍କର ଚିକିତ୍ସା ଜାରି ରହିଥିଲା।  ଗତ ୨୦୧୪  ବର୍ଷରେ ହୋଇଥିବା ହୃଦଘାତ ପରେ ଶେଖ ଖଲିଫାଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳିନଥିଲା।  


Also Read: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହ୍ୟାନଙ୍କ ଦେହାନ୍ତ


ନିଜର ସମ୍ପତ୍ତିକୁ ନେଇ ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିଲେ ପୂର୍ବତନ ୟୁଏଇ ରାଷ୍ଟ୍ରପତି ଶାସକ  ଶେଖ  ଖଲିଫା।   ଗତ ବର୍ଷ ଫୋର୍ବସ ପତ୍ରିକାରେ ପ୍ରକାଶିତ ଏକ ଖବର ଅନୁଯାୟୀ ଶେଖ ଖଲିଫାଙ୍କ  ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି  ୮୩୦ ବିଲିୟନ ଡ଼ଲାର।  ସହଜ ଭାଷାରେ କହିବାକୁ ଗଲେ ଯାହାର  ପରିମାଣ ହେଉଛି ମୋଟ ପାକିସ୍ତାନ ବଜେଟ ଠାରୁ ପ୍ରାୟ ୧୮ ଗୁଣ ଅଧିକ। ପାକିସ୍ତାନ ଭଳି ଦେଶର ବାର୍ଷିକ ବଜେଟ୍ ହେଉଛି  ପ୍ରାୟ  ୪୫ ବିଲିୟନ ଡଲାର।  ତାଙ୍କ ସମ୍ପତ୍ତିରେ ୯୭.୮  ବିଲିୟନ ବ୍ୟାରେଲ ଅଶୋଧିତ ବ୍ୟକ୍ତିଗତ ତୈଳ ଭଣ୍ଡାର ମଧ୍ୟ ରହିଛି।