Reason of Delhi Rainfall: ବିଗତ କିଛି ଦିନ ହେବ ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ। ଲଗାଣ ବର୍ଷା କାରଣରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। କେବଳ ଏତିକି ନୁହେଁ ବର୍ଷା କାରଣରୁ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହେଉଛି। ବର୍ଷା କାରଣରୁ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଜଳବାୟୁ ମଧ୍ୟ ପରିଷ୍କାର ହୋଇଯାଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ କୁହାଯାଉଛି ଦେଶରୁ ମୌସୁମୀ ବିଦାୟ ନେଇସାରିଛି. ହେଲେ ଏବେ ପ୍ରବଳ ବର୍ଷା କାହିଁକି ହେଉଛି? ବର୍ଷାକୁ ନେଇ ଲୋକେ ଅନେକ ଆଶା ଆଶଙ୍କାରେ ଅଛନ୍ତି। ଫସଲକୁ ନେଇ ଚାଷୀ ଚିନ୍ତିତ ହୋଇ ପଡିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୪ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଯାହାକି ୨୦୦୭ ବର୍ଷ ପର ଠାରୁ ଦ୍ୱିତୀୟ ସର୍ବାଧିକ ବୃଷ୍ଟିପାତ। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ପାଣିପାଗ ବିଭାଗ (India Meteorological Department) ଆଇଏମଡ଼ି (IMD) ମୁତାବକ ଜୁନ ୧ ତାରିଖରୁ ୩୦ ସେପ୍ଟମ୍ବର (June to September) ପର୍ଯ୍ୟନ୍ତ ରହିଥାଏ ମୌସୁମୀ ଋତୁ (Monsoon Season in India)। ଏହି ସମୟ ମଧ୍ୟରେ ଦିଲ୍ଲୀରେ (Delhi) ୫୧୬.୯ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ହେଲେ ଏଠାରେ ହାରାହାରି ୬୫୩.୬ ମିଲିମିଟର ବୃଷ୍ଟିପାତ (Rainfall) ହେବା କଥା। ଗତ ୨୯ ତାରିଖରେ ଦେଶର ରାଜଧାନୀରୁ ବିଦାୟ ନେଇସାରିଛି ମୌସୁମୀ (Monsoon)। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ମୌସୁମୀ ଯିବା ପରେ କାହିଁକି ବର୍ଷା ହେଉଛି? ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ (Uttar Pradesh), ହରିୟାଣା (Haryana) ଏବଂ ପଞ୍ଜାବ (Punjab) ଭଳି ଉତ୍ତର ଭାରତୀୟ ରାଜ୍ୟରେ (North Indian State) ବିଗତ ୭୨ ଘଣ୍ଟା ଧରି ବର୍ଷା ହେଉଛି। ଯାହାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି। ଶ୍ରାବଣ-ଭାଦ୍ରବ ମାସରେ ମେ-ଜୁନ୍ ଭଳି ଗ୍ରୀଷ୍ମର ଉତ୍ତାପ ଅନୁଭବ କରିଥିଲେ ଲୋକେ। ହେଲେ ମୌସୁମୀ ଚାଲିଯିବା ପରେ ହଠାତ୍ ଏତେ ବର୍ଷା କାହିଁକି ହେଉଛି? ପାଣିପାଗ ଚକ୍ର (Weather Cycle) ଖରାପ ହୋଇଯାଇଛି? ନା ଗ୍ଲୋବାଲ୍ ୱାର୍ମିଂ (Global Warming) କାରଣରୁ ବର୍ଷା ହେଉଛି? ନା ଆଇଲ୍ୟାଣ୍ଡ ଇଫେକ୍ଟ (Island Effect) ଭଳି କୌଣସି କାରକ ରହିଛି? ବର୍ତ୍ତମାନ ପାଣିପାଗ ବିଶେଷଜ୍ଞ (Weather Expert) ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି।


Also Read: ପ୍ରାକ୍ ମୌସୁମୀ ବର୍ଷା କ'ଣ? କିପରି ଏହା ମୌସୁମୀ ବର୍ଷା ଠାରୁ ହୋଇଥାଏ ଭିନ୍ନ


ଆଇଏମଡ଼ି ମୁତାବକ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ହେଉଥିବା ବର୍ଷା ମୌସୁମୀ ବର୍ଷା ନୁହେଁ। ଏହି ଅଞ୍ଚଳରେ ମୌସୁମୀ ପରେ ବର୍ଷା ପାଶ୍ଚାତ୍ୟ ବିଭ୍ରାଟ କାରଣରୁ ହୋଇଛି। ଯାହା ମଧ୍ୟମ ଏବଂ ଉପର ବାୟୁମଣ୍ଡଳରେ ନିମ୍ନ ବାୟୁ ଚାପ ସହିତ ନିମ୍ନ ସ୍ତରରେ ପୂର୍ବ ଦିଗରୁ ପ୍ରବାହିତ ହେଉଥିବା ପବନ ସହିତ ସୃଷ୍ଟି ହୋଇଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଆର୍ଦ୍ରତା ପାଇଁ ପୂର୍ବ ଦିଗରୁ ପବନ ମୁଖ୍ୟତ ଦାୟୀ। ଯାହା ବର୍ଷା ସୃଷ୍ଟି କରିଥାଏ। ଏହି ପବନ ବର୍ତ୍ତମାନ ଆରବ ସାଗରରୁ ଗୁଜୁରାଟ ଏବଂ ପୂର୍ବ ରାଜସ୍ଥାନ ଦେଇ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ବହିବାରେ ଲାଗିଛି।