ପ୍ରାକ୍ ମୌସୁମୀ ବର୍ଷା କ'ଣ? କିପରି ଏହା ମୌସୁମୀ ବର୍ଷା ଠାରୁ ହୋଇଥାଏ ଭିନ୍ନ
Advertisement
Article Detail0/zeeodisha/odisha1196657

ପ୍ରାକ୍ ମୌସୁମୀ ବର୍ଷା କ'ଣ? କିପରି ଏହା ମୌସୁମୀ ବର୍ଷା ଠାରୁ ହୋଇଥାଏ ଭିନ୍ନ

ଦେଶର କେତେକ ସ୍ଥାନରେ ମୌସୁମୀ ପୂର୍ବରୁ ବର୍ଷା ଆରମ୍ଭ ହୋଇଥାଏ। ଯାହାକୁ ପ୍ରାକ ମୌସୁମୀ ବର୍ଷା ବୋଲି କହିଥାନ୍ତି। ଏହି ବର୍ଷା ମୂଳ ମୌସୁମୀ ବର୍ଷା ଠାରୁ ଭିନ୍ନ ହୋଇଥାଏ।

ପ୍ରାକ୍ ମୌସୁମୀ ବର୍ଷା କ'ଣ? କିପରି ଏହା ମୌସୁମୀ ବର୍ଷା ଠାରୁ ହୋଇଥାଏ ଭିନ୍ନ

Pre Monsoon Rain: ଦେଶର ଅଧିକାଂଶ ଅଞ୍ଚଳରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଲୋକଙ୍କ ନଜର ଏବେ ମୌସୁମୀ ଉପରେ ରହିଛି। ମୌସୁମୀ ସାଧାରଣତ ଜୁନ ମାସରେ ଆସିଥାଏ। ଦେଶରେ ମୌସୁମୀ ଋତୁ ସାଧାରଣତଃ ଜୁନ୍ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଥାଏ। ପଶ୍ଚିମ-କେନ୍ଦ୍ରୀୟ ଭାରତୀୟ ଅଞ୍ଚଳରେ ହେଉଥିବା ମୋଟ ବାର୍ଷିକ ବୃଷ୍ଟିପାତର ୯୦% ଏହି ସମୟ ମଧ୍ୟରେ ହୋଇଥାଏ। ଦକ୍ଷିଣ ଏବଂ ଉତ୍ତର-ପଶ୍ଚିମ ଭାରତରେ  ବାର୍ଷିକ ବୃଷ୍ଟିପାତର ୫୦-୭୫ ପ୍ରତିଶତ ବର୍ଷା ମୌସୁମୀ ଋତୁରେ ହୋଇଥାଏ। ପ୍ରତିବର୍ଷ ମୌସୁମୀ ସାଧାରଣତଃ ଜୁନ୍ ପହିଲରେ କେରଳ ଠାରେ ପହଞ୍ଚିଥାଏ। ଦେଶର କେତେକ ସ୍ଥାନରେ ମୌସୁମୀ ପୂର୍ବରୁ ବର୍ଷା ଆରମ୍ଭ ହୋଇଥାଏ। ଯେଉଁଥିପାଇଁ ଲୋକେ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ପାଇଥାନ୍ତି। ଏହାକୁ ପ୍ରାକ ମୌସୁମୀ ବର୍ଷା ବୋଲି କହିଥାନ୍ତି। ଏହି ବର୍ଷା ମୂଳ ମୌସୁମୀ ବର୍ଷା ଠାରୁ ଭିନ୍ନ ହୋଇଥାଏ।

ପ୍ରାକ ମୌସୁମୀ ବର୍ଷାକୁ (Pre Monsoon Rain) ମ୍ୟାଙ୍ଗୋ ସାୱର (Mango Shower) ବୋଲି ମଧ୍ୟ କୁହାଯାଏ। ସୂର୍ଯ୍ୟ କର୍କଟ ରେଖା ଆଡକୁ ଗତି କରିବା ବେଳେ ତାପମାତ୍ରା ସମଗ୍ର ଭାରତରେ ବଢିଥାଏ। ଏହି ସମୟରେ  ପ୍ରାକ ମୌସୁମୀ ଋତୁ ଆରମ୍ଭ ହୋଇଥାଏ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ପ୍ରାକ ମୌସୁମୀ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟ ଅବଧି ମଧ୍ୟରେ ହେଉଥିବା ବର୍ଷାକୁ ପ୍ରାକ ମୌସୁମୀ ବର୍ଷା ବୋଲି କୁହାଯାଏ। ପ୍ରାକ ମୌସୁମୀ ଋତୁ ଉତ୍ତାପ ଏବଂ ଆର୍ଦ୍ରତା ସହିତ ସମକକ୍ଷ। ଏହି ଅବଧି ମଧ୍ୟରେ ଦିନରାତି ଗରମ ଗରମ ଅନୁଭୂତ ହେବା ହେତୁ ଲୋକେ ଅସହାୟ ହୋଇ ଉଠନ୍ତି।

ପ୍ରାକ୍ ମୌସୁମୀ ବର୍ଷା ଉତ୍ତର ଭାରତ ଅପେକ୍ଷା ଉପଦ୍ୱୀପ ଭାରତରେ ଆରମ୍ଭ ହୋଇଥାଏ | ଜୁନ୍ ମାସରେ ଉତ୍ତର ଭାରତରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ପହିଲାରେ କେରଳ ଛୁଇଁଥାଏ। ଏହି ସମୟରେ ମୌସୁମୀ ଉତ୍ତର-ପୂର୍ବ ଭାରତର କିଛି ଅଂଶରେ ପହଞ୍ଚିଯାଏ। ପ୍ରାକ ମୌସୁମୀ ବର୍ଷା ପଶ୍ଚିମବଙ୍ଗର କାଳବୈଶାଖୀ (Kaal Baisakhi), କର୍ଣ୍ଣାଟକରେ ମ୍ୟାଙ୍ଗୋ ସାୱର (Mango Shower), କେରଳରେ ବ୍ଲସମ୍ (Blossom), ଆସାମରେ ବୋର୍ଦ୍ଦଇସିଲା (Bordoisila) ବୋଲି କୁହାଯାଏ। ଏହା ଆମ୍ବ ପାଚିବାରେ ସହାୟକ ହେଉଥିବାରୁ ଏହାକୁ ମ୍ୟାଙ୍ଗୋ ସାୱର ମଧ୍ୟ କୁହାଯାଏ। 

Also Read: କିପରି କରାଯାଏ ବାତ୍ୟାର ନାମକରଣ?

ମୌସୁମୀ ହେଉଛି ଏକ ଅଞ୍ଚଳର ପ୍ରବଳ ପବନର ଦିଗରେ ଏକ ଋତୁ ପରିବର୍ତ୍ତନ। ମୌସୁମୀ ପ୍ରାୟତ ଭାରତ ମହାସାଗର ସହିତ ଜଡିତ। ମୌସୁମୀ ସର୍ବଦା ଥଣ୍ଡା ଅଞ୍ଚଳରୁ ଗ୍ରୀଷ୍ମ ଆଡ଼କୁ ଗତି କରେ। ଭାରତରେ ମୌସୁମୀ ଋତୁ ଅନେକ ବଡ଼ ଏବଂ ବିସ୍ତୃତ ପ୍ରକ୍ରିୟାରେ ଗଠିତ। ମେ-ଜୁନ୍ ମାସରେ ଭାରତୀୟ ଉପଦ୍ୱୀପ ଗ୍ରୀଷ୍ମ ଋତୁରେ ଗରମ ହୋଇଯାଏ ଏବଂ ଆରବ ସାଗର ଏବଂ ବଙ୍ଗୋପସାଗର ଠାରେ ଏହାର ତାପମାତ୍ରା ତୁଳନାତ୍ମକ ଭାବରେ କମ୍ ରହିଥାଏ। ଏହି ତାପମାତ୍ରା ପାର୍ଥକ୍ୟ ହେତୁ ସମୁଦ୍ର ପାଣିରୁ ମେଘ ବହୁ ପରିମାଣରେ ଉତ୍ତର ଭାରତ ଆଡକୁ ଗତି କରେ। ଯିବା ସମୟରେ ବେଳେ ଏହା ସମଗ୍ର ଭାରତରେ ବର୍ଷା  କରାଇଥାଏ। ଯାହାକୁ ମୌସୁମୀ ବର୍ଷା କୁହାଯାଏ।