Morbi Bridge Tragedy, ନୂଆଦିଲ୍ଲୀ: ଗୁଜରାଟର ମୋର୍ବି ଝୁଲାପୋଲ ଦୁର୍ଘଟଣା ମାମଲରେ ଏକ ବଡ ଅପଡେଟ୍ ଆସିଛି। ମୋର୍ବି ନଗର ନିଗମ ପକ୍ଷରୁ ଗୁଜରାଟ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଯେଉଁଥିରେ ଝୁଲାପୋଲକୁ ନେଇ ପୌର ସଂସ୍ଥାର କଣ ପଦକ୍ଷେପ ରହିଛି ସେହି ବିଷୟରେ ତଥ୍ୟ ଦିଆଯାଇଛି। ଅନ୍ୟପଟେ ବର୍ତ୍ତମାନ ମଧ୍ୟ ଝୁଲାପୋଲର ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଓରେଭା ଗ୍ରୁପର ସିଇଓଙ୍କୁ ଗିରଫ କରାଯାଇନାହିଁ। ଯାହାକୁ ନେଇ ବିରୋଧି କଂଗ୍ରେସ ପ୍ରଶ୍ନ ଉଠାଇଛି।


COMMERCIAL BREAK
SCROLL TO CONTINUE READING

ମୋର୍ବି ଝୁଲାପୋଲ ଦୁର୍ଘଟଣା ମାମଲାରେ ବୁଧବାର ଗୁଜରାଟ ହାଇକୋର୍ଟ, ମୋର୍ବି ନଗର ନିଗମକୁ ଭତ୍ସନା କରିଥିଲେ। ସନ୍ଧ୍ୟା ସୁଦ୍ଧା ସତ୍ୟପାଠ ଦାଖଲ ନକଲେ ଲକ୍ଷେ ଟଙ୍କା ତଣ୍ଡ ଗଣିବାକୁ ପଡିବ ବୋଲି କୋର୍ଟ କହିଥିଲେ। ଯାହାପରେ ପ୍ରଧାନ ବିଚାରପତି ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଥିଲେ, 'ଗତକାଲି ଆପଣ ଚତୁରତା ଦେଖାଇଥିଲେ, ଏବେ ମାମଲାକୁ ହାଲୁକା ଭାବେ ନେଉଛନ୍ତି। ସେଥିପାଇଁ ସନ୍ଧ୍ୟା ସୁଦ୍ଧା ସତ୍ୟପାଠ ଦାଖଲ ନ କଲେ ଆପଣଙ୍କୁ ଲକ୍ଷେ ଟଙ୍କ ଜରିମାନା ଦେବାକୁ ପଡିବ।' ଏହା ବ୍ୟତୀତ ଜିଲ୍ଲା ଅଦାଲତକୁ ମଧ୍ୟ ନୋଟିସ ପଠାଇଥିଲେ।


Also Read: Minor Molestation: ନାବାଳିକାଙ୍କୁ ଛଅ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ବାପା, ଦାଦା, ଭାଇ ଓ ଜେଜେ! ସ୍କୁଲରେ ଖୋଲିଲା ରାଜ୍


ହାଇକୋର୍ଟଙ୍କ ଚେତାବନୀ ପରେ ତରବରିଆ ଭାବେ ମୋର୍ବି ମହାନଗର ନିଗମ, ସତ୍ୟପାଠ ଦାଖଲ କରିଥିଲେ। ପୌର ସଂସ୍ଥା ପକ୍ଷରୁ ଉପସ୍ଥାପିତ ଓକିଲ କହିଥିଲେ ଯେ, ନୋଟିସ୍ ଉପଜିଲ୍ଲାପାଳଙ୍କ ଅଫିସକୁ ଯିବା କଥା କିନ୍ତୁ ମୋର୍ବି ମହାନଗର ନିଗମ ନିକଟକୁ ଆସିଥିଲା। ସେଥିପାଇଁ ସତ୍ୟପାଠ ଦାଖଲରେ ବିଳମ୍ବ ହୋଇଛି। ମୋର୍ବି ଝୁଲାପୋଲ ଦୁର୍ଘଟଣା ପାଇଁ ପୌର ସଂସ୍ଥା ନିଜକୁ ଦାୟୀ କରିଛି। ଏହା ସହ ଆଗାମୀ ଦିନରେ ପୁଣି ଥରେ ସେହି ଦୁର୍ଘଟଣାଗ୍ରସ୍ତ ଝୁଲାପୋଲ ଖୋଲିବ ନାହିଁ ବୋଲି କହିଛି। 


ଅନ୍ୟପଟେ ଗୁରୁବାର କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଓରେଭାର ସିଇଓଙ୍କୁ ଗିରଫ କରାଯାଇନାହିଁ କିମ୍ବା ପଚରାଉଚରା କରାଯାଇନାହିଁ। ଉଦ୍ୟୋଗପତି ଜୟସୁଖ ଭାଇ ଭାଲୋଦିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ପ୍ରଦାନ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପୋଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରିନାହିଁ ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁସାରେ, ବିନା ଟେଣ୍ଡରରେ ଓରେଭାକୁ ମୋର୍ବି ଝୁଲାପୋଲର ରକ୍ଷଣବେକ୍ଷଣ ଦାୟିତ୍ୱ ଦିଆଗଲା। କମ୍ପାନୀର ଅବହେଳା ପାଇଁ ଗତ ଅକ୍ଟୋବର ୩୦ରେ ୧୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଠିକା କମ୍ପାନୀର ମାଲିକଙ୍କୁ ତଦନ୍ତ ପରିସରକୁ ନ ଆଣିବା ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ। 


 


Also Read: Nitin Gadkari's health: ବିଗିଡ଼ିଲା ନୀତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ସିଲିଗୁରି ସାଂସଦଙ୍କ ଘରେ ଚାଲିଛି ଚିକିତ୍ସା


Also Read: MCD Election 2022: ଖାରଜ ହୋଇଗଲା ଅଧା ନାମାଙ୍କନ, ୨୫୦ ୱାର୍ଡପାଇଁ ପଡିଥିଲା ୨୫୮୫ ପତ୍ର


Also Read: 108 Ambulance Service: କାହିଁକି ବ୍ୟାହାତ ହେଉଛି ୧୦୮ ସେବା, ପଦାକୁ ଆସିଲା ଭୟଙ୍କର କଥା