ନୂଆଦିଲ୍ଲୀ: Shivraj Singh Chouhan: ରାଜ୍ୟର ଗୁଣ୍ଡା ଓ ବଦମାସମାନଙ୍କୁ କଡ଼ା ଚେତାବନୀ ଦେଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (MP CM Shivraj Singh Chouhan) । ସେ କହିଛନ୍ତି ଯେ ଯେଉଁମାନେ ମହିଳାଙ୍କ ଆଡ଼କୁ ଆଖି ଉଠାଇବେ ସେମାନେ ବର୍ବାଦ ହୋଇଯିବେ । ବାବା ବୁଲଡୋଜ (Baba Bulldozer) ର ପରି ନିଜକୁ ମାମା ବୁଲଡୋଜ (Mama Bulldozer) ର ଭାବରେ ଉପସ୍ଥାପନ  କରୁଥିବା ଶିବରାଜ ସିଂ ଚୌହାନ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, "ମା-ଭଉଣୀ, ଝିଅଙ୍କ ଆଡ଼କୁ କେହିଁ ଖରାପ ଭାବେ ଆଖି ଉଠାନ୍ତି ତ ଧ୍ୱଂସ କରିଦେବି, ବର୍ବାଦ କରିଦେବି, ରକ୍ଷା ପାଇବେ ନାହିଁ । ତେଣୁ ଏଥିପାଇଁ ବୁଲଡୋଜର ଚଲାଇଥାଏ । ଯଦି କେହି ସାହସ କରନ୍ତି, ତେବେ ଶେଷ କରିଦେବି ।"


COMMERCIAL BREAK
SCROLL TO CONTINUE READING

ଝିଅ ବନ୍ଧୁତ୍ୱପୂର୍ଣ୍ଣ ପଞ୍ଚାୟତଗୁଡ଼ିକୁ ଆବେଦନ କରି ମୁଖ୍ୟମନ୍ତ୍ରୀ ଚୌହାନ (Shivraj Singh Chouhan) ସୋମବାର କହିଛନ୍ତି ଯେ, ତାଙ୍କ ସରକାର ଗୁଣ୍ଡା, ବଦମାସ, ଦାଦା ଏବଂ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାରେ ଖସିଯିବାକୁ ଦେବେ ନାହିଁ । ଭୋପାଳରେ ନବ ନିର୍ବାଚିତ ଜନ ପ୍ରତିନିଧୀଙ୍କ ସହ ଆଲୋଚନା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଏମ୍ କନ୍ୟା ପୂଜନ କରିଥିଲେ ଓ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ଯେ, ଝିଅର ମାନ ଓ ସମ୍ମାନ ବୃଦ୍ଧି ହେବା ଉଚିତ, ଝିଅର ଆଗମନ ଉପରେ ଖୁସି ମନା ଯାଇଥାଏ । ପୁଅ ଓ ଝିଅକୁ ସମାନ ମନେ କରାଯାଉ, ଏହି ପ୍ରୟାସ ମଧ୍ୟ ଆମେ କରିବା । ଝିଅ ଫେଣ୍ଡଲି ଗ୍ରାମ-ପଞ୍ଚାୟତ ସୃଷ୍ଟି କରାଯାଉ ।


ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି, କୋର୍ଟ ଦେଲେ ଏହି ରାୟ


ଏହା ବି ପଢ଼ନ୍ତୁ:-ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫର୍ମୂଲାରେ ସିନ୍ଦେ ଗୋଷ୍ଠୀକୁ ଆଣିବାକୁ ପ୍ରସ୍ତୁତ ହେଉଛି ବିଜେପି, ଜାଣନ୍ତୁ କ'ଣ ରହିଛି ପ୍ଲାନ-ବି


ଏହା ବି ପଢ଼ନ୍ତୁ:-ବିଦ୍ରୋହୀ ବିଧାୟକଙ୍କୁ ଧମକାଇବା ପଡ଼ିଲା ମହଙ୍ଗା! ସଞ୍ଜୟ ରାଉତଙ୍କ ବଢ଼ିଲା ସମସ୍ୟା


 


ସିଏମ୍ ଶିବରାଜ ସିଂ (Shivraj Singh Chouhan) ଅପିଲ କରିଛନ୍ତି ଯେ, ସମରସ ସମେତ ସମସ୍ତ ଗାଁରେ ନିଶା ମୁକ୍ତି ପାଇଁ ଅଭିଯାନ ମଧ୍ୟ ଚଲାଯାଉ । ନିଶା ମୁକ୍ତ ଗ୍ରାମକୁ ଅଲଗା ୨ ଲକ୍ଷ ଟଙ୍କା ଦିଆଯିବ । ସେ କହିଛନ୍ତି ଯେ, ସମରସ ପଞ୍ଚାୟତଗୁଡିକ ସେମାନଙ୍କର କାର୍ଯ୍ୟ ଦୃଷ୍ଟିରୁ ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିବାକୁ ପଡିବ । ଲୋକମାନେ ନିର୍ବାଚନରେ ଅଂଶ ଗ୍ରହଣ କରି ଜନ ପ୍ରତିନିଧଙ୍କୁ ​​ନିର୍ବାଚିତ କରି ସେମାନଙ୍କର କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ଆମକୁ ଲୋକଙ୍କ ସେବା କରିବା ଓ ଗାଁର ବିକାଶ କରିବାକୁ ପଡ଼ିବ । ସେବା ଓ ବିକାଶରେ ଯାନ୍ତ୍ରିକ ପ୍ରଣାଳୀ ଏପରି ହେବ ଯେ ଜିନିଷଗୁଡ଼ିକ ସୁରୁଖୁରୁରେ ଚାଲିବ ।