ମୁମ୍ବାଇ: NCB Raid On Cruise Drugs Party: ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଜାହାଜରେ ଚାଲୁଥିବା ଡ୍ରଗ୍ ପାର୍ଟି (Drugs Party) ଉପରେ ଏନସିବି (NCB) ଚଢ଼ାଉ କରିଛି । ଏହି ମାମଲାରେ NCB ୧୦ ଜଣଙ୍କୁ ଗିରଫ କରିଛି । ଏଥିରେ ବଲିଉଡର ଜଣେ ବଡ଼ ଅଭିନେତାଙ୍କ ପୁଅ (Bollywood Actor Son) ମଧ୍ୟ ସାମିଲ ଅଛନ୍ତି । କ୍ରୁଜରେ ଆଠ ଘଣ୍ଟାରୁ ଅଧିକ ସମୟ ଧରି ଏହି ଚଢ଼ାଉ ଜାରି ରହିଛି । ତେବେ ଏନସିବି ଏପର୍ଯ୍ୟନ୍ତ ଆଧିକାରୀକ ଭାବେ ଲୋକଙ୍କ ନାମ ପ୍ରକାଶ କରିନାହିଁ । କ୍ରୁଜରେ ଧରାପଡିଥିବା ଲୋକଙ୍କୁ ଆଜି (ରବିବାର) ସକାଳ ସୁଦ୍ଧା ମୁମ୍ବାଇକୁ ଅଣାଯିବ । ଏହାର ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଗକୁ ନିଆଯିବ ।


COMMERCIAL BREAK
SCROLL TO CONTINUE READING

୮ ଘଣ୍ଟାରୁ ଅଧିକ ସମୟ ଧରି ଚଢ଼ାଉ ଜାରି


ଏହି ଚଢ଼ାଉ NCB ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେଙ୍କ ଟିମ୍ ଦ୍ୱାରା ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି । କ୍ରୁଜ୍ ରେ ଚାଲୁଥିବା ପାର୍ଟିରୁ NCB ଡ୍ରଗ୍ସ ପାଇଛି । ସୂତ୍ରରୁ ପ୍ରକାଶ ଯେ ଏହି କ୍ରୁଜ୍ ମୁମ୍ବାଇରୁ ଗୋଆକୁ ଯାଉଥିଲା ।


ଏହି କ୍ରୁଜ୍ ମୁମ୍ବାଇ ଛାଡି ସମୁଦ୍ରରେ ପହଞ୍ଚିବା ମାତ୍ରେ ଡ୍ରଗ୍ସ ପାର୍ଟି ଆରମ୍ଭ ହୋଇଥିଲା । ଏନସିବି ଦଳ ପୂର୍ବରୁ ଏହି କ୍ରୁଜରେ ଉପସ୍ଥିତ ଥିଲେ । ବିପୁଳ ପରିମାଣର ଡ୍ରଗ୍ସ ମିଳିବା ପରେ ଏହି କ୍ରୁଜ୍ ମୁମ୍ବାଇକୁ ପଠାଯାଇଛି ।


ଏହି ଚଢ଼ାଉରେ ସାମିଲ ସମ୍ପୃକ୍ତ ଅଧିକାରୀଙ୍କ ଫୋନକୁ କରାଯାଇଛି ବନ୍ଦ 


ଏନସିବି ସୂତ୍ରରୁ ପ୍ରକାଶ ଯେ ଏହି ଚଢ଼ାଉରେ ସମ୍ପୃକ୍ତ ଥିବା ସମସ୍ତ ଏନସିବି କର୍ମଚାରୀ ଓ ଅଧିକାରୀଙ୍କ ଫୋନ ବନ୍ଦ କରିଦିଆଯାଇଛି । ଚଢ଼ାଉ ଶେଷ ନହେବା ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ କୁହାଯାଇଛି ।


ପାର୍ଟି ଟିକେଟ୍ ମୂଲ୍ୟ ୮୦ ହଜାର ଟଙ୍କା 


ଏହି ଡ୍ରଗ୍ସ ପାର୍ଟିର ଆୟୋଜକଙ୍କ ବିଷୟରେ ମଧ୍ୟ ବଡ ସୂଚନା ସାମ୍ନାକୁ ଆସିଛି । ଖବର ମୁତାବକ, ଦିଲ୍ଲୀର ଏକ କମ୍ପାନୀ ନାମାସ୍କ୍ରାଇ ଏକ୍ସପେରିଏନ୍ସ (Namascray Experience) ଏହି ପାର୍ଟିର ଆୟୋଜନ କରିଥିବାବେଳେ ଜଣେ ଯାତ୍ରୀଙ୍କ ଟିକେଟ୍ ମୂଲ୍ୟ ୮୦ ହଜାର ଟଙ୍କା ରଖାଯାଇଥିଲା । ଏହି ପାର୍ଟି ଆଜି ଆରମ୍ଭ ହୋଇଥିଲା ଓ ସମସ୍ତଙ୍କୁ ଅକ୍ଟୋବର ୪ରେ ମୁମ୍ବାଇକୁ ଫେରାଇ ଆଣିବାକୁ ପ୍ରସ୍ତୁତି ଚାଲିଥିଲା । ଆଶ୍ଚର୍ଯ୍ୟର କଥା, ଏହି ପାର୍ଟି ପାଇଁ କିଛି ଲୋକଙ୍କ ଠାରୁ ୮୨ ହଜାର ଟଙ୍କା ନିଆଯାଇଥିଲା, ତଥାପି ସେମାନେ ଜାହାଜରେ ଚଢିବାର ସୁଯୋଗ ପାଇଲେ ନାହିଁ । କୁହାଯାଉଛି ଯେ ସେହି ଜାହାଜରେ କେବଳ ସୀମିତ ଲୋକ ହିଁ ଚଢ଼ିବାର ସୁଯୋଗ ପାଇଥିଲେ, ତେଣୁ ଅନେକ ଯିବାର ସୁଯୋଗ ପାଇଲେ ନାହିଁ । ବର୍ତ୍ତମାନ ଜାହାଜ ଉପରେ NCB ର ଚଢ଼ାଉ କାର୍ଯ୍ୟ ଜାରି ରହିଛି । ଅନେକ କୋଠରୀ ଅନୁସନ୍ଧାନ କରାଯାଉଛି ଏବଂ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ।


ଅଧିକ ପଢ଼ନ୍ତୁ:-ଡ୍ରାଇଭିଂ ଲାଇସେନ୍ସ ଓ RC କୁ ନେଇ ଆସିଲା ବହୁତ ବଡ଼ ଅପଡେଟ୍, ପଢ଼ନ୍ତୁ ପୁରା ଖବର


ଅଧିକ ପଢ଼ନ୍ତୁ:-ଆସିଯାଇଛି ଅକ୍ଟୋବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍