Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର କିଛି ଗୁରୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2588279

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର କିଛି ଗୁରୁତ୍ୱପୂର୍ଣ୍ଣ ଖବର...

 Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର କିଛି ଗୁରୁତ୍ୱପୂର୍ଣ୍ଣ ଖବର...

 Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର କିଛି ଗୁରୁତ୍ୱପୂର୍ଣ୍ଣ ଖବର...
1.HMPV: ଚୀନରେ ଆତଙ୍କ ଖେଳାଇଛି ଏଚଏମପିଭି ଭାଇରସ୍(HMPV)।  ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା। ଭାରତରେ ଭାଇରସକୁ ନେଇ ଚିନ୍ତା କରିବାର କାରଣ ନାହିଁ କହିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ସଂକ୍ରମଣର ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ  ସୂଚନା ସମ୍ପର୍କରେ 'ହୁ'ରୁ ନିଆଯାଉଛି ପରାମର୍ଶ।
 
2.Subhadra Money: ଚଳିତମାସ ୧୫ ତାରିଖ ପରେ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ। ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯାଞ୍ଚ ପ୍ରକ୍ରିୟା ଗତବର୍ଷ ଡିସେମ୍ବର ୩୦ ତାରିଖରେ ଶେଷ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା।
 
3. Smart devices to be installed in buses: ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ। ଦୁର୍ଘଟଣା ହ୍ରାସ ପାଇଁ ଏହି ପଦକ୍ଷେପ ନିଆଯିବ। ଏନେଇ ଆଇଆଇଟି ମାଡ୍ରାସ୍ ସହ ଚୁକ୍ତି ହୋଇଛି। ଡ୍ରାଇଭର ଆଖି ପଡ଼ିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ। ମଦ ପିଇ ଗାଡି ଚଳାଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ। ଏହି ଡିଭାଇସ ଦ୍ବାରା ରୋଡ ହିପ୍ନୋଟିଜିମକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। 
 
4. PM Narendra Modi to visit Odisha: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୮ ତାରିଖରେ ପୁଣି ଓଡ଼ିଶା ଆସିବେ। ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ଏହି ସମୟରେ  ସେ ୨୮ରେ ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କୁ ଉଦବୋଧନ ଦେବେ। ୨ ଦିନ ଧରି ଚାଲିବ ୪ଟି ପ୍ଲେନାରୀ ସେସନ, ୧୬ଟି ସେକ୍ଟରାଲ ସେସନ। ଏବଂ ଏହ ସମୟରେ ୪ଟି ରାଉଣ୍ଡ ଟେବୁଲ କନଫରେନ୍ସ ସହ ୨୮ରୁ ୩୦ ଶିଳ୍ପ ପ୍ରଦର୍ଶନୀ ହେବ।
 
5. Bandipora Army Incident: ସେନା କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ସେନା ଟ୍ରକ୍ ଜମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଟ୍ରକଟି ଏକ ଉଚ୍ଚ ପାହାଡରୁ ଏକ ଗଭୀର ଘାଇରେ ଖସିପଡିଥିଲା, ଏହା ପରେ ଦୁଇ ସୈନିକଙ୍କ ମୃତ୍ୟୁ ହୋଇଥିବାବେଳେ ତିନିଜଣ ଆହତ ହୋଇଛନ୍ତି। ବାନ୍ଦିପୋରା ଜିଲ୍ଲାର ୱୁଲାର ଭ୍ୟୁପଏଣ୍ଟ ନିକଟରେ ଏହି ଘଟଣା ଘଟିଛି। 
 
6.Dhanuyatra: ପାଠ୍ୟକ୍ରମରେ ସ୍ଥାନ ପାଇବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ ଦରବାରରୁ ନିର୍ଦ୍ଦେଶ ଦେଲେ କଂସ ମହାରାଜ।  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଳେ ନିମନ୍ତ୍ରଣ । ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ ଧ୍ୟାନ ଦେବାକୁ ରାଜ୍ୟର ଦୁଇ ମନ୍ତ୍ରୀଙ୍କୁ ଦେଲେ ପରାମର୍ଶ ।
 
7. Atul Subhash suicide case: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ନିକିତା ସିଙ୍ଗାନିଆ, ତାଙ୍କ ମା ନିଶା ଏବଂ ଭାଇ ଜାମିନ ପାଇଛନ୍ତି। ବେଙ୍ଗାଲୁରୁ ସିଟି ସିଭିଲ କୋର୍ଟ ନିକିତା ସିଙ୍ଗାନିଆ, ନିଶା ସିଙ୍ଗାନିଆ ଏବଂ ଅନୁରାଗ ସିଙ୍ଗାନିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। 
 
8. ISRO grows cowpea seeds in space: ମହାକାଶରେ ଜୀବନ ଖୋଜୁଥିବା ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ମହାକାଶରେ ଝୁଡଙ୍ଗ ମଞ୍ଜିଗୁଡିକ ଅଙ୍କୁରିତ ହୋଇଛି। ଶୀଘ୍ର ପତ୍ର ମଧ୍ୟ ବାହାରିବା ନେଇ ଇସ୍ରୋ ଆଶା ରଖିଛି। ଏହି ଝୁଡଙ୍ଗ ମଞ୍ଜିଗୁଡିକ SpaDeX ସହିତ ୩୦ ଡିସେମ୍ବରରେ PSLV C 60 ରକେଟ୍ ଦ୍ୱାରା ପଠାଯାଇଥିଲା।
 
9. Earthquake in Gujarat: ଶନିବାର ଦିନ ଗୁଜୁରାଟର କୁଚ୍‌ରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ କୁଚର ଦୁଧାଇ ନିକଟରେ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୮ ମାପ କରାଯାଇଥିଲା । ଅପରାହ୍ନ ପ୍ରାୟ ୪:୩୭ ସମୟରେ ଏହି ଭୂକମ୍ପ ହୋଇଥିଲା।
 
10. Yuzvendra Chahal Dhanashree Verma Divorce: କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରି ସେମାନଙ୍କ ସମ୍ପର୍କକୁ ନେଇ ଚାଲିଥିବା ବିବାଦକୁ ନିଶ୍ଚିତ କରିଛନ୍ତି। ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ବିବାହ କରିଥିବା ଏହି ଷ୍ଟାର କପଲ୍ ଖୁବ୍ ଶିଘ୍ର ଅଲଗା ହେବାକୁ ଯାଉଛନ୍ତି।