ସ୍ୱାଭିମାନର ଲଢେଇ ନା ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ ? କୃଷକ ଆନ୍ଦୋଳନ ପଛରେ ଦେଶ ବିରୋଧୀ ଶକ୍ତିଙ୍କ ହାତ ଅଭିଯୋଗ...
ସୋମବାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ (Bharat Band) ଡାକରାକୁ ମିଳିଛି ୧୨ଟି ବିରୋଧୀ ରାଜନୈତିକ ଦଳର ସମର୍ଥନ (Opposition Party) । ସେପଟେ ବନ୍ଦ ସମୟରେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରୀ । ସୋମବାର ଦିନ ୧୧ଟାରୁ ଅପରାହଣ ୩ଟା ଯାଏଁ ଚକାଜ
ପ୍ରକାଶ ପରିଡ଼ା, ନୂଆଦିଲ୍ଲୀ: ସୋମବାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ (Bharat Band) ଡାକରାକୁ ମିଳିଛି ୧୨ଟି ବିରୋଧୀ ରାଜନୈତିକ ଦଳର ସମର୍ଥନ (Opposition Party) । ସେପଟେ ବନ୍ଦ ସମୟରେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରୀ । ସୋମବାର ଦିନ ୧୧ଟାରୁ ଅପରାହଣ ୩ଟା ଯାଏଁ ଚକାଜାମ କରିବାକୁ କୃଷକ ସଂଘ ଘୋଷଣା କରିଛି । ବନ୍ଦ ସମୟରେ ଆମ୍ବୁଲାନ୍ସ ଓ ବିବାହ କାର୍ଯ୍ୟରେ ନିୟୋଜିତ ଗାଡ଼ି ଛାଡ଼ିବାକୁ କୃଷକ ସଂଘ ନିଷ୍ପତ୍ତି ନେଇଛି ।
ଅଧିକ ପଢନ୍ତୁ: ଚପଲ ଚୋରକୁ ଖୋଜୁଛି ଟ୍ୱିଟର
କଂଗ୍ରେସ (Congress), ଏନସିପି (NCP), ସମାଜବାଦୀ ପାର୍ଟି ସହ ୧୨ଟି ରାଜନୈତିକ ଦଳ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଥିବାବେଳେ ଭାରତୀୟ କୃଷକ ସଂଘ ଓ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଆସୋସିଏସନ (CAIT) ଭାରତ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛି । ସେପଟେ ଚାଷୀ ଆନ୍ଦୋଳନ (Farmer Protest) ବାହାନାରେ ଦେଶ ବିରୋଧୀ ଶକ୍ତି ଅରାଜକତା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଭାରତୀୟ କୃଷକ ସଂଘ ଅଭିଯୋଗ କରିଛି ।
ଅଧିକ ପଢନ୍ତୁ: ପୁଣି ସଙ୍କଟରେ ଗେହଲଟ ସରକାର!
ନୂଆ କୃଷି ଆଇନ ବିରୋଧରେ ସିଙ୍ଘୁ ବର୍ଡରରେ ଦୀର୍ଘ ୧୨ ଦିନ ଧରି ପ୍ରଦର୍ଶନ ଜାରି ରଖିଛନ୍ତି କୃଷକ । ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୃଷକଙ୍କୁ ସମର୍ଥନ ଦେଇଥିବାବେଳେ ଲକ୍ଷ୍ନୌରେ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କୃଷକଙ୍କ ପ୍ରଦର୍ଶନରେ ସାମିଲ ହୋଇଥିଲେ । କନୌଜ ଯିବାବେଳେ ପୋଲିସ ଅଖିଳେଶଙ୍କୁ ଅଟକ ରଖିଥିଲା । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟାମ ସିଂହ ଯାଦବ କୃଷି କମିଟିରେ ସଦସ୍ୟ ଥିଲେ ମଧ୍ୟ ଅଖିଳେଶ ନୂଆ କୃଷି ଆଇନକୁ ବିରୋଧ କରିବା ଆଶ୍ଚର୍ଯ୍ୟର ବିଷୟ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଜବାବ ରଖିଥିଲେ । ଏବେ କିଛି ରାଜନୈତିକ ଦଳ ନିକଟରେ ସରକାରଙ୍କୁ ବିରୋଧ କରିବା ପାଇଁ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ପଲିଟିକାଲ ଟୁରିଜିମ କରୁଥିବା ଆଇନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।
ମଙ୍ଗଳବାର ଭାରତ ବନ୍ଦ ଡାକରାକୁ ନେଇ ରାଜନୀତି ଜୋର ଧରିଛି । ଦିନ ୩ଟା ପର୍ଯ୍ୟନ୍ତ ଚକାଜାମ କରିବାକୁ କୃଷକ ସଂଘ ଘୋଷଣା କରିଥିଲେ ମଧ୍ୟ ବନ୍ଦକୁ ବନ୍ଦ କରାଯାଉଥିବାରୁ ଏହା ପ୍ରଭାବହୀନ ରହିବା ସମ୍ଭାବନା ରହିଛି । କୃଷକ ଓ ସରକାରଙ୍କ ମଧ୍ୟରେ ୫ ଥର ବିଫଳ ହୋଇଥିବାବେଳେ ପୁଣି ମଙ୍ଗଳବାର ଷଷ୍ଠ ପର୍ଯ୍ୟାୟ ବୈଠକ ହେବାକୁ ଯାଉଛି । ପୂର୍ବରୁ ୧୪ ଅକ୍ଟୋବର, ୧୩ ନଭେମ୍ବର, ୧ ଡିସେମ୍ବର, ୩ ଡିସେମ୍ବର ଓ ୫ ଡିସେମ୍ବରରେ ହୋଇଥିବା ଆଲୋଚନା ନିଷ୍ଫଳ ହୋଇଛି ।