କୃଷକ ଆନ୍ଦୋଳନ; ଦାବି ପୂରଣ କରିବାକୁ ଏବେ କଣ କରିବେ ସରକାର?
Advertisement

କୃଷକ ଆନ୍ଦୋଳନ; ଦାବି ପୂରଣ କରିବାକୁ ଏବେ କଣ କରିବେ ସରକାର?

କୃଷକଙ୍କ ଗୋଟିଏ ଦାବି ହେଲା, ନୂଆ କୃଷି ଆଇନ (farm law) କୁ ପ୍ରତ୍ୟାହାର କରାଯାଉ। ସେପଟେ ସରକାର ବି ନିଜ ଜିଦରେ ଅଟଳ। ଫଳରେ ପଞ୍ଜମ ପର୍ଯ୍ୟାୟ ଆଲୋଚନା ବି ବିଫଳ ହୋଇଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଗତ ୧୦ ଦିନ ହେଲା କେନ୍ଦ୍ର (Central government) ର ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ହଜାର ହଜାର ଚାଷୀ ଧାରଣାରେ ବସିରହିଛନ୍ତି। ତେବେ ସମସ୍ୟାର ସମାଧାନ ପାଇଁ ସରକାର ଓ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଘନ ଘନ ବୈଠକ ବସୁଛି। ଏହି ପରିପେକ୍ଷୀରେ ଶନିବାର ବିଜ୍ଞାନ ଭବନରେ ଉଭୟ ପକ୍ଷର ପଞ୍ଚମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। କିନ୍ତୁ ପୂର୍ବ ପରି ଏହି ବୈଠକରେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଏବେ ଡିସେମ୍ବର ୯ରେ ପରବର୍ତ୍ତି ବୈଠକ ହେବ।

ଶନିବାର ବୈଠକ (meeting) ରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର (Narendra Singh Tomar) , ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ (Piyush Goyal) ଓ ବିଭିନ୍ନ କୃଷକ ସଂଗଠନର ୪୦ ପ୍ରତିନିଧି ସାମିଲ ହୋଇଥିଲେ। ସରକାର କୃଷକ ନେତାଙ୍କୁ ମନାଇବା ପାଇଁ ପ୍ରାୟ ସାଢେ ତିନ ଘଣ୍ଟା ଚେଷ୍ଟା କରିଥିଲେ। କିନ୍ତୁ ସେମାନେ (farmer) ମାନିବାକୁ ନାରାଜ। କୃଷକଙ୍କ ଗୋଟିଏ ଦାବି ହେଲା, ନୂଆ କୃଷି ଆଇନ (farm law) କୁ ପ୍ରତ୍ୟାହାର କରାଯାଉ। ସେପଟେ ସରକାର ବି ନିଜ ଜିଦରେ ଅଟଳ। ଫଳରେ ପଞ୍ଜମ ପର୍ଯ୍ୟାୟ ଆଲୋଚନା ବି ବିଫଳ ହୋଇଛି।

Also Read: କୃଷକ ଆନ୍ଦୋଳନରେ ଏଣ୍ଟ୍ରି ମାରିଲେ ବିବାଦୀୟ ଶାହୀନବାଗ ଦାଦି

ସରକାରଙ୍କ ପ୍ରସ୍ତାବ କୃଷକ ନେତାଙ୍କୁ ସନ୍ତୁଷ୍ଟ କରିପାରଲା ନାହିଁ। ସରକାର ଆମର ଦାବି ମାନି ନାହାଁନ୍ତି ତେଣୁ ଡିସେମ୍ବର ୮ରେ ଭାରତ ବନ୍ଦ (Bharat Band) ଡାକରା ବଳବତ୍ତର ରହିବୋ ବୋଲି କୃଷକମାନେ କହିଛନ୍ତି।  ତେବେ ଡିସେମ୍ବର ୯ରେ ଚାଷୀ (Kisan Andolan) ଙ୍କ ଦାବି ନେଇ ପୁନର୍ବାର ବୈଠକ ହେବ। ସେପଟେ କିନ୍ତୁ ଆଲୋଚନା ପାଇଁ ଆଉ ଆସିବେ ବୋଲି କୃଷକମାନେ ସ୍ପଷ୍ଟ କରିଛନ୍ତି। ତେବେ ବୁଧବାର ହେବାକୁ ଥିବା ବୈଠକରେ କିଏ କିଏ ଆସିବେ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ।

ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ "ଆଜି କୃଷକ ସଂଗଠନର ନେତାଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହୋଇଛି। MSP ଜାରି ରହିବ ଏଥିରେ ସନ୍ଦେହ କରିବା ବ୍ୟର୍ଥ ବୋଲି ଆମେ କହିଛୁ। APMC ଆକ୍ଟ ରାଜ୍ୟର ଏବଂ ରାଜ୍ୟର ମଣ୍ଡି ଗୁଡ଼ିକୁ କୌଣସି ପ୍ରକାରରେ ପ୍ରଭାବିତ କରିବାକୁ ଆମର କୌଣସି ଉଦ୍ଦେଶ୍ୟ ନାହିଁ। ଆଜି ସମସ୍ତ ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଥିଲୁ କିନ୍ତୁ ତାହା ସମ୍ଭବ  ହେଲା ନାହିଁ। ପୁନର୍ବାର ଡିସେମ୍ବର ୯ରେ ବୈଠକ ହେବ। ଏବେ ଶୀତ ଋତୁ ଚାଲିଛି , ଆଉ କୋଭିଡ ଭଳି ମହା ସଙ୍କଟ ଭଳି ପରିସ୍ଥିତିରେ ବୃଦ୍ଧବୃଦ୍ଧା ଏବଂ ଶିଶୁଙ୍କୁ ଯଦି ୟୁନିୟନ୍ ନେତା ଘରକୁ ପଠାଇଦିଅନ୍ତି ତେବେ ସୁବିଧା ହୁଅନ୍ତା।"

Also Read: ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା

ସୂଚନା ମୁତାବକ ବୈଠକରେ କୃଷକମାନେ ସରକାରଙ୍କୁ ଆଇନ ବାତିଲ କରିବେ ନା ନାହିଁ ବୋଲି ପ୍ରଶ୍ନ କରିଥିଲେ। ଆଲୋଚନା ବେଳେ ଗୃହରେ ଉତ୍ତେଜନ ବି ଦେଖାଦେଇଥିଲା। ଏପରି ଏକ ସମୟ ଆସିଥିଲେ ଯେଉଁଥିରେ କୃଷକ ପ୍ରତିନିଧିମାନେ ଚୌକି ଛାଡି ହାତବାନ୍ଧି ବସିଥିଲେ। କୃଷକମାନେ (farmer protest) ମନ୍ତ୍ରୀଙ୍କୁ କହିଛନ୍ତି ଯେ ଡିସେମ୍ବର ୮ରେ ଭାରତ ବନ୍ଦ ରହିବ। ନୂଆ କୃଷି ଆଇ ସମ୍ପୂର୍ଣ୍ଣ ସଂଶୋଧନ ଯୋଗ୍ୟ। ତେଣୁ ଭଲ ହେବ ସରକାର ଏହାକୁ ବାତିଲ କରନ୍ତୁ। ସେପଟେ ଭାରତ ବନ୍ଦ ନ କରିବାକୁ କୃଷି ମନ୍ତ୍ରୀ ଅପିଲ କରିଥିଲେ। କିନ୍ତୁ କୃଷକମାନେ ନିଜ ଜିଦରେ ଅଟଳ ଅଛନ୍ତି।

ରବିବାର ପଞ୍ଜାବ କୃଷକ ୟୁନିଅନର ସହଯୋଗରେ ମାନସା ଠାରୁ ପାଞ୍ଚଟି ବସରେ ଶହ ଶହ ଲୋକ ଦିଲ୍ଲୀ ସୀମାକୁ ଆସୁଛନ୍ତି। ଯାହାର ଗୁଇନ୍ଦା ସୂଚନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ପହଞ୍ଚିଛି। କିଛି ଅପ୍ରିତିକର ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ତେଣୁ ସୀମାରେ ଦିଲ୍ଲୀ ପୋଲିସକୁ ଆଲର୍ଟ କରାଯାଇଛି। ସେପଟେ ଗତ ୧୦ ଦିନ ହେଲା ଖରା କାକରରେ ହଜାର ହଜାର କୃଷକ ରାଜରାସ୍ତାରେ ଅଛନ୍ତି। ସେମାନଙ୍କୁ ସନ୍ତୁଷ୍ଟ କରି ସ୍ଥିତି ସାମାନ୍ୟ କରିବାକୁ ସରକାର କଣ ରଣ କୈଶଳ ଆପଣାଇବେ ତାହା ଦେଖିବାକୁ ବାକି ରହିଲା।