ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବା ଏବଂ ସଦ୍ୟ ରାଜ୍ୟରେ ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଅସନ୍ତୁଷ୍ଟ ହୋଇ ପଞ୍ଜାବ କଂଗ୍ରେସ ସଭାପତି ପଦ ଛାଡି଼ଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ କରାଯାଇଥିବା ପ୍ରୟାସ ହୋଇଛି ସଫଳ। ଅସନ୍ତୁଷ୍ଟ ସିଦ୍ଧୁଙ୍କୁ ମନାଇବାରେ ସଫଳ ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ। ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ ପରେ ଦଳରେ ସୃଷ୍ଟି ହୋଇଥିବା ବିବାଦକୁ ରାଜ୍ୟ ସ୍ତରରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କଂଗ୍ରେସ ଶୀର୍ଷ ନେତୃବୃନ୍ଦ।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ପଞ୍ଜାବ କଂଗ୍ରେସ (Punjab Congress) ସଭାପତି ପଦ ଛାଡି଼ଥିବା ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Sidhu) ଭେଟିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) ଚରଣଜିତ ସିଂହ ଚନ୍ନୀ (Charanjit Singh Channi)।  ପ୍ରାୟ ୨ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା। 


ସିଦ୍ଧୁଙ୍କ ସହ ହୋଇଥିବା ବିବାଦ କାରଣରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ସିଂହ। ଏହା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହୋଇଥିଲେ ସିଦ୍ଧୁ। ମାତ୍ର ମୁଖ୍ୟମନ୍ତ୍ରୀ ପ୍ରତିଯୋଗୀତାରେ ବାଜି ମାରିନେଇଥିଲେ ଚରଣଜିତ ସିଂହ ଚନ୍ନୀ। ଚନ୍ନୀଙ୍କ ନେତୃତ୍ୱରେ ଗଠିତ ହୋଇଥିବା ସରକାରେ ସିଦ୍ଧୁଙ୍କ ପ୍ରଭାବ ବଢିପାରେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏହାର ଫଳ ଓଲଟା ହୋଇଥିଲା। ଚନ୍ନୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପର ଠାରୁ ସିଦ୍ଧୁଙ୍କ ପ୍ରଭାବ ଦଳରେ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା।  


Also Read: ନାରାଜ Sidhu ଙ୍କୁ ମନାଇବା ପାଇଁ ଆରମ୍ଭ ହେଲା ପ୍ରୟାସ; ଭେଟିବେ CM Channi


ଅନ୍ୟପଟେ କ୍ୟାବିନେଟ ସମ୍ପ୍ରସାରଣ ପରେ ସୋମବାର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ। ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ହୋଉଉଠିଥିଲେ ସିଦ୍ଧୁ। କାରଣ ଏ ପ୍ରସଙ୍ଗରେ ତାଙ୍କର କୌଣସି ମତାମତ ନେଇନଥିଲେ ମୁଖ୍ୟମନ୍ତ୍ରୀ। ଏପରିକି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ, ଆଡଭୋକେଟ ଜେନେରାଲ, ମୁଖ୍ୟ ଶାସନ ସଚିବ ଭଳି ପଦ ପାଇଁ ହୋଇଥିବା ନିଯୁକ୍ତି ପାଇଁ ତାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ମତାମତ ନନେବା ସିଦ୍ଧୁଙ୍କ ଅସନ୍ତୋଷର ଅନ୍ୟତମ କାରଣ। 


ଏନେଇ ମିଳିଥିବା ଖବର ଅନୁସାରେ ପୋଲିସ ମହାନିର୍ଦ୍ଦେଶକ, ଆଡଭୋକେଟ ଜେନେରାଲ ପଦବୀରେ ହୋଇଥିବା ନିଯୁକ୍ତକୁ ବଦଳା ଯିବ। ଏନେଇ ୟୁପିଏସସି ପ୍ୟାନେଲ ପକ୍ଷରୁ ସୁପାରିଶ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଚନ୍ନୀ, ସିଦ୍ଧୁ ଏବଂ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରାଯିବ। ଏହି କମିଟି ବୈଠକ ପ୍ରତି ସପ୍ତାହରେ ବସିବ ଏବଂ ବିଭିନ୍ନ  ମାମଲାରେ ନିଷ୍ପତ୍ତି ନେବ।