ନାରାଜ Sidhu ଙ୍କୁ ମନାଇବା ପାଇଁ ଆରମ୍ଭ ହେଲା ପ୍ରୟାସ; ଭେଟିବେ CM Channi
Advertisement
Article Detail0/zeeodisha/odisha996958

ନାରାଜ Sidhu ଙ୍କୁ ମନାଇବା ପାଇଁ ଆରମ୍ଭ ହେଲା ପ୍ରୟାସ; ଭେଟିବେ CM Channi

ଅସନ୍ତୁଷ୍ଟ ସିଦ୍ଧୁଙ୍କୁ  ମନାଇବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ଦାୟିତ୍ୱ ଦେଇଛି ଦଳ।

ନାରାଜ Sidhu ଙ୍କୁ ମନାଇବା ପାଇଁ ଆରମ୍ଭ ହେଲା ପ୍ରୟାସ; ଭେଟିବେ CM Channi

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବା ଏବଂ ସଦ୍ୟ ରାଜ୍ୟରେ ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଅସନ୍ତୁଷ୍ଟ ହୋଇ ପଞ୍ଜାବ କଂଗ୍ରେସ ସଭାପତି ପଦ ଛାଡି଼ଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ମନାଇବା ପାଇଁ ଦଳରେ ଆରମ୍ଭ ହୋଇଯାଇଛି ପ୍ରୟାସ। ଦଳୀୟ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଉଠିଥିବା ସିଦ୍ଧୁ ଯଦିଓ ନିଜ ପଦରୁ ଇସ୍ତଫା ଦେଇଛନ୍ତି ମାତ୍ର ଏହାକୁ ସ୍ୱୀକାର କରିନାହାଁନ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ। 

ଅସନ୍ତୁଷ୍ଟ ହୋଇ ପଞ୍ଜାବ କଂଗ୍ରେସ (Punjab Congress) ସଭାପତି ପଦ ଛାଡି଼ଥିବା ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Sidhu) ମନାଇବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) ଚରଣଜିତ ସିଂହ ଚନ୍ନୀଙ୍କୁ (Charanjit Singh Channi) ଦିଆଯାଇଛି ଦାୟିତ୍ୱ। ଗୁରୁବାର (୩୦ ସେପ୍ଟମ୍ବର) ମୁଖ୍ୟମନ୍ତ୍ରୀ ଚନ୍ନୀ ସିଦ୍ଧୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏନେଇ ଟ୍ୱିଟ କରି ସେ କହିଛନ୍ତି କଥାବାର୍ତ୍ତା କରିବା ଲାଗି ମୋତେ ଆମନ୍ତ୍ରଣ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନୀ। ରାଜଧାନୀ ଚଣ୍ଡିଗଡସ୍ଥିତ ପଞ୍ଜାବ ଭବନ ଠାରେ ଆମେ ପରସ୍ପରକୁ ସାକ୍ଷାତ କରିବୁ। କୌଣସି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମୁଁ ପସ୍ତୁତ। ପୋଲିସ ମହାନିର୍ଦ୍ଦେଶକ, ଆଡଭୋକେଟ ଜେନେରାଲ, ମୁଖ୍ୟ ଶାସନ ସଚିବ ଭଳି ପଦ ପାଇଁ ହୋଇଥିବା ନିଯୁକ୍ତି ନେଇ ଅସନ୍ତୁଷ୍ଟ ହୋଇଥିବା ସିଦ୍ଧୁଙ୍କୁ ସନ୍ତୁଷ୍ଟ କରିବା ପାଇଁ  କୌଣସି ଏକ ବଡ଼ ପଦକ୍ଷେପ ନେଇପାରେ ଦଳ।

Also Read: ଝୁଲି ରହିଛି ଇସ୍ତଫା; Sidhu ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ଦଳୀୟ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଉଠିଥିବା ସିଦ୍ଧୁ ଯଦିଓ ନିଜ ପଦରୁ ଇସ୍ତଫା ଦେଇଥିଲେ ମାତ୍ର ଏହାକୁ ଏପର୍ଯ୍ୟନ୍ତ ସ୍ୱୀକାର କରିନାହାଁନ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ। ଯାହାରା ଅର୍ଥ ହେଉଛି ପୂର୍ବ ଭଳି ତାଙ୍କୁ ରାଜ୍ୟ କଂଗ୍ରେସ କମିଟି ସଭାପତି ଭାବେ କାର୍ଯ୍ୟ କରିବାକୁ ହେବ। ତାଙ୍କୁ ମନାଇବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି ଦଳ। ଇସ୍ତଫାପତ୍ର ଫେରାଇ ନେନାକୁ ସିଦ୍ଧୁଙ୍କୁ କହିପାରନ୍ତି ସେ।