Telangana-Chhattisgarh Border:ସୁରକ୍ଷା ବଳ କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୩ ନକ୍ସଲ
ଏହି ଗୁଳିବିନିମୟ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ନୂଆଦିଲ୍ଲୀ: ଛତିଶଗଡ଼-ତେଲେଙ୍ଗାନା ସୀମାରେ ନକ୍ସଲଙ୍କ ସହ ହୋଇଥିବା ଗୁଳିବିନିମୟରେ ସୁରକ୍ଷା ବଳକୁ ମିଳିଛି ଜବରଦସ୍ତ ସଫଳତା। ତେଲେଙ୍ଗାନାର ମୁଲଗୁ ଜିଲ୍ଲାରେ ସୁରକ୍ଷା ବଳ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଟଳିପଡି଼ଛନ୍ତି ୩ ନକ୍ସଲ। ସମସ୍ତ ମୃତକ ନକ୍ସଲଙ୍କ ଶବକୁ ଜବତ କରିଛି ପୋଲିସ।
ତେଲେଙ୍ଗାନାର ମୁଲଗୁ ଏବଂ ଛତିଶଗଡ଼ର ବିଜାପୁର ଜିଲ୍ଲା ସୀମାରେ ହୋଇଥିବା ଗୁଳିବିନିମୟ ପରେ ପୋଲିସ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଏଠାରେ ନକ୍ସଲଙ୍କ ଉପସ୍ଥିତି ବାବଦରେ ଗୁପ୍ତ ସୂଚନା ମିଳିବା ପରେ ତେଲେଙ୍ଗାନା ପୋଲିସ (Telengana Police) ଏବଂ ତେଲେଙ୍ଗାନା ଗ୍ରେ ହାଉଣ୍ଡ ଫୋର୍ସ (Telangana Greyhound Force) ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।
ଏହା ପୂର୍ବରୁ ବିହାରର ଲଖିସରାୟ ଜିଲ୍ଲାରେ ପୋଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ନକ୍ସଲ ଟଳିପଡି଼ଥିଲା। ଗୁଳି ବିନିମୟ ପରେ ପୋଲିସ ନକ୍ସଲଙ୍କ ଠାରୁ ଏକ AK-47 ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି।
ଏଠାରେ ନକ୍ସଲ ଜଣେ ଡିଲରଙ୍କ ପୁଅକୁ ଅପହରଣ କରି ନେଇଥିଲେ। ଏହି କାରଣରୁ ଏକ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ଅନ୍ୟ କେତେକ ନକ୍ସଲ ମଧ୍ୟ ଆହତ ହୋଇଥିଲେ। ଗତ ଶନିବାର ରାତି ରାତି ପ୍ରାୟ ସାଢେ ୯ଟାରୁ ୧୦ଟା ମଧ୍ୟରେ ଜିଲ୍ଲାର ପିରି ବଜାର ପୋଲିସ୍ ଥାନା ଅଧିନସ୍ଥ ଚୌଖରା ଗ୍ରାମରେ ପ୍ରାୟ ୧୫-୨୦ ମାଓବାଦୀ ଏଠାକାର ଡିଲର ଭାଗବତ ମାହତୋଙ୍କୁ ଅପହରଣ କରିବାକୁ ଆସିଥିଲେ।
Also Read: C-60 Commando Operation: କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୧୩ Naxalite
ଯେତେବେଳେ ଡିଲର ମିଳିନଥିଲେ ନକ୍ସଲ ତାଙ୍କ ପୁଅ ଦୀପକକୁ ଅପହରଣ କରି ନେଇଥିଲେ। ଯେତେବେଳେ ସ୍ଥାନୀୟ ଥାନାରେ ଏହି ଖବର ପହଞ୍ଚିଲା ସେତେବେଳେ ସେତେବେଳେ ପୋଲିସ ବାହିନ ସୁରକ୍ଷା ବଳ ସହ କାର୍ଯ୍ୟାନୁଷ୍ଠାନ ପାଇଁ ବାହାରିଥିଲେ। ପୋଲିସ ଅପହରଣକାରୀ ନକ୍ସଲଙ୍କ ପିଛା କରି ସେଠାରେ ଅବସ୍ଥିତ ଥିବା ଏକ ପାହାଡ ଠାରେ ପହଞ୍ଚିଥିଲା। ସେଠାରେ ପ୍ରଥମେ ନକ୍ସଲ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ପୋଲିସ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଗୁଳି ବିନିମୟରେ ଜଣେ ନକ୍ସଲ ଟଳିପଡି଼ଛି। ଏହା ପରେ ନକ୍ସଲ ଡିଲରଙ୍କ ପୁଅକୁ ନେଇ ପାହାଡ଼ ପାଖରେ ଥିବା ଜଙ୍ଗଲ ଆଡକୁ ପଳାଇଲେ।