NEET UG 2021 Exam Date: ଜାଣନ୍ତୁ ପରୀକ୍ଷା କେବେ, କାଲିଠାରୁ ଆବେଦନ
ନିଟ୍ ପରୀକ୍ଷା (NEET Exam) ସାମାଜିକ ଦୂରତା ସହ କରାଯିବାକୁ ଥିବା ବେଳେ ପରୀକ୍ଷା ହେବାକୁ ଥିବା ସହରର ସଂଖ୍ୟା ୧୫୫ରୁ ବୃଦ୍ଧି କରାଯାଇ ୨୯୮ କରାଯାଇଛି ।
ନୂଆଦିଲ୍ଲୀ: ମେଡିକାଲ କୋର୍ସରେ ନାମ ଲେଖାଇବା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା (NEET 2021) ଏବେ ଅଗଷ୍ଟ ୧ ପରିବର୍ତ୍ତେ ୧୨ ସେପ୍ଟେମ୍ବରରେ ଆୟୋଜିତ କରାଯିବ । କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୋମବାର ସନ୍ଧ୍ୟା ସମୟରେ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, 'NEET (UG) ର ପରୀକ୍ଷା ପୁରାଦେଶରେ କୋଭିଡ ପ୍ରୋଟୋକଲ ଅନୁଯାୟୀ ୧୨ ସେପ୍ଟେମ୍ବର ୨୦୨୧ ରେ ଅନୁଷ୍ଠିତ ହେବ । ଆବେଦନର ପ୍ରକ୍ରିୟା ଏନଟିଏ NTA ୱେବସାଇଟ ଜରିଆରେ ମଙ୍ଗଳବାର ସନ୍ଧ୍ୟା ୫ ଟା ସମୟରୁ ଆରମ୍ଭ ହୋଇଯିବ । ନିଟ୍ ପରୀକ୍ଷା (NEET Exam) ସାମାଜିକ ଦୂରତା ସହ କରାଯିବାକୁ ଥିବା ବେଳେ ପରୀକ୍ଷା ହେବାକୁ ଥିବା ସହରର ସଂଖ୍ୟା ୧୫୫ରୁ ବୃଦ୍ଧି କରାଯାଇ ୨୯୮ କରାଯାଇଛି । ସେପଟେ ପରୀକ୍ଷା କେନ୍ଦ୍ରର ସଂଖ୍ୟା ୩ ହଜାର ୮୬୨ (ବର୍ଷ ୨୦୨୦) ରୁ ମଧ୍ୟ ଅଧିକ କରାଯାଇଛି।
Also Read: ଦେଶରେ ପହଞ୍ଚି ସାରିଛି କୋରୋନାର ତୃତୀୟ ଲହର! ନିୟମ ଭାଙ୍ଗିଲେ ହେବ ଭୟାବହ
ଆଉ ଏକ ଟ୍ୱିଟରେ ମନ୍ତ୍ରୀ କହିଛନ୍ତି ଯେ,କୋଭିଡ-19 ଗାଇଡଲାଇନ ମାନି ପରୀକ୍ଷା କରାଯିବାକୁ ଥିବା ବେଳେ ସବୁ ସେଣ୍ଟରରେ ପରୀକ୍ଷାର୍ଥୀ ପହଞ୍ଚିବା ପରେ ତାଙ୍କୁ ଫେସ ମାସ୍କ (Face Mask) ଦିଆଯିବ । ପ୍ରବେଶ ଓ ପ୍ରସ୍ଥାନ ସମୟରେ ଅଧିକ ଭିଡ଼ ଯେପରି ନଲାଗିବ ତାକୁ ନଜରରେ ରଖି ରିପୋର୍ଟିଂ ସମୟ ଅଲଗା ଅଲଗା କରିଦିଆଯିବ। ରେଜିଷ୍ଟ୍ରେସନ ବି ପୁରାପୁରି ଭାବେ କଣ୍ଟାକ୍ଟଲେସ କରାଯିବ। ଏହାସହ ପୁରା ଏରିଆକୁ ସାନିଟାଇଜ କରାଯିବ ।
Also Read: ଏକ ଭୟଙ୍କର ବିସ୍ଫୋରଣରୁ ବର୍ତ୍ତିଥିଲେ Shahrukh ଓ Priyanka
ସୂଚନାଯୋଗ୍ୟ, ଜେଇଇ ମେନ୍ (JEE Main) ର ତୃତୀୟ ଓ ଚତୁର୍ଥ ପରୀକ୍ଷା ତାରିଖ ଘୋଷଣା ପରେ ସୋସିଆଲ ମିଡିଆରେ ଆଶାୟୀ ଛାତ୍ରଛାତ୍ରୀ ମାନେ ନିଟ୍ ପରୀକ୍ଷା କେବେ ହେବା ନେଇ ଅନୁରୋଧ ଜାରି ରଖିଥିଲେ । ପୂର୍ବରୁ ଥରେ ପରୀକ୍ଷାର ତାରିଖ ୧ ଅଗଷ୍ଟ ବୋଲି କୁହାଯାଇଥିଲା । ମାତ୍ର ନିଟ୍ ଆପ୍ଲିକେସନ ଫର୍ମ (NEET application form) କୁ ନେଇ କୌଣସୀ ସୂଚନା ଦିଆଗଲା ନାହିଁ । ହେଲେ ନୂଆ ଶିକ୍ଷା ମନ୍ତ୍ରୀ ଏବେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ପ୍ରଶ୍ନର ଉତ୍ତର ଦେଇ ଦେଇଛନ୍ତି ।