ଏକ ଭୟଙ୍କର ବିସ୍ଫୋରଣରୁ ବର୍ତ୍ତିଥିଲେ Shahrukh ଓ Priyanka
Advertisement

ଏକ ଭୟଙ୍କର ବିସ୍ଫୋରଣରୁ ବର୍ତ୍ତିଥିଲେ Shahrukh ଓ Priyanka

ଭାରତୀୟ ସିନେମା (Indian Cinema)ର ପ୍ରଚାର ପ୍ରସାର ପାଇଁ ଏହି ଟୁର ର ବିଶେଷ୍ୱତ ରହିଥିବା ବେଳେ ଏଥିରେ ଦର୍ଶକଙ୍କୁ ନର୍ଥ ଆମେରିକା, ଲଣ୍ଡନ, ୟୁରୋପ ସମେତ କିଛି ଦେଶକୁ ଯିବାର ଯୋଜନା କରାଯାଇଥିଲା ।

ଏକ ଭୟଙ୍କର ବିସ୍ଫୋରଣରୁ ବର୍ତ୍ତିଥିଲେ Shahrukh ଓ Priyanka

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଓ ଆକ୍ଟ୍ରେଷ ସିଲଭର ସ୍କ୍ରିନ ଉପରେ ରୋମାନ୍ସ ଠାରୁ ଆରମ୍ଭ କରି ଜବରଦସ୍ତ ଆକ୍ସନ ସିକ୍ୱେନ୍ସ ପର୍ଯ୍ୟନ୍ତ ବହୁତ କିଛି କରିଥାନ୍ତି । ପରଦା ଉପରେ ଯେଉଁ ଜିନିଷ ଅତ୍ୟନ୍ତ ରୋମାଞ୍ଚକର ଦିଶେ ତା ପଛରେ ରହିଥାଏ ଅନେକ ଗୁଢ ରହସ୍ୟ । ଦର୍ଶକଙ୍କୁ ଖୁସି କରିବାକ ଯାଇ କଳାକାରଙ୍କ ସହ ମେକର୍ସ ମାନେ ବହୁ କଠିନ ରାସ୍ତା ଦେଇ ଗତି କରନ୍ତି । ତେବେ ଏମିତି ଘଟଣା ଯେ, କେବଳ  ସୁଟିଂ ସମୟରେ ହୁଏ ତାହା ନୁହେଁ ପ୍ରମୋସନାଲ ଇଭେଣ୍ଟରେ ମଧ୍ୟ ବହୁବାର ଅଘଟଣ ହେବାର ଖବର ରହିଛି ।

ଏହି ଘଟଣା ୨୦୦୪ ମସିହାର । ଯେବେ ଅଭିନେତା ଶାହାରୁଖ ଖାନ୍ (Shahrukh Khan) ଓ ପ୍ରିୟଙ୍କା ଚୋପ୍ରା (Priyanka Chopra) , ରାଣୀ ମୁଖାର୍ଜୀ, ସୈଫ ଅଲ୍ଲୀ ଖାନ୍, ଅର୍ଜୁନ ରାମପାଲ୍, ପ୍ରିତି ଜିଣ୍ଟାଙ୍କ ସହ ଅନ୍ୟ କିଛି କଳାକାର ଏକ ଟୁର ରେ ଯାଇଥିଲେ । ଭାରତୀୟ ସିନେମା (Indian Cinema)ର ପ୍ରଚାର ପ୍ରସାର ପାଇଁ ଏହି ଟୁର ର ବିଶେଷ୍ୱତ ରହିଥିବା ବେଳେ ଏଥିରେ ଦର୍ଶକଙ୍କୁ ନର୍ଥ ଆମେରିକା, ଲଣ୍ଡନ, ୟୁରୋପ ସମେତ କିଛି ଦେଶକୁ ଯିବାର ଯୋଜନା କରାଯାଇଥିଲା ।

Also Read:  ପ୍ରେମିକ ଦେଲା ଧୋକା: ପ୍ରେମିକା କାଣ୍ଡରେ Police ବି ଆଶ୍ଚର୍ଯ୍ୟ

ସେହିପରି ଶ୍ରୀଲଙ୍କା (Srilanka) ମଧ୍ୟ ଏମିତି ଦେଶ ଥିଲା ଯେଉଁଠିକୁ କଳାକାର ମାନଙ୍କୁ ଯିବାର ଥିଲା । ଯେଉଁଠାରେ କିଛି ବୌଦ୍ଧ ଭିକ୍ଷୁକ ମାନେ ରାଗିଥିଲେ କାରଣ ଇଭେଣ୍ଟ ସେହିଦିନ ଥିଲା ଯେଉଁଦିନ ସେଠାରେ ଜଣେ ବଡ଼ ବୌଦ୍ଧ ଭିକ୍ଷୁଙ୍କ ମୃତ୍ୟୁ ହୋଇଥିଲା । ଭିକ୍ଷୁକଙ୍କ ଅଭିମାନ ପରେ ବି ସେଠାରେ ଯେତେବେଳେ ଇଭେଣ୍ଟ ଚାଲିଥିଲା ସେତେବେଳେ ହୋଇଥିଲା ବଡ଼ଧରଣର ବ୍ଲାଷ୍ଟ (Huge Blast) । ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଗଲା ପରେ ଇଭେଣ୍ଟକୁ ସଙ୍ଗେ ସଙ୍ଗେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ଆୟୋଜକ। 

Also Read: ICC ଏହି ଖେଳାଳିମାନଙ୍କୁ ଦେଲା ପ୍ଲେୟାର ଅଫ୍ ଦି ମନ୍ଥ ଆୱାର୍ଡ

Rediff.com ରେ ସାକ୍ଷାତକାର ସମୟରେ ଅଭିନତ୍ରୀ  Priyanka Chopra କହିଛନ୍ତି ଯେ,  ଶାହରୁଖ ଖାନ ଓ ମୁଁ କଭି ଖୁସି କଭି ଗମ ଫିଲ୍ମର ଲୈଜା ଲୈଜା ଗୀତରେ ନାଚ ପରିବେଷଣ କରୁଥିଲୁ । ସେତେବେଳେ ଏତେଜୋର ଶବ୍ଦ ହୋଇଥିଲା ଯେ, ଲାଗିଲା ଯେ, ବାଣ ଫୁଟୁଛି ହେଲେ ପରେ ଜଣାପଡ଼ିଥିଲା ଏହା ଏକ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ।