New criminal laws : ଦେଶର ଆଇନ୍‍ ବ୍ୟବସ୍ଥାରେ ଆସନ୍ତାକାଲିଠାରୁ ନୂଆ ୩ଟି ଆଇନ୍‍ କାର୍ଯ୍ୟକାରୀ ହେବ । ୧୮୬୦ ମସିହାର ବ୍ରିଟିଶ୍‍ ଆଇନ୍‍ ଭାରତୀୟ ପିଙ୍ଗଳକୋର୍ଡ-ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ଫୌଜଦାରୀ ଆଇନ୍‍-୧୯୭୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଏବଂ ୧୮୭୨ ମସିହାର ଆକ୍ଟ ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ-୨୦୨୩ କାର୍ଯ୍ୟକାରୀ ହେବ । ଲାଗୁ ହେବାକୁ ଥିବ ଏହି ୩ଟି ନୂଆ ଆଇନ୍‍ ପୁଲିସ୍‍ ଏବଂ ତଦନ୍ତ ବ୍ୟବସ୍ଥାକୁ ଆଧୁନିକ ଯୁଗକୁ ଆଣିବ ବୋଲି ଆଇନ୍‍ ବିଶେଷଜ୍ଞମାନେ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଗତବର୍ଷ ସଂସଦର ଶୀତକାଳୀନ ଅଧିବେଶନରେ ଏହି ଆଇନ୍‍ ସମ୍ବନ୍ଧୀୟ ୩ଟି ବିଲ୍‍ ଗୃହୀତ ହୋଇଥିଲା ।ସୂଚନାଯୋଗ୍ୟ, ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବାପରେ ମଧ୍ୟ ବ୍ରିଟିଶ ଶାସନ ସମୟର ପ୍ରଚଳିତ ଏହି ୩ଟି ଆଇନ୍‍ ସ୍ୱାଧୀନ ଭାରତରେ ବଳବତ୍ତର ଥିଲ । ନୂଆ ଆଇନ୍‍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭାରତୀୟ ନାଗରିକଙ୍କ ସମ୍ବିଧାନ ଅନୁସାରେ ସମସ୍ତଙ୍କୁ ଅଧିକାର, ନ୍ୟାୟ ଏବଂ ସୁରକ୍ଷା ଦେବା । ପ୍ରଯୁକ୍ତିବିଦ୍ୟା ଓ ବୈଜ୍ଞାନିକ ଜ୍ଞାନକୌଶଳ ଆଧାରରେ ନୂଆ ଧରଣର ଅପରାଧକୁ ବିଚାର କରିବା ପାଇଁ ଏହି ଆଇନ୍‍ରେ ପ୍ରାବଧାନ ରହିଛି । ସମାଜରେ ଗରିବ, ଅବହେଳିତ ଏବଂ ସମ୍ବେଦନଶୀଳ ବର୍ଗଙ୍କୁ ଅଧିକ ସୁରକ୍ଷା ଦେବା ସହିତ ନାଗରିକଙ୍କ ଅଧିକାର, ଦକ୍ଷ ନ୍ୟାୟ ଶାସନ ଏବଂ ନ୍ୟାୟ ପ୍ରଣାଳୀକୁ ତ୍ୱରିତ କରିବା ପାଇଁ ଆଇନ୍‍ର ବ୍ୟବସ୍ଥା ରହିଛି ।