ଅଫିସରେ ୩୦ ମିନିଟରୁ ଅଧିକ କାର୍ଯ୍ୟ କଲେ ମିଳିବ ଓଭରଟାଇମର ଟଙ୍କା, ମୋଦି ସରକାର ବଦଳାଇବେ କି ନିୟମ?
ନୂତନ ଶ୍ରମ ଆଇନ ଅନୁଯାୟୀ, କର୍ମଚାରୀମାନଙ୍କୁ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ସୁବିଧା ମିଳିପାରେ । ପ୍ରସ୍ତାବ ଅନୁଯାୟୀ ଯଦି କୌଣସି କର୍ମଚାରୀ ଚାରି ଦିନରେ ୪୮ ଘଣ୍ଟା କାମ କରନ୍ତି, ତେବେ ତାଙ୍କୁ ସପ୍ତାହରେ ତିନିଟି ଛୁଟି ଦିଆଯାଇପାରେ ।
ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲରୁ ଆପଣଙ୍କର ଗ୍ରାଚ୍ୟୁଇଟି, ପିଏଫ (PF) ଏବଂ କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ ହୋଇପାରେ । କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଓ ପ୍ରୋଭିଡେଣ୍ଟ ଫଣ୍ଡ (PF) ରେ ବୃଦ୍ଧି ପାଇବେ । ଏଥି ସହିତ ହାତରେ ଆସୁଥିବା ଟଙ୍କା (Take Home Salary) ହ୍ରାସ ପାଇବ । ଏପରିକି କମ୍ପାନୀର ବାଲାନ୍ସ ସିଟ୍ ମଧ୍ୟ ପ୍ରଭାବିତ ହେବେ । ଏହାର କାରଣ ହେଉଛି ଗତ ବର୍ଷ ସଂସଦରେ ପାରିତ ହୋଇଥିବା ତିନୋଟି ମଜୁରୀ କୋଡ୍ ବିଧେୟକ (କୋଡ୍ ଅଫ୍ ୱେଜ୍ସ ବିଲ୍) । ଏହି ବିଧେୟକ ଚଳିତ ବର୍ଷ ଏପ୍ରିଲ୍ ୧ରୁ ଲାଗୁ ହେବାର ଥିଲା । ସରକାର ଏପ୍ରିଲ ୧ରୁ ନୂତନ ଶ୍ରମ ବିଧେୟକର ଏହି ନିୟମ ଲାଗୁ କରିବାକୁ ଚାହୁଁଥିଲେ, କିନ୍ତୁ ରାଜ୍ୟଗୁଡ଼ିକ ପ୍ରସ୍ତୁତ ନ ହେବା କାରଣରୁ ଓ କମ୍ପାନୀଗୁଡିକର HR ନୀତି ବଦଳାଇବା ପାଇଁ ଅଧିକ ସମୟ ଦେବା ପାଇଁ ବର୍ତ୍ତମାନ ଏହାକୁ ସ୍ଥଗିତ କରିଦିଆଯାଇଛି ।
ଅଧିକ ପଢ଼ନ୍ତୁ:-୨୧ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ସପ୍ତାହରେ ୩ଟି ଛୁଟିର ପ୍ରସ୍ତାବ
ନୂତନ ଶ୍ରମ ଆଇନ ଅନୁଯାୟୀ, କର୍ମଚାରୀମାନଙ୍କୁ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ସୁବିଧା ମିଳିପାରେ । ପ୍ରସ୍ତାବ ଅନୁଯାୟୀ ଯଦି କୌଣସି କର୍ମଚାରୀ ଚାରି ଦିନରେ ୪୮ ଘଣ୍ଟା କାମ କରନ୍ତି, ତେବେ ତାଙ୍କୁ ସପ୍ତାହରେ ତିନିଟି ଛୁଟି ଦିଆଯାଇପାରେ । ତଥାପି, ଏଥିପାଇଁ କର୍ମଚାରୀଙ୍କୁ ତାଙ୍କର କାର୍ଯ୍ୟ ସମୟ ୮ରୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ପଡିବ । ସେପଟେ ବର୍ତ୍ତମାନର ପ୍ରଚଳିତ ନିୟମ ଅନୁଯାୟୀ, କାର୍ଯ୍ୟ ସମୟ ୮ ଘଣ୍ଟା ରହିଛି ଏବଂ ସପ୍ତାହରେ ୬ ଦିନ କାମ କରିବାକୁ ପଡିଥାଏ ।
ଅଧିକ ପଢ଼ନ୍ତୁ:-ଖୁସି ଖବର! ଏହି କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା, ଜାଣନ୍ତୁ କିପରି?
ବେସିକ ବେତନକୁ ୫୦ ପ୍ରତିଶତ ବୃଦ୍ଧି କରିବାକୁ ପଡିବ
ଶ୍ରମ ଆଇନ (Labour Law) ର ପରିବର୍ତ୍ତନ ଅନୁଯାୟୀ, କମ୍ପାନୀମାନଙ୍କୁ ସେମାନଙ୍କ ସିଟିସି (CTC) ତୁଳନାରେ କର୍ମଚାରୀଙ୍କ ବେସିକ ବେତନ (Basic Salary) ୫୦ ପ୍ରତିଶତ ଦେବାକୁ ପଡିବ । ବାସ୍ତବରେ ନୂତନ ନିୟମ ଅନୁଯାୟୀ ଜଣେ କର୍ମଚାରୀଙ୍କ ଭତ୍ତା ମୋଟ ବେତନର ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ । ଏହାର ପ୍ରଭାବ ଏହା ହେବ ଯେ କର୍ମଚାରୀଙ୍କ ଦ୍ୱାରା ପ୍ରାପ୍ତ ଗ୍ରାଚ୍ୟୁଟି (Gratuity) ରେ ବୃଦ୍ଧି ଘଟିବ । ବୋନସ୍ (Bonus), ପେନସନ୍ ଏବଂ ପିଏଫ (PF) ଯୋଗଦାନ ସହିତ ହିଁ HRA, ଓଭରଟାଇମ୍ ଇତ୍ୟାଦିକୁ ଦରମା ବାହାରେ ରଖିବାକୁ ପଡିବ ।
ଅଧିକ ପଢ଼ନ୍ତୁ:-ଯଦି ସାରା ଭାରତରେ ଲାଗେ ଲକଡାଉନ୍, ତେବେ କ'ଣ ହେବ ଦେଶର…
୧୫ ମିନିଟ ଅଧିକ କାମ କଲେ ଧରାଯିବ ଓଭରଟାଇମ୍
ନୂତନ ଶ୍ରମ ନିୟମ ଅନୁଯାୟୀ, ଯଦି କର୍ମଚାରୀମାନେ ନିର୍ଦ୍ଧାରିତ ସମୟଠାରୁ ୧୫ ମିନିଟ୍ ଅଧିକ କାର୍ଯ୍ୟ କରନ୍ତି, ତେବେ ତାହାକୁ ଓଭରଟାଇମ ବୋଲି ଧରାଯିବ । ଅନ୍ୟପକ୍ଷେ ବର୍ତ୍ତମାନ ନିୟମ ଅନୁଯାୟୀ, କର୍ମଚାରୀମାନେ ନିର୍ଦ୍ଧାରିତ ସମୟଠାରୁ ଅଧ ଘଣ୍ଟାରୁ ଅଧିକ କାର୍ଯ୍ୟ କଲେ ଓଭରଟାଇମ୍ ବୋଲି ଧରାଯାଏ । ଯାହା ବର୍ତ୍ତମାନ ୧୫ ମିନିଟକୁ ହ୍ରାସ କରାଯାଇଛି ।