ଯଦି ସାରା ଭାରତରେ ଲାଗେ ଲକଡାଉନ୍, ତେବେ କ'ଣ ହେବ ଦେଶର…
Advertisement

ଯଦି ସାରା ଭାରତରେ ଲାଗେ ଲକଡାଉନ୍, ତେବେ କ'ଣ ହେବ ଦେଶର…

ଜାପାନର ଜଣାଶୁଣା ଆନ୍ତର୍ଜାତୀୟ ଏଜେନ୍ସି ନୋମୁରା ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ଆର୍ଥିକ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୧୩.୫ ପ୍ରତିଶତରୁ ହ୍ରାସ କରି ୧୨.୬ ପ୍ରତିଶତ କରିଦେଇଛି ।

ଯଦି ସାରା ଭାରତରେ ଲାଗେ ଲକଡାଉନ୍, ତେବେ କ'ଣ ହେବ ଦେଶର…

ନୂଆଦିଲ୍ଲୀ: Lockdown in India: ବର୍ତ୍ତମାନ ସମୟରେ ଦେଶରେ ପ୍ରତିଦିନ ୨.୫ ଲକ୍ଷରୁ ଅଧିକ କୋରୋନା ମାମଲା (Coronavirus Cases) ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ଅନେକ ରାଜ୍ୟ ଲକଡାଉନ୍ (Lockdown) ଲଗାଇବାକୁ ଘୋଷଣା କରୁଛନ୍ତି । ଏଭଳି ପରିସ୍ଥିତିରେ ଆର୍ଥିକ କାର୍ଯ୍ୟକଳାପ ପୁଣି ମନ୍ଥର ହୋଇଯାଇଛି । ତେଣୁ ପୁଣି ଦେଶର ଆର୍ଥିକ ଅଭିବୃଦ୍ଧି ନେଇ ଚିନ୍ତା ଉଠିଛି । ବିଶ୍ୱର ଅନେକ ବଡ ରେଟିଂ ଏଜେନ୍ସି ଭାରତର ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟକୁ ହ୍ରାସ କରିଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ…

ଅଧିକ ପଢ଼ନ୍ତୁ:-ସ୍ୱଳ୍ପ ଆୟକାରୀଙ୍କ ପାଇଁ LIC ର ଶସ୍ତା ପ୍ଲାନ୍, ମାସକୁ ୫୦୦ ଟଙ୍କା ଦେଇ ପାଆନ୍ତୁ ୨ ଲକ୍ଷ ଟଙ୍କା

ଭାରତର ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟକୁ ହ୍ରାସ କରିଛି 

ଜାପାନର ଜଣାଶୁଣା ଆନ୍ତର୍ଜାତୀୟ ଏଜେନ୍ସି ନୋମୁରା ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ଆର୍ଥିକ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୧୩.୫ ପ୍ରତିଶତରୁ ହ୍ରାସ କରି ୧୨.୬ ପ୍ରତିଶତ କରିଦେଇଛି ।

ଏହା ବ୍ୟତୀତ ଆମେରିକାର ରେଟିଂ ଏଜେନ୍ସି ଜେପି ମୋର୍ଗାନ ଭାରତର ଆର୍ଥିକ ଅଭିବୃଦ୍ଧିକୁ ୨ ପ୍ରତିଶତ ହ୍ରାସ କରିଛି । ଆର୍ଥିକ ଅଭିବୃଦ୍ଧିର ଲକ୍ଷ୍ୟ ୧୩ ପ୍ରତିଶତରୁ ୧୧ ପ୍ରତିଶତକୁ ହ୍ରାସ କରାଯାଇଛି ।

୨୦୧୬-୧୭ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୮.୩ ପ୍ରତିଶତ ଥିଲା । ଯାହା ପରବର୍ତ୍ତୀ ଦୁଇ ବର୍ଷରେ ୨୦୧୭-୧୮ ଓ ୨୦୧୮-୧୯ରେ ଯଥାକ୍ରମେ ୬.୮  ପ୍ରତିଶତ ଏବଂ ୬.୫ ପ୍ରତିଶତକୁ ଖସି ଆସିଛି । ଏଥି ସହିତ ୨୦୧୯-୨୦ରେ ଏହା ୪ ପ୍ରତିଶତକୁ ଖସି ଆସିଛି ।

କୋଭିଡ-19 ମହାମାରୀ ଦ୍ୱାରା ପ୍ରଭାବିତ ୨୦୨୦-୨୧ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାରରେ ୮ ପ୍ରତିଶତ ହ୍ରାସ ଘଟିବ ବୋଲି ପୂର୍ବାନୁମାନ କରିଛି । ଆସନ୍ତା ଆର୍ଥିକ ବର୍ଷ ୨୦୨୨-୨୩ରେ ଏହା ୬.୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି ।

୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୧୦.୫ ପ୍ରତିଶତ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଥିବାବେଳେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ୧୨.୫ ପ୍ରତିଶତ ଧାର୍ଯ୍ୟ କରିଛି ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ୧୮ଟି ପ୍ରମୁଖ ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଯଦି ଲକଡାଉନ୍ ଲାଗିଯାଏ ତେବେ କ’ଣ ହେବ?

ବ୍ୟାଙ୍କ ଅଫ୍ ଆମେରିକା ସିକ୍ୟୁରିଟିଜ୍ କହିଛି ଯେ, କୋରୋନା କାରଣରୁ ଅର୍ଥନୈତିକ ପୁନରୁଦ୍ଧାରର ଗତି ସାମାନ୍ୟ ହ୍ରାସ ହୋଇପାରେ । ଯଦି ଦେଶବ୍ୟାପୀ ଏକ ମାସ ଧରି 'ଲକଡାଉନ୍' ହୁଏ, ତେବେ ଜିଡିପି ୨ ପ୍ରତିଶତ ହ୍ରାସ ପାଇପାରେ ।

ଫିଚ୍ ଆହୁରି ମଧ୍ୟ କହିଛି ଯେ, କୋରୋନା ଭୂତାଣୁ ଉପରେ କିଛି ପରିମାଣରେ ନିୟନ୍ତ୍ରଣ ମିଳିବା ପରେ ଭାରତର ଅର୍ଥନୀତି ସ୍ୱାଭାବିକ ଅବସ୍ଥାକୁ ଫେରିବା ଆରମ୍ଭ କରିବାକୁ ଲାଗିଥିଲା । ଗତ ସପ୍ତାହରେ ଏହି ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଭାରତରେ ମୁଣ୍ଡପିଛା ଟୀକାକରଣ ଅଭିଯାନ ପଛରେ ରହିଛି ।

ଅଧିକ ପଢ଼ନ୍ତୁ:-କୋରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୬ ସୂତ୍ରୀ ପରାମର୍ଶ

UBS ଏହାର ଜିଡିପି ଅଭିବୃଦ୍ଧି ଆକଳନକୁ ୧୧.୫ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିଦେଇଛି । ଆମେରିକାର ବ୍ୟାଙ୍କ ସିଟି ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟକୁ ୧୨ ପ୍ରତିଶତକୁ ହ୍ରାସ କରିଛି । ଗତ ବର୍ଷ ଆରମ୍ଭରେ ଆସିଥିବା ମହାମାରୀରୁ ଭାରତର ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଥିଲା ।

UBS ୨୦୨୧-୨୨ ଆର୍ଥିକ ବର୍ଷ ପ୍ରକୃତ ଜିଡିପି ଅନୁମାନକୁ ବାର୍ଷିକ ଆଧାର ଉପରେ ୧୦ ପ୍ରତିଶତ (ପୂର୍ବରୁ ୧୧.୫ ପ୍ରତିଶତ) କରି କହିଛି ଯେ, ଯଦି ଆସନ୍ତା ସପ୍ତାହରେ ଏହି ଭୂତାଣୁ ନିୟନ୍ତ୍ରଣରେ ଆସିଯାଏ, ତେବେ ରିକଭରୀ ଆର୍ଥିକ ବର୍ଷ ୨୦୨୧-୨୨ର ଦ୍ୱିତୀୟ ତୈମାସରୁ ଜୋର ଧରିବ ।