ନୂଆଦିଲ୍ଲୀ: Pakistan PM Shahbaz Sharif: ପାକିସ୍ତାନରେ ଏକ ମାସ ଧରି ଚାଲିଥିବା ରାଜନୈତିକ ଅସ୍ଥିରତାରେ ବିରାମ ଲାଗିଛି । ଶାହବାଜ ସରିଫ୍ (Shahbaz Sharif) ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ପ୍ରଧାନମନ୍ତ୍ରୀ ହେବା ମାତ୍ରେ ଶାହାବାଜ ସରିଫ ଅନେକ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ବିଦେଶୀ ଷଡଯନ୍ତ୍ର ପ୍ରସଙ୍ଗରେ ତାଙ୍କ ତରଫରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ଶାହବାଜ ସରିଫ (Shahbaz Sharif)  କହିଛନ୍ତି ଯେ, ଏହି ଘଟଣାର ଇନ-କ୍ୟାମେରା ପ୍ରକ୍ରିୟା (In-Camera Proceeding) କରାଯିବ । ଯଦି ଏହି ପୁରା ମାମଲାରେ ମୋ ବିରୁଦ୍ଧରେ କୌଣସି ପ୍ରମାଣ ମିଳେ, ତେବେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ବର୍ତ୍ତମାନ ଶାହାବାଜ ସରିଫଙ୍କ ଏହି ବୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ କେବଳ ଏହି ଗୋଟିଏ ପ୍ରସଙ୍ଗରେ ପାକିସ୍ତାନର ରାଜନୀତିରେ ଜୋରଦାର ହଙ୍ଗାମା ହୋଇଥିଲା ।


ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଏହି ବିଦେଶୀ ଷଡଯନ୍ତ୍ର ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, ତାଙ୍କ ସରକାରକୁ ହଟାଇବାରେ ଆମେରିକାର (America) ହାତ ଅଛି । ସେତେବେଳେ ତାଙ୍କ ତରଫରୁ ଏକ ଚିଠି ମଧ୍ୟ ଜାରି କରାଯାଇଥିଲା । ସେହି ବିଦେଶୀ ଏଙ୍ଗେଲ୍ ଯୋଗୁଁ ହିଁ ସଂସଦରେ ପ୍ରାରମ୍ଭରେ ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହୋଇପାରୁ ନଥିଲା ।


କିନ୍ତୁ ବର୍ତ୍ତମାନ ଇମ୍ରାନ ଖାନଙ୍କ ସରକାର ପତନ ସହ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେଣୁ ସେ ନିଜେ ଏହି ଘଟଣାର ତଦନ୍ତ ବିଷୟରେ କହୁଛନ୍ତି । ସେ ଜୋର ଦେଇ କହୁଛନ୍ତି ଯେ ପ୍ରମାଣ ମିଳିଲେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ବର୍ତ୍ତମାନ ସମୟରେ ତାଙ୍କ ତରଫରୁ କେବଳ ବିକାଶକୁ ନେଇ  ଆଲୋଚନା ହେଉଛି । ସେ କହୁଛନ୍ତି ଯେ ସମସ୍ତଙ୍କୁ ନିଯୁକ୍ତି ଦେବେ । ତାଙ୍କର ପ୍ରଥମ ନିଷ୍ପତ୍ତି ମଧ୍ୟ ଏହା ସହିତ ଜଡ଼ିତ ଅଛି ।


ଏହା ବି ପଢ଼ନ୍ତୁ:-ଏହି କାରଣରୁ ପୁଣି ଥରେ ଗୃହବନ୍ଦୀ ହେଲେ ମେହବୁବା ମୁଫତି


ଏହା ବି ପଢ଼ନ୍ତୁ:-ସାନ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇର ପୁରା ପରିବାର ସଫା


ଏହା ବି ପଢ଼ନ୍ତୁ:-ଭୁଷୁଡ଼ିଛି ମାଓଗଡ଼, ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ


 


ଶାହାବାଜ ସରିଫ ନିଷ୍ପତ୍ତି ନେଇଛନ୍ତି ଯେ ବର୍ତ୍ତମାନ ପାକିସ୍ତାନରେ ସର୍ବନିମ୍ନ ଆୟ ୨୫ ହଜାର ଟଙ୍କା ହେବ । ଉଲ୍ଲେଖଥାଉ କି, ଏହି ନିଷ୍ପତ୍ତି ବ୍ୟତୀତ ଶାହବାଜ ସରିଫ କାଶ୍ମୀର ପ୍ରସଙ୍ଗରେ ମଧ୍ୟ ଖୋଲାଖୋଲି ଭାବେ କଥା ହୋଇଛନ୍ତି ।


ସେ କହିଛନ୍ତି ଯେ ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ନ ମିଳିବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ । ଆମେ କାଶ୍ମୀରବାସୀଙ୍କୁ ସେମାନଙ୍କ ଭାଗ୍ୟ ଉପରକୁ ଛାଡ଼ି ପାରିବୁ ନାହିଁ । କୂଟନୈତିକ ସ୍ତରରେ ଆମେ କାଶ୍ମୀରବାସୀଙ୍କୁ ଆମର ସମର୍ଥନ ଦେବା ଜାରି ରଖିବୁ ।