New SIM Card Rules: ଆଜିଠାରୁ ଲାଗୁ ହେବ ନୂତନ ସିମ୍ କାର୍ଡ଼ ନିୟମ (New SIM Card Rules) । ସିମ୍ କାର୍ଡ଼ କିଣା ଓ ବିକା ନେଇ ଏହି ନିୟମ ଉଭୟ ସିମ୍ ଡ଼ିଲର ଓ ଗ୍ରାହକଙ୍କ ପାଇଁ ଲାଗୁ ହେବ। ସୂଚନା ଅନୁଯାୟୀ, ଡ଼ିସେମ୍ବର ୧ ତାରିଖରୁ ସିମ୍ କାର୍ଡ଼ ଡ଼ିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜୀକରଣ କରିବାକୁ ପଡ଼ିବ । ତେବେ ବ୍ୟବସାୟୀଙ୍କ ଏହି ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ବ ଟେଲିକମ୍ ଅପରେଟର ଉପରେ ରହିବ । ଯଦି କେହି ଏହି ନିୟମକୁ ବେଖାତିର କରନ୍ତି ତାହାଲେ ତାଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ।


COMMERCIAL BREAK
SCROLL TO CONTINUE READING

’ଣ ରହିଛି ନୂଆ ନିୟମ


1.ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ ।


2- ସିମ୍ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ ।


3-ଯଦି ଆପଣ ବ୍ୟବହାର କରୁଥିବା ସିମ୍ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ୍ ଅନ୍ୟ ଜଣେ ଗ୍ରାହକଙ୍କୁ ଦିଆଯିବ ।


ପ୍ରକାଶ ଥାଉ କି, ଠକେଇ, ସାଇବର ସ୍କାମ୍, ରୋକିବା ପାଇଁ ସରକାର ଏହି ପରିବର୍ତ୍ତର୍ନ ଆଣିଛନ୍ତି । ଗତ ସେପ୍ଟେମ୍ବର ମାସରେ ନକଲି ସିମ୍ କାର୍ଡ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟେଲିକମ୍ ବିଭାଗ (Telecom Department) ପକ୍ଷରୁ ଦୁଇଟି ସର୍କୁଲାର ଜାରି କରାଯାଇଥିଲା। ଯେଉଁଥିରେ ସିମ୍ କାର୍ଡ କିଣିବା ଠାରୁ ବିକ୍ରୟ ପର୍ଯ୍ୟନ୍ତ ନିୟମରେ ପରିବର୍ତ୍ତନ କରାଯାଇଥିଲା । ନକଲି ସିମ୍ ଦ୍ୱାରା ହେଉଥିବା ଘୋଟାଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ନିୟମ ଭାଙ୍ଗିବା ଦ୍ୱାରା ଜୋରିମାନା ସହ ଜେଲ ଦଣ୍ଡ ଦିଆଯିବା ନେଇ ନିୟମ ରହିଛି ।


ଏହା ବି ପଢନ୍ତୁ-Cyclone Update: ଆସୁଛି ବାତ୍ୟା ‘ମିଚାଉଙ୍ଗ’, ପ୍ରଭାବରେ ଏଦି ଦିନଠୁ ରାଜ୍ୟରେ ହେବ ପ୍ରବଳ ବର୍ଷା