Cyclone Update: ବାତ୍ୟା ‘ମିଚାଉଙ୍ଗ’(Cyclone Michaung)କୁ ନେଇ ଏକ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ (low pressure)। ଆସନ୍ତା ୪ ତାରିଖ ଭୋର ସୁଦ୍ଧା ଏହା ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖରେ ପହଞ୍ଚିବା ଅନୁମାନ କରାଯାଉଛି। ଏହା ପରେ ସାମ୍ଭାବ୍ୟ ବାତ୍ୟାର ଗତିପଥ ନେଇ କିଛି ସ୍ପଷ୍ଟ ଆକଳନ କରାଯାଇନି।
Trending Photos

ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ #୩ତାରିଖ ବେଳକୁ ଏକ #ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି | ପରବର୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୪ ତାରିଖ ପାହାନ୍ତିଆ ବେଳକୁ ଉତ୍ତର #ତାମିଲନାଡୁ -ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଁଚିବାର ସମ୍ଭାବନା ରହିଛି |
— Meteorological Centre, Bhubaneswar (@mcbbsr) November 30, 2023
#୨୪ଘଣ୍ଟା ମଧ୍ୟରେ #ଅବପାତ ଏବଂ #୩ତାରିଖ ବେଳକୁ #ବାତ୍ୟା ସମ୍ଭାବନା !!
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ-ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆଗାମୀ #୨୪ଘଣ୍ଟା ମଧ୍ୟରେ ଏକ #ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି, ପରବର୍ତ୍ତୀ ସମୟରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ-ପଶ୍ଚିମ pic.twitter.com/nwBKZYPsN2
— Meteorological Centre, Bhubaneswar (@mcbbsr) November 30, 2023
Also Read : Road Accident: ଅଧା ରହିଲା ତାରିଣୀ ଦର୍ଶନ, ଛାତିଥରା ଦୁର୍ଘଟଣାରେ ଚାଲିଗଲା ୭ ଜୀବନ
ଓଡି଼ଶା ପାଇଁ ପୂର୍ବାନୁମାନ ହେଲା ସାମ୍ଭାବ୍ୟ ବାତ୍ୟା (Cyclone Michaung) ଯୋଗୁଁ ୩ ତାରିଖରେ ରାଜ୍ୟରେ ପାଗ ବଦଳିବା ସହ ବର୍ଷା (rain)ହେବ। ଦକ୍ଷିଣ ଓ ଉପକୂଳ ଓଡି଼ଶାରେ ବର୍ଷା ସମ୍ଭାବନା ଅଧିକ ରହିଛି। ୫ରୁ ୭ ଯାଏଁ ଦକ୍ଷିଣ ଓ ଉପକୂଳ ଓଡି଼ଶାରେ ମଧ୍ୟମରୁ ପ୍ରବଳ ବର୍ଷା(heavy) ହୋଇପାରେ। ପଶ୍ଚିମ-ଉତ୍ତର -ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ।
ପଶ୍ଚିମ -ଉତ୍ତର ଦିଗରେ ମୁହାଁଇ ୩ ତାରିଖ ବେଳକୁ ଦକ୍ଷିଣ -ପଶ୍ଚିମ ଦିଗରେ ମୁହାଁଇ ୪ ତାରିଖ ଭୋର ବେଳକୁ ଉତ୍ତର- ତାମିଲନାଡୁ-ଦକ୍ଷିଣ ଆନ୍ଦ୍ର ଉପକୂଳ ପାଖାପଖି ପହଞ୍ଚିବା ଅନୁମାମନ କରାଯାଇଛି। ଏହାପରେ ସାମ୍ଭାବ୍ୟ ବାତ୍ୟା କୁଆଡେ ଗତି କରିବ। ଅଧିକ ବଳ ଜୁଟାଇବ ନା ଦୁର୍ବଳ ହେବ । ସେନେଇ ସ୍ପଷ୍ଟ ଆକଳନ କରାଯାଇନି। ହେଲେ କେତେକ ମେଡେଲ୍ ଅନୁସାରେ, ଏହା ଦିଗ ବଳାଇ ଆନ୍ଧ୍ରରେ ମାଡ଼ ହୋଇପାରେ। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । ସେ କହିଛନ୍ତି ରାଜ୍ୟରେ ୩ରୁ ପାଗ ବଦଳିବା ସହ ୪ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହେବ।